News18 Odia Digital
ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ମିଶ୍ରଣ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଇଥିବା ବିଜ୍ଞପ୍ତିକୁ ରଦ୍ଧ କରିଛନ୍ତି ହାଇ କୋର୍ଟ । ଏ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି ଉପରେ ଘୋର୍ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇ କୋର୍ଟ ।
ଗତ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ୨୦ ଜଣରୁ କମ ଛାତ୍ରଛାତ୍ରୀ ପଢୁଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ସେଗୁଡ଼ିକୁ ନିକଟସ୍ଥ ସ୍କୁଲ୍ ସହିତ ମିଶ୍ରଣ କରାଯିବ ଓ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଗଣ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ନିଷ୍ପତ୍ତି ପରେ ରାଜ୍ୟର ୪,୦୦୦ରୁ ଉର୍ଦ୍ଧ୍ବ ସ୍କୁଲ୍ ନିକଟସ୍ଥ ବିଭିନ୍ନ ସ୍କୁଲରେ ମିଶିବାର ଥିଲା । ହେଲେ ଏହା ବିରୁଦ୍ଧରେ ହାଇ କୋର୍ଟରେ ଆବେଦନ କରିଥିଲେ ରାଜ୍ୟ ଅଭିଭାବକ ସଙ୍ଘ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ୪ ଦିନ ବାକି ଅଛି’’ଏହି ମାମଲର ଶୁଣାଣି କରି କୋର୍ଟ ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ଦିନ ପୂର୍ଣ୍ଣାଙ୍ଗ ଶୁଣାଣି କରି ହାଇ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ଦାୟୀ କରିଥିଲେ ।
ଆବଶ୍ୟକୀୟ ଭିତ୍ତିଭୂମି ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗାଇ ନ ଦେଇ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବାରୁ ସ୍କୁଲଗୁଡ଼ିକର ମିଶ୍ରଣ କରିବା ଅବୈଧାନିକ ବୋଲି ଟିପ୍ପଣୀ ଦେଇଥିଲେ କୋର୍ଟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତଗତ ବର୍ଷ ମାର୍ଚ୍ଚ ୧୧ ତାରିଖ ଦିନ ଜାରି ହୋଇଥିବା ଏହି ବିଜ୍ଞପ୍ତି ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଓ ସମ୍ବିଧାନର ବିରୋଧାଚରଣ କରୁଥିବା ଦର୍ଶାଇ କରି ବିଭିନ୍ନ ରାଜ୍ୟ ଅଭିଭାବକ ସଙ୍ଘ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ରାଜ୍ୟ ଅଭିଭାବକ ମହାସଙ୍ଘ ଏ ନେଇ ଗାଁ ଗାଁ ବୁଲି ଜନ ସଚେତନତା କାର୍ଯ୍ୟକ୍ରମ କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ହାଇ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜ୍ୟ ଅଭିଭାବକ ମହାସଙ୍ଘ । ରାଜ୍ୟ ସରକାର ଆଉ ଉପର କୋର୍ଟକୁ ନ ଯାଇ ନିଜ ବିଜ୍ଞପ୍ତି ଓ ନିଷ୍ପତ୍ତିକୁ ବଦଳାନ୍ତୁ ବୋଲି ସଙ୍ଘ ଅନୁରୋଧ କରିଛି । ଶିକ୍ଷାବିତମାନେ ମଧ୍ୟ ହାଇ କୋରିଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି‘‘ଗତ ବର୍ଷ ଏହି ବିଜ୍ଞପ୍ତି ଆସିବା ଦିନଠାରୁ ଏହାକୁ ଆମେ ବିରୋଧ କରିଆସୁଥିଲୁ । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହାର ସୁବିଧା ଅସୁବିଧା ସମ୍ପର୍କରେ ଜଣାଇଥିଲୁ । ପରବର୍ତ୍ତୀ ସମୟରେ ବାଧ୍ୟ ହୋଇଥିଲୁ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ । ଆଜି ହାଇ କୋର୍ଟଙ୍କ ଏ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ,’’ କହିଛନ୍ତି ରାଜ୍ୟ ଅଭିଭାବକ ସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ‘‘ଯଦି ଗାଁ ଗହଳି ଓ ବ୍ଲକରୁ ସ୍କୁଲ ଉଠି ଦୂର ସ୍ଥାନରେ ଥିବା ସ୍କୁଲ୍ ସହ ମିଶିଥାନ୍ତା ତେବେ ଗ୍ରାମଞ୍ଚଳର ପିଲାମନେ ଅନେକ ଅସୁବିଧା ଭୋଗିଥାନ୍ତେ । ବିଶେଷ କରି ଝିଅମାନେ ପାଠପଢ଼ାରୁ ବଞ୍ଚିତ ହୋଇଥାନ୍ତେ। ସାକ୍ଷରତା ହାର ରାଜ୍ୟରେ ନିଶ୍ଚିତ କମିଥାନ୍ତା । ତେଣୁ ରାଜ୍ୟ ସରକାର ସରକାରୀ ସ୍କୁଲଗୁଡିକୁ ଉନ୍ନତ କରି ପିଲା ସଂଖ୍ୟା ବଢ଼ାଇବା ଦୃଷ୍ଟି ଦେବା ଉଚିତ ।’’
ଏ ନେଇ ରାଜ୍ୟ ଗଣ ଶିକ୍ଷା ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ହାଇ କୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଖୁସି ଆଣିଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।