ବର୍ଷାଙ୍କୁ କୋର୍ଟର ବଡ଼ ଝଟକା ଅନୁଭବଙ୍କ ପୈତୃକ ଘର ଛାଡ଼ିବେ ବର୍ଷା

ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ । ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା (ପ୍ରତୀକାତ୍ମକ ଛବି)

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସାଂସଦ ଅନୁଭବ ମହାନ୍ତିଙ୍କ ପିଟିସନକୁ ଗ୍ରହଣ କରିଛନ୍ତି କୋର୍ଟ । ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ । ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ରଙ୍କ କହିବା ଅନୁସାରେ, ବର୍ଷାଙ୍କୁ ପ୍ରତିମାସ ୧୦ ତାରିଖ ଭିତରେ ମାସକୁ ୩୦ ହଜାର ଟଙ୍କା ରହଣି ପାଇଁ ଦେବେ ଅନୁଭବ । ଅନୁଭବ ୨ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡ଼ିବେ । କିନ୍ତୁ ବର୍ଷା ତାଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ଘର ଖୋଜିବେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

ମେ’ ୭ ତାରିଖରେ ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କୁ ହାଇକୋର୍ଟ ତାଗିଦ କରିଥିଲେ । କେହି କାହା ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେନି ବୋଲି କୋର୍ଟ କହିଥିଲେ । ସୋସିଆଲ ମିଡି଼ଆରେ ଆପତ୍ତିଜନକ ଆକ୍ଷେପ କରିବାକୁ ବି ମନା କରିଥିଲେ । ସୋସିଆଲ ମିଡ଼ିଆରେ ବିଜେଡି଼ ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡି଼ଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
Published by:Soumya Das
First published: