ASO ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ; କହିଲେ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ

OPSC: ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ। ଆଜି କୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଯାଇଛି।

ASO ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

ASO ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ASO ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ (High Court)। କୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା। ତେବେ ଆଗାମୀ ୨ ମାସ ମଧ୍ୟରେ ପୁନର୍ବାର ସାନି ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

ପ୍ରକାଶିତ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ। ୨୦୧୬ ବିଜ୍ଞପ୍ତି ଅନୁଯାୟୀ ବାହାରିବ ନୂଆ ଲିଷ୍ଟ। ୨ ମାସ ଭିତରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।

ଆବେଦନକାରୀମାନଙ୍କ ଓକିଲ ମନୋଜ କୁମାର ମିଶ୍ର କହିଛନ୍ତି, ‘‘ସେକ୍ସନ ଅଫିସର ନିଯୁକ୍ତି ପାଇଁ ଯେଉଁ ନିୟମ ରହିଛି, ତାହା ଅନୁଯାୟୀ ଓପିଏସ୍‌ସି କେବଳ ସର୍ଟଲିଷ୍ଟ କରିପାରିବ। କିନ୍ତୁ ତା’ମାନେ ନୁହେଁ ଯେ ଓପିଏସ୍‌ସି ନିଜେ ତାଙ୍କ ଆଡୁ ପ୍ରତି ବିଷୟରେ ୪୦% କଟ୍‌ ଅଫ୍ ମାର୍କ ରଖିପାରିବେ। ଓପିଏସ୍‌ସିର ସେହି କ୍ଷମତା ନାହିଁ। ଓପିଏସ୍‌ସି ତାଙ୍କ ବିଜ୍ଞପ୍ତିରେ କହିଥିଲେ ଯେ ସେମାନେ କଟ୍‌ଅଫ୍ ମାର୍କ ରଖିବେ। କିନ୍ତୁ କେତେ କଟ୍‌ଅଫ୍ ମାର୍କ ରଖିବେ ତାହା କହିନଥିଲେ। ତେଣୁ ପରୀକ୍ଷା ଦେବା ବେଳେ ପିଲାମାନେ ଜାଣି ପାରି ନଥିଲେ ଯେ ସେମାନଙ୍କ କଟଅଫ ମାର୍କ ୪୦% ରହିବ। ପୂର୍ବ ଥର ଓପିଏସ୍‌ସି ଏଏସ୍‌ଓ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା କରିଥିଲେ ସେଥିରେ ବି ସମାନ ନିୟମ ରଖାଯାଇଥିଲା, କିନ୍ତୁ କଟ୍‌ ଅଫ୍ ବ୍ୟବସ୍ଥା ନଥିଲା। ମୋଟ୍ ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା।’’

ପଢ଼ନ୍ତୁ ଏହି ଖବର:  Matric Exam: କଣ ପୁଣି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା?

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶୁଣାଣି କରି କହିଛନ୍ତି ଯେ ପ୍ରକାଶ ପାଇବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ। ଏଣୁ ଓପିଏସସି ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ନଜର ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା।
Published by:Lipina Das
First published: