News18 Odia Digital
ଭୁବନେଶ୍ବର: ଏଣିକି ଆଉ ରକ୍ଷା ପାଇବେନି। ସରିଲା ଡେଡଲାଇନ। ଏଥର ଦେବେ ଫାଇନ୍। ଆଜ୍ଞା ହଁ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ ହେବ ଜୋରିମନା।
ଜାନୁଆରୀ ୧୫ରୁ କଡ଼ାକଡ଼ି ହେବ ନମ୍ବର ପ୍ଲେଟ ଧରପଗଡ଼। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଗାଡ଼ି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଅନେକ ଥର କହିବା ସତ୍ତ୍ୱେ ବି ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଅର୍ଥାତ୍ ଏଚ୍ଏସ୍ଆରପି ଲାଗୁ ନାହିଁ।
ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ପରିବହନ ବିଭାଗ। ଆସନ୍ତା ମା ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବୈଠକରେ ଏହି ସମ୍ପର୍କରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ।
ପ୍ରକାଶ ଥାଉକି ଗାଡ଼ି ନମ୍ବରର ଶେଷ ଅଙ୍କ ୧ ରୁ ୬ ମଧ୍ୟରେ ହୋଇଥିଲେ ଜୋରିମନା ୧ରୁ ୬ ଯାଏ ଶେଷ ଅଙ୍କ ପାଇଁ ଡିସେମ୍ବର ୩୧ରୁ ସରିଛି ଡେଡଲାଇନ। ଜାନୁଆରୀ ୧୫ରୁ ଚାଲାଣ କଟିବା ନେଇ ପରିବହନ ବିଭାଗର ସୂଚନା ଦେଇଛି।
ଶେଷ ଅଙ୍କ ୭ ଓ ୮ ଥିଲେ HSRPର ଡେଡ୍ଲାଇନ ଜାନୁଆରୀ ୩୧। ସେହିପରି ଶେଷ ଅଙ୍କ ୯ ଓ ୦ ଥିଲେ HSRPର ଡେଡ୍ଲାଇନ ଫେବୃଆରୀ ୨୮। ଖିଲାପକାରୀ ଗାଡ଼ି ମାଲିକଙ୍କ ନାଁରେ ପଠାଯିବ ଇ-ଚାଲାଣ। ୫ ହଜାର ବା ୧୦ ହଜାର ଟଙ୍କାର ଜୋରିମନା ହୋଇପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।