ହାଇ ସ୍ପିଡ୍ ଟ୍ରେନଗୁଡି଼କରେ କେବଳ AC କୋଚ୍ ଲଗାଯିବ; ଜାଣନ୍ତୁ ଭଡ଼ା ଉପରେ କ’ଣ ପ୍ରଭାବ ପଡ଼ିବ

ଭାରତୀୟ ରେଳବାଇ (Indian Railways) ୧୩୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ବେଗରେ ଚାଲୁଥିବା ଟ୍ରେନରେ କେବଳ ଏସି କୋଚ୍ ଲଗାଇବ । ରେଳବାଇ କହିଛି ଯେ ହାଇ ସ୍ପିଡ୍ ଟ୍ରେନରେ ଏସି କୋଚ୍ ଲଗାଇବା ଟେକ୍ନିକାଲ୍ କାରଣରୁ ଆବଶ୍ୟକ ହୋଇପଡ଼ିଛି ।

ହାଇ ସ୍ପିଡ୍ ଟ୍ରେନଗୁଡି଼କରେ କେବଳ AC କୋଚ୍ ଲଗାଯିବ; ଜାଣନ୍ତୁ ଭଡ଼ା ଉପରେ କ’ଣ ପ୍ରଭାବ ପଡ଼ିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2020, 6:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ରେଳ (Indian Railways) ଘଣ୍ଟା ପ୍ରତି ୧୩୦-୧୬୦ କିଲୋମିଟର ବେଗରେ ଚାଲୁଥିବା ହାଇ ସ୍ପିଡ୍ ଟ୍ରେନଗୁଡ଼ିକରୁ (high speed train) ନନ୍‌-ଏସି କୋଚ୍ (Non-AC Coaches) ବାହାର କରି କେବଳ ଏସି କୋଚ୍ (AC coach) ଲଗାଇବାକୁ ନିଷ୍ପତ୍ତି ନେଇଛି । ଏଥି ସହ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରେଳବାଇ କହିଛି ଯେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଚାଲୁଥିବା ଟ୍ରେନରେ ନନ୍‌-ଏସି କୋଚ୍ (Non-AC Coaches) ରହିବ ।

ରେଳ ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମ ଓ ସୁବିଧାର ବ୍ୟବସ୍ଥା କରିବା ପାଇଁ ଓ କମ୍ ସମୟ ମଧ୍ୟରେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ କରିବା ପାଇଁ ରେଳବାଇ ନିଜ ଟ୍ରାକ୍ କ୍ଷମତାକୁ (Tracks Capacity) ବିସ୍ତାର କରୁଛି ।

ରେଳବାଇ କହିଛି ଯେ ଘଣ୍ଟା ପ୍ରତି ୧୩୦ କିଲୋମିଟରରୁ ଅଧିକ ବେଗରେ ଚାଲୁଥିବା ଟ୍ରେନରେ ଏସି କୋଚ୍ ଲଗାଇବା ଟେକ୍ନିକାଲ୍ କାରଣରୁ ଆବଶ୍ୟକ । ପବନ ଓ ପାଣିପାଗ ସମ୍ବନ୍ଧୀୟ କାରଣ ଯୋଗୁଁ କେବଳ କେତେକ ପ୍ରକାରର କୋଚ୍ ଲାଗିଥିବା ଟ୍ରେନ୍‌ ଉଚ୍ଚ ବେଗରେ ଚଲାଯାଇପାରିବ । ତେଣୁ ଭାରତୀୟ ରେଳବାଇ ନିଜ ନେଟୱାର୍କକୁ ଉଚ୍ଚ ଗତି କ୍ଷମତାକୁ ନବୀକରଣ କରିବା ପାଇଁ ଏକ ବ୍ୟାପକ ଯୋଜନା ଉପରେ କାର୍ଯ୍ୟ କରୁଛି ।

ଗୋଲଡେନ୍ ଚତୁର୍ଭୁଜ (Golden Quadrilateral) ଓ ଡାଇଗୋନାଲ୍ (Diagonals) ଟ୍ରାକରେ ଘଣ୍ଟା ପ୍ରତି ୧୩୦ରୁ ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବା ଉପରେ ଏବେ ରେଳବାଇ କାମ କରୁଛି । ରେଳବାଇ ସ୍ପଷ୍ଟ ଭାବରେ କହିଛି ଯେ ଏହାର ଅର୍ଥ ନୁହେଁ ଯେ ସବୁ ଟ୍ରେନର ନନ୍‌-ଏସି କୋଚକୁ ଏସି କୋଚରେ ପରିଣତ କରାଯାଉଛି ।

ଏସି କୋଚର ପ୍ରୋଟୋଟାଇପ୍ (ମଡୋଲ୍‌) ରେଳ କୋଚ୍‌ ଫ୍ୟାକ୍ଟରୀରେ (RCF) ବିକଶିତ ହେଉଛି । ବର୍ତ୍ତମାନ ୮୩ଟି ବର୍ଥ ଥିବା କୋଚ୍ ଡିଜାଇନ୍ ହେଉଥିବା ବେଳେ ଚଳିତ ବର୍ଷ ଏହି ପରି ୧୦୦ଟି କୋଚ୍ ତିଆରି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡିସେମ୍ବର ୨୦୨୧ ସୁଦ୍ଧା ଭାରତୀୟ ରେଳବାଇ ଏହି ପରି ୨୦୦ଟି କୋଚ୍ ତିଆରି କରିବାକୁ ଯାଉଛି ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ରେଳବାଇ ଦାବି କରିଛି ଯେ ଏହି ସଂଶୋଧିତ ଏସି କୋଚରେ (modified AC coach) ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଖୁବ୍‌ ବାଶୀ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଏହି ସବୁ ଟ୍ରେନରେ ଅଧିକ ସୁବିଧା ଓ ଆରାମ କେମିତି ମିଳିବ ତା’ ଉପରେ କାମ ଚାଲିଛି ।



ଟ୍ରେନର ଗତି ବୃଦ୍ଧି ହେଲେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚି ପାରିବେ । ବର୍ତ୍ତମାନ ଦିଲ୍ଲୀ-କୋଲକାତା ଓ ଦିଲ୍ଲୀ-ମୁମ୍ବାଇ ମାର୍ଗରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବା ଉପରେ କାମ ଚାଲିଛି ।
Published by: Anand Shankar Thankur Das
First published: October 11, 2020, 6:15 PM IST
corona virus btn
corona virus btn
Loading