ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର: ପୂର୍ବରୁ ₹୨୬୦ ହୋଲ୍ଡିଂ ଟ୍ୟାକ୍ସ ଦେଉଥିଲେ, ଏବେ ₹୩,୦୦୦ ଦେଉଛନ୍ତି; ରାଜନୀତି ଗରମ

ଭୁବନେଶ୍ୱର: ପୂର୍ବରୁ ₹୨୬୦ ହୋଲ୍ଡିଂ ଟ୍ୟାକ୍ସ ଦେଉଥିଲେ, ଏବେ ₹୩,୦୦୦ ଦେଉଛନ୍ତି; ରାଜନୀତି ଗରମ

ବିଜେପି ନେତାମାନେ କହିଛନ୍ତି ଯେ ବି.ଏମ୍.ସି. ସ୍ମାର୍ଟ ସିଟି ନାଁରେ ଲୋକଙ୍କ ଠାରୁ ମାତ୍ରାଧିକ ଟ୍ୟାକ୍ସ ଆଦାୟ କରୁଛି ଓ ଯଥେଷ୍ଟ ମୌଳିକ ସୁବିଧା ନ ଯୋଗାଇ ଟ୍ୟାକ୍ସ ବୋଝ ୧୦ ଗୁଣ ବଢ଼ାଇଦେଇଛି । ଲୋକଙ୍କୁ ବର୍ଦ୍ଧିତ ଟ୍ୟାକ୍ସ ନ ଦେବାକୁ ଅପିଲ୍ କରିଛି ବିଜେପି ।

ଭୁବନେଶ୍ୱର: ପୂର୍ବରୁ ₹୨୬୦ ହୋଲ୍ଡିଂ ଟ୍ୟାକ୍ସ ଦେଉଥିଲେ, ଏବେ ₹୩,୦୦୦ ଦେଉଛନ୍ତି; ରାଜନୀତି ଗରମ
ବି.ଏମ୍.ସି. ଅଫିସ୍
  • News18 Odia
  • Last Updated: March 10, 2021, 5:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର (ବି.ଏମ୍‌.ସି.) ବଢ଼ିଥିବା ହୋଲ୍ଡିଂ ଟ୍ୟାକ୍ସକୁ ନେଇ ରାଜନୀତି ଜୋର୍‌ ଧରିଛି । ପୌର ନିର୍ବାଚନ ପୂର୍ବରୁ ହୋଲ୍ଡିଂ ଟାକ୍ସ ବୃଦ୍ଧି ନେଇ ସରକାର ଓ ବି.ଏମ୍.ସି. ପ୍ରଶାସନକୁ କଡ଼ା ସମାଲୋଚନା କରିଛି ବିଜେପି । ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଥିବା ବେଳେ କାହିଁକି ଟ୍ୟାକ୍ସ ବଢାଯାଇଛି ଓ ଏହାର ଉଦ୍ଦେଶ୍ୟ କ’ଣ  ତାକୁ ନେଇ ମନ୍ଥନ ଜାରି ରହିଛି ।

ହାଇ କୋର୍ଟର ନିର୍ଦ୍ଦେଶ ପରେ କିନ୍ନରଙ୍କ ଦ୍ୱାରା ଆଦାୟ ହେଉଛି ଟ୍ୟାକ୍ସ । ୨୦୨୧ରେ ୯୦ କୋଟି ଟଙ୍କାର ହୋଲଡିଂ ଟ୍ୟାକ୍ସ ଆଦାୟ ହେବାର ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଦାୟ ହୋଇଛି ମାତ୍ର ୨୦ କୋଟି ଟଙ୍କା ଓ ବକେୟା ପଡିଛି ୭୦ କୋଟି ଟଙ୍କା । ଏହାରି ଭିତରେ ଟ୍ୟାକ୍ସ ଆଦାୟ ନେଇ ସରକାର ଓ ବି.ଏମ୍.ସି.କୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଦଳର ନେତାମାନେ କହିଛନ୍ତି ଯେ ବି.ଏମ୍‌.ସି. ସ୍ମାର୍ଟ ସିଟି ନାଁରେ ଲୋକଙ୍କ ଠାରୁ ମାତ୍ରାଧିକ ଟ୍ୟାକ୍ସ ଆଦାୟ କରୁଛି ଓ ଯଥେଷ୍ଟ ମୌଳିକ ସୁବିଧା ନ ଯୋଗାଇ ଟ୍ୟାକ୍ସ ବୋଝ ୧୦ ଗୁଣ ବଢ଼ାଇଦେଇଛି ।

ଏହା ବି ପଢ଼ନ୍ତୁ | Petrol Diesel Prices: ଗଲା ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଡିଜେଲ ଦାମ୍; ଏବେ କମିବ କି?

ଲୋକଙ୍କୁ ଟ୍ୟାକ୍ସ ନ ଦେବାକୁ ଅପିଲ୍‌ କରିବା ସହ ତୁରନ୍ତ ଟ୍ୟାକ୍ସ କମାଇବାକୁ ବି.ଏମ୍.ସି.କୁ କହିଛି ବିଜେପି । ନଚେତ୍‌ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ଜୋରଦାର ହେବ ବୋଲି ଧମକ ଦେଇଛି ଦଳ ।

‘‘ହୋଲ୍ଡିଂ ଟ୍ୟାକ୍ସ ନାଁରେ ଲୋକଙ୍କୁ ଲୁଟୁଛି ବି.ଏମ୍.ସି. । ସ୍ମାର୍ଟ ସିଟି କେବଳ ନାମକୁ ମାତ୍ର । ସୁବିଧା ସୁଯୋଗ ନ ଦେଇ ଲୋକଙ୍କ ଠାରୁ ଟ୍ୟାକ୍ସ ନେବା ଜିଜିଆ କର ଭଳି ମନେ ହେଉଛି । ଆଗକୁ ଏ ନେଇ ବିଜେପି ବି.ଏମ୍.ସି. କାର୍ଯ୍ୟାଳୟ ଘେରିବା ସହ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବ,’’ କହିଛନ୍ତି ବିଜେପି ନେତା ବାବୁ ସିଂ ।

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ଅନେକ ରାଜଧାନୀ ବାସିନ୍ଦା କହିଛନ୍ତି ଯେ ସେମାନଙ୍କୁ ପ୍ରାୟ ୧୦ ଗୁଣ ଅଧିକ ଟ୍ୟାକ୍ସ ପଇଠ କରିବାକୁ ପଡ଼ୁଛି । ପୂର୍ବରୁ ୨୬୦ ଟଙ୍କା ଦେଉଥିବା ଲୋକ ଏବେ ୩,୦୦୦ ଟଙ୍କା ଦେଉଛନ୍ତି ହୋଲ୍ଡିଂ ଟ୍ୟାକ୍ସ । ଏକା ସାଙ୍ଗରେ ଟ୍ୟାକ୍ସ ଏତେ ମାତ୍ରାରେ ବଢଞିବା ଯୋଗୁଁ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି ଓ ଆଗକୁ ଭୁବନେଶ୍ୱରରେ ରହିବା କଷ୍ଟକର ହେବ ବୋଲି କହିଛନ୍ତି ।

‘‘ମୁଁ ପୂର୍ବରୁ ୨୬୦ ଟଙ୍କା ଦେଉଥିଲି, ହେଲେ ଏବେ ୩,୦୫୦ ଟଙ୍କା ଦେଇଛି । ହଠାତ ଯଦି ଟ୍ୟାକ୍ସ ଏକା ସାଙ୍ଗରେ ୧୦ ଗୁଣ ଅଧିକ ବଢାଯାଏ, ତେବେ କ’ଣ ହେବ ଲୋକଙ୍କର?’’ ପଚାରିଛନ୍ତି ରାଜଧାନୀବାସୀ ଭୁବନ ମୋହନ ମିଶ୍ର ।

ଏହା ବି ପଢ଼ନ୍ତୁ | କି ନିର୍ଲଜ୍ଜ! ପାର୍କରେ ପିଲାମାନେ ଖେଳୁଥିବା ବେଳେ ତାଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଲେ ଦମ୍ପତି

ପୂର୍ବତନ କର୍ପୋରେଟର ତଥା ବିଜେଡି ନେତାଙ୍କ କହିବା କଥା ଯେ ଜମି ଭାଲ୍ୟୁ ବଢିବା ସାଙ୍ଗକୁ ଟ୍ୟାକ୍ସ ବଢିଛି । ସହରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ କାମ ହେଉଛି । ତେଣୁ ଟ୍ୟାକ୍ସ ବଢାଇବାକୁ ନିଷ୍ପତ୍ତି ନେଇଛି ବି.ଏମ୍.ସି. । ବିଜେପି ରାଜନୀତି କରିବାକୁ ଏହାକୁ ବିରୋଧ କରୁଛି ବୋଲି କହିଛି ବିଜେଡି ।

ଏହା ବି ପଢ଼ନ୍ତୁ |ସାର୍, ମୁଁ ମୋଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପା

‘‘ପାଞ୍ଚ ବର୍ଷ ତଳେ କ’ଣ ଥିଲା ଭୁବନେଶ୍ୱର ଓ ଆଜି କ’ଣ ହୋଇଛି ଲୋକେ ତାହା ଦେଖିବା କଥା । ଲୋକଙ୍କୁ ଭୁଆଁ ବୁଲାଇଲେ କିଛି ମିଳିବ ନାହିଁ । ବିଜେପି କେବଳ ରାଜନୀତି କରିବା ପାଇଁ ବିରୋଧୀ ସାଜି କଥା କହୁଛି,’’ କହିଛନ୍ତି ପୂର୍ବତନ କର୍ପୋରେଟର ତଥା ବିଜେଡି ନେତା ନବକିଶୋର ବେହେରା ।



୨୦୧୮-୧୯ ରେ ବି.ଏମ୍‌.ସି.ର ୪୫ କୋଟି ଟଙ୍କାର ଟ୍ୟାକ୍ସ ଆଦାୟ ଟାର୍ଗେଟ୍‌ ଥିବା ବେଳେ ଆଦାୟ ହୋଇଥିଲା ୩୯ କୋଟି ଟଙ୍କା । ୨୦୧୯-୨୦ରେ ୬୦ କୋଟି ଟଙ୍କାର ଟାର୍ଗେଟରୁ ମାତ୍ର ୪୩ କୋଟି ଆଦାୟ ହୋଇଥିଲା । ଚଳିତ ବର୍ଷ ବର୍ଦ୍ଧିତ ଟାକ୍ସକୁ ନେଇ ଲୋକେ ଅସନ୍ତୁଷ୍ଟ ଥିବା ବେଳେ କେତେ ଆଦାୟ ପରିମାଣ କମ୍‌ ରହୁଥିବାରୁ ବି.ଏମ୍‌.ସି. ଅଧିକାରୀମାନଙ୍କ ଚିନ୍ତା ବଢ଼ିଛି ।
Published by: Anand Shankar Thankur Das
First published: March 10, 2021, 5:39 PM IST