News18 Odia Digital
ଭୁବନେଶ୍ୱର: ଆଖିରେ ଲଙ୍କା ଗୁଣ୍ଡ ପକାଇ ଭୁବନେଶ୍ୱର ଉପକଣ୍ଠରେ ଥିବା ହାଇଟେକ ପ୍ଲାଜାର ସିକ୍ୟୁରିଟି ଇନଚାର୍ଜ କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ ଉଦ୍ୟମ କରାଯାଇଛି l ସଟଡାଉନ ଯୋଗୁଁ ଚାରି ଆଡ଼େ ପୋଲିସର ଚେକିଂ କଡ଼ା କଡ଼ି ଥିବାରୁ ଅପହରଣକାରୀମାନେ କୈବଲ୍ୟଙ୍କୁ ଅଧା ରାସ୍ତାରେ ଛାଡ଼ି ଫେରାର ହେବାକୁ ବାଧ୍ୟ ହୋଇଛନ୍ତି l
ରବିବାର ସକାଳ ସାଢେ ୬ଟା ସମୟରେ ସୁନ୍ଦରପଦା ହାଇଟେକ ପ୍ଲାଜାର ଇନଚାର୍ଜ କୈବଲ୍ୟ ପଟ୍ଟନାୟକ ଡ୍ୟୁଟିରେ ଥିବା ବେଳେ ଏକ ମାରୁତି ସୁଇଫ୍ଟ କାରରେ ତିନି ଜଣ ଯୁବକ ମୁହଁରେ ମୁଖା ପିନ୍ଧି ହାଇଟେକ ପ୍ଲାଜା ଭିତରେ ପଶିଥିଲେ l କୈବଲ୍ୟଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ତାଙ୍କୁ ଅପହରଣ କରି ନେଇଥିଲେ l
କୈବଲ୍ୟଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇବା ସହ ତାଙ୍କୁ ନିସ୍ତୁକ ବିଧା ଓ ଚାପୁଡ଼ା ବି ସେମାନେ ମାରିଥିବା ଅଭିଯୋଗ କରିଛନ୍ତି ସେ l ଆଖିରେ ଲଙ୍କା ଗୁଣ୍ଡ ପକାଇଦେବାରୁ ତାଙ୍କୁ କିଛି ଦେଖା ଯାଇ ନ ଥିଲା l ଜଟଣି ରୋଡ଼ରୁ ବରମୁଣ୍ଡା ପର୍ଯ୍ୟନ୍ତ ଅପହରଣ କରି ଆଣିବା ପରେ ତାଙ୍କୁ ବରମୁଣ୍ଡା ନିକଟରେ ଛାଡି ଦେଇଥିଲେ l

ପୋଲିସ ତଦନ୍ତ କରିବା ଆରମ୍ଭ କରିଛି ।
ଅପହରଣର ଅଧଘଣ୍ଟା ଭିତରେ ଏୟାରଫିଲ୍ଡ ଥାନା ପୋଲିସ ସୁନ୍ଦରପଦାରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲା । ସିସିଟିଭି କ୍ୟାମେରାରେ ଆସିଥିବା ଭିଡିଓକୁ ହାସଲ କରି ତଦନ୍ତକୁ ଆଗକୁ ବଢ଼ାଇଛି l
ହେଲେ ଅପହରଣ ଉଦ୍ୟମକୁ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ l କିନ୍ତୁ ଅପହରଣ ପଛରେ କିଛି ସ୍ଥାନୀୟ ଯୁବକଙ୍କ ହାତ ଅଛି ବୋଲି କହିଛନ୍ତି କୈବଲ୍ୟ ପଟ୍ଟନାୟକ l କରୋନା ସଂକ୍ରମଣ ଭୟରେ ହାଇଟେକ ପ୍ଲାଜାକୁ ବାହାର ଲୋକଙ୍କ ପାଇଁ ପ୍ରବେଶରେ ଲାଗିଥିବା କଟକଣା ଓ କୈବଲ୍ୟଙ୍କ ଏହି କଟକଣାକୁ କଡ଼ାକଡ଼ି ପାଳନ କରୁଥିବା ହିଁ ତାଙ୍କ ଅପହରଣ ପଛର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି l
‘‘ଏହି କଟକଣାର ପାଳନକୁ ନେଇ ସିକୁରିଟ ଇନଚାର୍ଜ କୈବଲ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗତ ତିନି ଦିନ ହେଲା ପାଟିତୁଣ୍ଡ ଓ ବଚସା ହୋଇଥିଲା l ଆଉ ସେହି କାରଣରୁ କୈବଲ୍ୟଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ତଦନ୍ତରୁ ପ୍ରକୃତ କଥା ଜଣାପଡ଼ିବ,’’ କହିଛନ୍ତି ଜୋନ ୨ ଏ.ସି.ପି. ବିଷ୍ଣୁ ଚରଣ ପାତ୍ର ।
ଘଟଣା ପର ଠାରୁ ଅପହରଣକାରୀମାନେ ଫେରାର ହୋଇଯାଇଛନ୍ତି l କୈବଲ୍ୟଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ କରାଯାଉଛି l ଘଟଣା ପରେ ସୁନ୍ଦରପଦା ଅଞ୍ଚଳରେ ଖେଳିଯାଇଛି ଆତଙ୍କ l
କରୋନା ସଂକ୍ରମଣ ପାଇଁ ସାରା ସହରରେ ନାକାବନ୍ଦି ଲଗାଇଛି ପୋଲିସ l ଚାରି ଆଡ଼େ ପୋଲିସ ଚେକିଂ କରୁଛି l ଏହାରି ଭିତରେ ବି ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପହରଣ କରିବାକୁ ସାହାସ ଜୁଟାଇଛନ୍ତି l ଅପହରଣକାରୀମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।
ଏହା ବି ପଢ଼ନ୍ତୁ: ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।