ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଓ ଝିଅ ଏଶା ଦେଓଲ ନୃତ୍ୟ କଲେ; ଦେଖନ୍ତୁ

ଗଣେଶୋତ୍ସବରେ ଅଭିନେତ୍ରୀ ହେମା ମାଳିନୀ ନିଜ ଝିଅ ଏଶା ଦେଓଲଙ୍କ ସହ ଭାରତନାଟ୍ୟମ ନୃତ୍ୟର ଏକ ମନମୋହକ ଯୁଗଳବନ୍ଦୀ ଦର୍ଶକଙ୍କ ନିକଟକୁ ଆଣିଛନ୍ତି । ମା ଓ ଝିଅଙ୍କ ଯୋଡ଼ି ଏକାଠି ନାଚୁଥିବା କାର୍ଯ୍ୟକ୍ରମର ଏକ ଝଲକ ଦେଖନ୍ତୁ ।

ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଓ ଝିଅ ଏଶା ଦେଓଲ ନୃତ୍ୟ କଲେ; ଦେଖନ୍ତୁ
ନୃତ୍ୟ କାର୍ଯ୍ୟକ୍ରମରେ ହେମା ଓ ଝିଅ ଏଶା
  • News18 Odia
  • Last Updated: August 22, 2020, 10:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜି ୨୨ ଅଗଷ୍ଟ ଶନିବାର ଗଣେଶ ଚତୁର୍ଥୀ (Ganesh Chaturthi) ପର୍ବ ସାରା ଦେଶରେ ପାଳନ କରାଯାଉଛି । କରୋନା ଭାଇରସକୁ ନେଇ ଜାରି ଥିବା କଟକଣା ଯୋଗୁଁ ଏହି ମହା ପର୍ବ ଏ ଥର ପୂର୍ବ ଅପେକ୍ଷା ବହୁତ ଛୋଟ ଓ ସଙ୍କୁଚିତ ରୂପରେ ପାଳିତ ହେଉଛି । ଏହି ଦିନ ଠାରୁ ମହାରାଷ୍ଟ୍ରରେ (Maharashtra) ଗଣେଶୋତ୍ସବ ଆରମ୍ଭ ହୁଏ । ଏହା ମହାରାଷ୍ଟ୍ରର ସବୁ ଠାରୁ ବଡ଼ ପର୍ବ । ଗଣେଶୋତ୍ସବରେ ମହାରାଷ୍ଟ୍ର ସମେତ ସବୁ ରାଜ୍ୟରେ ଗଣେଶ ମୂର୍ତ୍ତି (Ganesh idol) ସ୍ଥାପନ କରାଯାଏ ଓ ୧୧ ଦିନ ପରେ ତାଙ୍କୁ ବିଦାୟ ଦିଆଯାଏ ।

ଏଥର ଗଣେଶୋତ୍ସବରେ (Ganeshotsav) ଅଭିନେତ୍ରୀ ହେମା ମାଳିନୀ (Hema Malini) ନିଜ ଝିଅ ଏଶା ଦେଓଲଙ୍କ (Esha Deol) ସହ ଭାରତନାଟ୍ୟମର ମନମୋହକ ଯୁଗଳବନ୍ଦୀ କରି ଦର୍ଶକଙ୍କ ନିକଟକୁ ଆଣିଛନ୍ତି । ଏହି ମା ଓ ଝିଅଙ୍କ ଯୋଡ଼ି ଏକାଠି ନାଚୁଥିବା ଦର୍ଶକ ଦେଖିବାକୁ ପାଇବେ ।








View this post on Instagram





Hema Malini and Esha Deol will leave you awestruck by their beautiful and graceful performance! Star Parivaar Ganeshotsav 2020, 23rd August at 8pm on StarPlus and Disney+ Hotstar. #StarParivaarGaneshotsav @dreamgirlhemamalini @imeshadeol @sonu_sood @theshilpashetty


A post shared by StarPlus (@starplus) on






ଷ୍ଟାର୍ ପ୍ଲସ୍ ଗଣେଶୋତ୍ସବ (Star Plus Ganeshotsav) କାର୍ଯ୍ୟକ୍ରମରେ ହେମା ମାଳିନୀ ଓ ଏଶା ଦେଓଲ ଭାରତନାଟ୍ୟମ୍ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ। ସେ ଦୁହିଁଙ୍କ ସେହି କାର୍ଯ୍ୟକ୍ରମର ଏକ ଭିଡିଓ ଟିଭି ଚ୍ୟାନେଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି ।ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମା’ ଓ ଝିଅ ଏକାଠି ପରଫର୍ମ କରୁଥିବା ଦେଖାଯାଇଛନ୍ତି ।




ଷ୍ଟାର ପ୍ଲସର (Star Plus) ଏହି ଗଣେଶ ମହୋତ୍ସବ କାର୍ଯ୍ୟକ୍ରମରେ ହେମା ମାଳିନୀଙ୍କ ବ୍ୟତୀତ ସୋନୁ ସୁଦ (Sonu Sood), ଶିଳ୍ପା ଶେଟ୍ଟୀ (Shilpa Shetty) ଓ ଦିବ୍ୟଙ୍କା ତ୍ରିପାଠୀଙ୍କ (Divyanka Tripathi) ପରି ଅନେକ କଳାକାର ଶାମିଲ ହେବାକୁ ଯାଉଛନ୍ତି । ଖାଲି ଏତିକି ନୁହେଁ, ଏହି ଗଣେଶୋତ୍ସବ କାର୍ଯ୍ୟକ୍ରମରେ ଟେଲିଭିଜନର ପ୍ରସିଦ୍ଧ ରାମ ଓ ସୀତା ଅର୍ଥାତ୍ ଅଭିନେତା ଅରୁଣ ଗୋଭିଲ (Arun Govil) ଓ ଅଭିନେତ୍ରୀ ଦୀପିକା ଚିଖାଲିଆ (Deepika Chikhalia) ମଧ୍ୟ ଏକାଠି ପରଫର୍ମ କରିବେ ।

ଏହା ବି ପଢ଼ନ୍ତୁ | ଆଉ ନିର୍ବାଚନ ଲଢ଼ିବେନି ସୁରେଶ ରାଉତରାୟ; କହିଲେ, ‘‘ସରକାର ଯାହା କରିନାହାନ୍ତି ତାହା ମୋ’ ପୁଅ କରିଛି’’

ଏହା ବି ପଢ଼ନ୍ତୁ | COVID-19 ମଧ୍ୟରେ ଚାକିରୀ ହରାଇଥିବା ଯୁବକମାନଙ୍କୁ ରୋଜଗାର ଦେବେ ମନୋଜ ବାଜପେୟୀ; ଆରମ୍ଭ କଲେ 'ଶ୍ରମିକ ସହଯୋଗ' ପ୍ରକଳ୍ପ



ଟିଭିର ଏହି ବିଶେଷ ଗଣେଶ ଚତୁର୍ଥୀ କାର୍ଯ୍ୟକ୍ରମରେ ସୁଶାନ୍ତ ସିଂ ରାଜପୁତଙ୍କୁ (Sushant Singh Rajput) ବି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।
Published by: Anand Shankar Thankur Das
First published: August 22, 2020, 10:52 AM IST
corona virus btn
corona virus btn
Loading