ମାଆ ଲକ୍ଷ୍ମୀଙ୍କ ଅଭିମାନ ; ଆଜି ହେରା ପଞ୍ଚମୀରେ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ

ଆଜି ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଭେଟି ଦର୍ଶନ କରିବା ସହ ରଥ କାଠ ଭାଙ୍ଗି ଶ୍ରୀମନ୍ଦିର ଫେରିବେ ।

ଆଜି ହେରା ପଞ୍ଚମୀ, ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମାଆ ଲକ୍ଷ୍ମୀ

ଆଜି ହେରା ପଞ୍ଚମୀ, ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମାଆ ଲକ୍ଷ୍ମୀ

  • Share this:
News 18 Odia Digital

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପବିତ୍ର ହେରା ପଞ୍ଚମୀ । ଭାଈ ଭଉଣୀଙ୍କୁ ସାଥିରେ ଧରି ମହାପ୍ରଭୁ ମାଉସୀ ଘରକୁ ଯାତ୍ରା କରିଥିବା ସମୟରେ ମାଆ ମହାଲକ୍ଷ୍ମୀଙ୍କୁ ନେଇ ନାହାନ୍ତି । ସେଥିପାଇଁ ଅଭିମାନ କରି ରାଗରେ ମାଆ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ । ଆଜି ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଭେଟି ଦର୍ଶନ କରିବା ସହ ରଥ କାଠ ଭାଙ୍ଗି ଶ୍ରୀମନ୍ଦିର ଫେରିବେ ।

ଆଜି ଶ୍ରୀମନ୍ଦିର ଭଣ୍ଡାର ଘରେ ବିରାଜିତା ମାଆ ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରିବେ । ପରେ ମାଆ ଲକ୍ଷ୍ମୀଙ୍କ ବନକଲାଗି କାର୍ଯ୍ୟକ୍ରମ କରାହେବ । ମାଆ ଲକ୍ଷ୍ମୀଙ୍କୁ ପାଟ ଓ ଅଳଙ୍କାରରେ ସୁସଜ୍ଜିତ କରିବେ ସେବାୟତ । ପରେ ସେବାୟତ ମାଆ ଲକ୍ଷ୍ମୀଙ୍କୁ ନେଇ ବଟ ବୃକ୍ଷ ତଳେ ଥିବା ସୁସଜ୍ଜିତ ବିମାନରେ ବିଜେ କରାଇବେ । ଘଣ୍ଟ,ଘଣ୍ଟା ଶଙ୍ଖନାଦର ଶବ୍ଦରେ ବଡ଼ଦାଣ୍ଡ ରାସ୍ତାରେ ବିମାନ ବଡୁମାନେ ବିମାନ କାନ୍ଧେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାଆ ଲକ୍ଷ୍ମୀଙ୍କୁ ନେବେ ।

ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଅନୁଷ୍ଠିତ ହେବାପରେ  ସେବାୟତ ମାଆ ଲକ୍ଷ୍ମୀଙ୍କୁ ରଥ ପାଖରୁ ଜୟ,ବିଜୟ ଦ୍ୱାର ନିକଟକୁ ଆଣିବେ। ଏହାପରେ ଆଜ୍ଞାମାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ମାଆ ଲକ୍ଷ୍ମୀଙ୍କ ବିମାନକୁ ନାକଚଣା ଦ୍ୱାର ରାସ୍ତାରେ ଅଣାଯାଇ ତେନ୍ତୁଳିଗଛ ପାଖରେ  ସେଠାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଆଙ୍କ ଅଭିମାନ ଦେଖିବା ପରେ ବଡ଼ ଠାକୁର ଶ୍ରୀମନ୍ଦିର ଫେରିବାକୁ ପ୍ରସ୍ତୁତ ହେବେ ।
Published by:Soubhagya Mishra
First published: