ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ପୁନର୍ବାର ବିଚାର କରିବାକୁ HCଙ୍କ ନିର୍ଦ୍ଦେଶ

State Film Awards Controversy: ୨୦୧୯ର ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ପୁନର୍ବାର ବିଚାର କରି ଜୁରୀ ନୂଆ ତାଲିକା ଘୋଷଣା କରିବାକୁ ନିର୍ଦ୍ଦେଶକ ଦେଇଛନ୍ତି କୋର୍ଟ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (State Film Awards) ବିବାଦ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ (High Court) ଏକ ମାସ ମଧ୍ୟରେ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୯ର ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ (State Film Awards) ପୁନର୍ବାର ବିଚାର କରି ଜୁରୀ ନୂଆ ତାଲିକା ଘୋଷଣା କରିବେ ବୋଲି ମଧ୍ୟ କୋର୍ଟ କହିଛନ୍ତି। ନୂଆ ତାଲିକାରେ ଦୁଇ ଓଡ଼ିଆ ସିନେମା ‘ଖୁସି’ ଓ ‘ଗୋଳମାଲ ଲଭ’କୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାରେ ହାଇକୋର୍ଟ ଶୁଣାଣି କରି ପୁରସ୍କାର ବିତରଣ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପୁରସ୍କାର ପାଇଁ ସିନେମା ଚୟନର ପୁନଃ ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ।

ପୁନଃ ବିଚାର ପରେ ଜୁରୀଙ୍କ ନିଷ୍ପତ୍ତି ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇ ବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ମାମଲାର ପରବର୍ତ୍ତୀ ଶୁଣାଣି ସରିବା ପର୍ଯ୍ୟନ୍ତ ପୁରସ୍କାର ବିତରଣ କରାଯାଇ ପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ‘ଛବିରାଣି’ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର କରାଯାଇଥିଲା।

ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚ୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡ଼ିଆ ଫିଲ୍ମ ଛବିରାଣୀକୁ ୨୭ଟି ସମ୍ମାନରୁ ଗୋଟିଏରେ ବଛା ଯାଇନାହିଁ। ତୁରନ୍ତ ବିଚାରକ ମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଆବେଦନରେ ଦର୍ଶାଯାଇଥିଲେ ଆବେଦନକାରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯/୨୦ର ଓଡ଼ିଆ ସିନେମା ପାଇଁ ପୁରସ୍କାର ସମ୍ମାନ ଘୋଷିତ ହୋଇଥିଲା ଏବଂ ବିଭିନ୍ନ ପୁରସ୍କାର ନିମନ୍ତେ ମନୋନୀତ ନାମ ଘୋଷଣା କରାଯାଇଥିଲା। ଏହି ଚୟନ କେତେ ଦୂର ନିରପେକ୍ଷ ବା ଯୁକ୍ତିସଙ୍ଗତ, ସେ ନେଇ ଏହି ମାମଲାରେ ପ୍ରଶ୍ନ ଉଠିଥିଲା।

ଏଥିରେ ଅନ୍ୟରା ଜ୍ୟର ସିନେମାକୁ ନକଲ କରି ତିଆରି ହୋଇଥିବା ଓଡ଼ିଆ ସିନେମାକୁ ସ୍ଥାନ ଦିଆଯାଇଛି ଅଥଚ ଓଡ଼ିଆ ଘରର ବା ଓଡ଼ିଶାର ମୌଳିକ କଥାବସ୍ତୁର ଆଧାରରେ ତିଆରି ଓଡ଼ିଆ ସିନେମାକୁ ଅଣଦେଖା କରାଯାଇଛି ବୋଲି ଦର୍ଶାଯାଇଥିଲା।

ଓଡ଼ିଆ ସିନେମା ଏବେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛି। 'ପଡ଼ୋଶୀ ରାଜ୍ୟର ସିନେମାକୁ ନକଲ କରି ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପରମ୍ପରାକୁ ଦର୍ଶକ ଗ୍ରହଣ କରୁନାହାଁନ୍ତି କି ପ୍ରେକ୍ଷାଳୟକୁ ଆସି ଓଡ଼ିଆ ସିନେମା ଦେଖୁନାହାନ୍ତି।

ଏହି ଦୁର୍ଦ୍ଦଶାରୁ ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ କିଛି ପ୍ରଯୋଜକ ଓ ନିର୍ଦ୍ଦେଶକ ଅବଶ୍ୟ ଅଣ୍ଟା ଭିଡ଼ିଛନ୍ତି ଏବଂ ଖାଣ୍ଟି ଓଡ଼ିଆ ଘରର କଥାକୁ ନେଇ ସିନେମା ତିଆରି କରୁଛନ୍ତି ଯାହା ସାହସିକ, ସ୍ୱାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ। କିନ୍ତୁ ସେମାନଙ୍କୁ ହତୋତ୍ସାହ ହେବାକୁ ପଡ଼ିଛି।

ଦୃଷ୍ଟାନ୍ତମୂଳକ ଭାବେ ୨୦୧୯ ସେପ୍ଟେମ୍ବରରେ ରିଲିଜ ହୋଇଥିବା 'ଛବିରାଣୀ' ସିନେମାକୁ ନିଆଯାଇ ପାରେ, ଯାହା ଏ ରାଜ୍ୟର ପ୍ରଥମ କମର୍ସିଆଲ ବାୟୋପିକ ଓଡ଼ିଆ ସିନେମା। ୧୯୮୦ ମସିହାରେ ଏ ରାଜ୍ୟରେ ଘଟିଥିବା ଏକ ମାର୍ମିକ ଘଟଣା ଉପରେ ଏହା ଆଧାରିତ। ଏହି ସିନେମାକୁ କିନ୍ତୁ ଚୟନ କମିଟି ଦୃଷ୍ଟି ଦେଇ ନାହାଁନ୍ତି। ଏହି ପରମ୍ପରା ବଜାୟ ରହିଲେ ଆଉ କେହି ପ୍ରଯୋଜକ ଓ ନିର୍ଦ୍ଦେଶକ ଓଡ଼ିଶାର ମାଟି ଓ ସଂସ୍କୃତିର ମୌଳିକତା ରକ୍ଷା ପୂର୍ବକ ଓଡ଼ିଆ ସିନେମାଟିଏ ପ୍ରସ୍ତୁତ କରିବା ଦିଗରେ ଆଗ୍ରହ ରଖିବେ ନାହିଁ। ଏହି ଚୟନ ଓଡ଼ିଆ ସିନେମାର ଭବିଷ୍ୟତ ପାଇଁ ଏକ ଅନ୍ଧାର ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଆବେଦନରେ ଦର୍ଶାଯାଇଥିଲା।

ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ କରାଯାଇଛି ବୋଲି ପ୍ରଶ୍ନ ଉଠିଥିବା ବେଳେ ଜୁରୀମାନେ ମନ ଇଚ୍ଛା ନିଷ୍ପତ୍ତି ନେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଥିଲା।
Published by:Lipina Das
First published: