ଚନ୍ଦ୍ର ଗ୍ରହଣ ଦିନ ବିରିଆନି ଖାଇବେ ହେତୁବାଦୀ ସମାଜ; ବିରୋଧ କରିବେ ପରମ୍ପରାବାଦୀ

ଓଡ଼ିଶା ମନ୍ଦିର ସେବାୟତ ସଂଘ ରବିବାର ସ୍ପଷ୍ଟ କରିଛି ଯେ, ପୂର୍ବରୁ ସଙ୍ଗଠିତ ହୋଇଥିବା ସୂର୍ଯ୍ୟପରାଗ ପରେ ଏବେ ଆଗାମୀ ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀଙ୍କ ଉଦ୍ୟମକୁ ଜୋରଦାର ବିରୋଧ କରାଯିବ।

ବିରିଆନି ପାର୍ଟି ବିବାଦ

ବିରିଆନି ପାର୍ଟି ବିବାଦ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ସୂର୍ଯ୍ୟପରାଗ ପରେ ଏବେ ସଙ୍ଗଠିତ ହେବାକୁ ଯାଉଥିବା ଆଉ ଏକ ମହାଜାଗତିକ ଦୃଶ୍ୟ ଚନ୍ଦ୍ର ଗ୍ରହଣ ସମୟରେ ପାକ ନିଷେଧ ପରମ୍ପରାକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି।

ଓଡ଼ିଶା ମନ୍ଦିର ସେବାୟତ ସଂଘ ରବିବାର ସ୍ପଷ୍ଟ କରିଛି ଯେ, ପୂର୍ବରୁ ସଙ୍ଗଠିତ ହୋଇଥିବା ସୂର୍ଯ୍ୟପରାଗ ପରେ ଏବେ ଆଗାମୀ ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀଙ୍କ ଉଦ୍ୟମକୁ ଜୋରଦାର ବିରୋଧ କରାଯିବ। ଆବଶ୍ୟକ ପଡ଼ିଲେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ଲୋଡ଼ାଯିବ।

ସେପଟେ ଏହାକୁ ଓପନ ଚାଲେଞ୍ଜ କରିଛି ମୁକ୍ତ ଚିନ୍ତନ ବାଦି ଓ ହେତୁବାଦୀ ସଙ୍ଗଠନ। ସେମାନେ କହିଛନ୍ତି ଯିଏ ବିରୋଧକାରୀଙ୍କୁ ଆମେ ସ୍ବାଗତ କରିବୁ। ହେତୁବାଦୀଙ୍କୁ କେତୁବାଦୀ କହିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ। ପରମ୍ପରାବାଦୀଙ୍କୁ ହେତୁବାଦୀ କହିଲେ ବିରୋଧ କଲେ ସ୍ବାଗତ କରାଯିବ। ପରମ୍ପରାବାଦୀ କହିଲେ ଖୋଲା ବିତର୍କକୁ ଆସ। ଯୁକ୍ତି ଓ ତଥ୍ୟ ସଙ୍ଗତ ମତରେ ବିତର୍କକୁ ଯିବା ପାଇଁ ରାଜି ହେଲେ ହେତୁବାଦୀ।

ଗ୍ରହଣରେ ଚିକେନ ବିରିଆନି ଖାଇବା ନେଇ ହେତୁବାଦୀ କହିବା ପରେ ଏବେ ଏହାକୁ ନେଇ ବଢ଼ିଛି ବିବାଦ। ସାମ୍ନା ସାମ୍ନା ସ୍ଥିତି ଉପୁଜିଛି ଦୁଇ ବାଦୀଙ୍କ ଭିତରେ। ଗୋଟିଏ ପଟେ ହେତୁବାଦୀ ଅନ୍ୟପଟେ ପରମ୍ପରାବାଦୀ।

ଏହି ବିରିଆନି ଖିଆକୁ ନେଇ ବଢ଼ିଛି ବିବାଦ। ଏ ନେଇ ରବିବାର ଦିନ ରାମ ମନ୍ଦିର ସାମ୍ନାରେ ୩ଟି ଧାର୍ମିକ ସଂଘ ଓଡ଼ିଶା ମନ୍ଦିର ସେବାୟତ ସଂଘ, ସୁଦର୍ଶନ ରାଷ୍ଟ୍ର ନିର୍ମାଣ ଓଡ଼ିଶା, ରାଷ୍ଟ୍ରୀୟ ବଜରଙ୍ଗ ସେବା ପକ୍ଷରୁ ଡକାଯାଇଥିଲା ସାମ୍ବାଦିକ ସମ୍ମିଳନୀ। ଏଥିରେ ସଂଘ ପକ୍ଷରୁ ହେତୁବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହିତ ଚନ୍ଦ୍ର ଗହଣ ଦିନ ପ୍ରବଳ ବିରୋଧ କରାଯିବ ବୋଲି ସୂଚନା ଦିଆଯାଇଛି।
ଓଡ଼ିଶାର ଯେଉଁ ଜାଗାରେ ରନ୍ଧା ଖାଦ୍ୟ ଆୟୋଜନ କରି ସମବେତ ଖାଦ୍ୟର ଆସର ଖୋଲିବ ସେ ସ୍ଥାନରେ ବିରୋଧ କରାଯିବ। ଭୁବନେଶ୍ଵର ନୁହେଁ ସାରା ରାଜ୍ୟରେ ବିରିଆନି ପାର୍ଟିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ହେତୁବାଦୀ। ସୂଚନା ଅନୁଯାୟୀ ଫ୍ରି ଥଟ ପାର୍ଟି ଅଫ୍ ଇଣ୍ଡିଆ, ବାମବାଦୀ ଓ ମୁକ୍ତ ଚିନ୍ତନ ବାଦି, ନିରିଶ୍ୱର ବାଦି ଓ ଆମ ଫୋଇ ପକ୍ଷରୁ ରାଜଧାନୀର ଛାତି ଉପରେ ଆୟୋଜନ କରିବେ ଭେଜ-ନନ୍ ଭେଜ ବିରିଆନି ପାର୍ଟି।

ଯେଉଁଥିରେ ମୁକ୍ତ ଚିନ୍ତାଧାରା ସହିତ ଏକମତ ଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସାମାଜିକ ସଙ୍ଗଠନ, ଡାକ୍ତର , ଶିକ୍ଷାବିତଙ୍କ ସହିତ ବୈଜ୍ଞାନିକମାନେ ଯୋଗ ଦେବେ। ରନ୍ଧା ଖାଦ୍ୟ ଖାଇଲେ ଯଦି ଶରୀର ଉପରେ କିଛି ପ୍ରଭାବ ପଡ଼ିବ, ମଣିଷ ଅସୁସ୍ଥ ହେବ ଏହାର କିଛି ସିଦ୍ଧାନ୍ତ ଅଛି ତେବେ ସେମାନେ ପ୍ରମାଣ କରନ୍ତୁ। ଯଦି ଜଣେ ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ- ବୃଦ୍ଧା ଖାଦ୍ୟ ଗ୍ରହଣ କରି ପାରିବେ ତେବେ ଜଣେ ଭଲ ଲୋକ କାହିଁକି ଖାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହେତୁବାଦୀ।

ହେତୁବାଦୀ ପ୍ରତାପ ରଥ କହିଛନ୍ତି ଅବୈଜ୍ଞାନିକ ଚିନ୍ତାଧାରାକୁ ଯିଏ ଆଗେଇ ନେବାକୁ ଉଦ୍ୟମ କରିବ ତାକୁ ଆମେ ବିରୋଧ କରିବୁ। ଏକ ବିଂଶ ଶତାବ୍ଦୀରେ ଭାରତରେ ଏଭଳି ଅବୈଜ୍ଞାନିକ ଚିନ୍ତାଧାରାକୁ ଆଗେଇ ନେଵାକୁ ଦିଆଯିବ ନାହିଁ। ଯେଉଁମାନେ ଆମକୁ ବିରୋଧ କରିବାକୁ ଧମକ ଦେଇଛନ୍ତି ସେମାନେ କରନ୍ତୁ। ଆମେ ବି ଏଭଳି ଅବୈଜ୍ଞାନିକ ଚିନ୍ତାଧାରାକୁ ବିରୋଧ କରିବୁ। ସେପଟେ ଗଣ ମାଧ୍ୟମରେ ପୋଲିସକୁ ସହଯୋଗ ପାଇଁ ଅପିଲ କରିଛି ମନ୍ଦିର ସେବାୟତ ସଂଘ। ସେପଟେ ହେତୁବାଦୀ ମଧ୍ୟ ସବୁ ପ୍ରକାର ବିରୋଧକୁ ସାମ୍ନା କରିବାକୁ ପ୍ରସ୍ତୁତ। ତେବେ ଦେଖାଯାଉ ଏ ଘଟଣା ଆଗକୁ କେଉଁ ମୋଡ଼ ନେଉଛି।
Published by:Lipina Das
First published: