ପାରାଦୀପରେ ଏଣେ ତେଣେ ବୁଲୁଥିବା ଅସହାୟ ଘୋଡ଼ା ଉଦ୍ଧାର ହେଲା; ତାକୁ ଭୁବନେଶ୍ୱର ଅଣାଗଲା

ଘୋଡାଟି ପାରାଦୀପ ସହରାଞ୍ଚଳର ବିଭିନ୍ନ ବଜାର ଓ ବସ୍ତିର ଗଳିରେ ବୁଲି ପଲିଥିନ୍, କାଗଜ ଓ ଅଳିଆ ଆବର୍ଜନା ଖାଇ ବଞ୍ଚୁଥିଲା । ତା’ ଅବସ୍ଥା ଦେଖି ଜଣେ ସ୍ଥାନୀୟ ମହିଳା ପିପୁଲ ଫର ଆନିମାଲସ୍ ସଙ୍ଗଠନର ଅଧକ୍ଷା ମେନାକା ଗାନ୍ଧିଙ୍କୁ ଟ୍ୟାଗ୍ କରି ଏକ ଟ୍ୱିଟ୍ କରିଥିଲେ ।

ଘୋଡ଼ାଟିକୁ ଉଦ୍ଧାର କରି ନେଉଛନ୍ତି ପିପୁଲ ଫର ଆନିମାଲସ୍ ସଙ୍ଗଠନର କର୍ମକର୍ତ୍ତାମାନେ ।

ଘୋଡ଼ାଟିକୁ ଉଦ୍ଧାର କରି ନେଉଛନ୍ତି ପିପୁଲ ଫର ଆନିମାଲସ୍ ସଙ୍ଗଠନର କର୍ମକର୍ତ୍ତାମାନେ ।

  • Share this:
News18 Odia Digital

ପାରାଦୀପ: ଲକଡାଉନ ସମୟରୁ ମାସ ମାସ ଧରି ପାରାଦୀପ ସହରାଞ୍ଚଳରେ ଏଣେ ତେଣେ ବୁଲୁଥିବା ଏକ ଅସହାୟ ଘୋଡ଼ା ଉଦ୍ଧାର ହୋଇଛି ଓ ତା’ ରହିବା ଓ ଖାଇବାର ବନ୍ଦୋବସ୍ତ ହୋଇପାରିଛି, ହେଲେ ଘୋଡ଼ାଟି ସହର ଭିତରକୁ କେମିତି ଆସିଲା ଓ ତା’ ମାଲିକ କିଏ ତାହା ଏ ପର୍ଯ୍ୟନ୍ତ ଅଜଣା ରହିଛି ।

ଘୋଡାଟି ପାରାଦୀପ ସହରାଞ୍ଚଳର ବିଭିନ୍ନ ବଜାର ଓ ବସ୍ତିର ଗଳିରେ ବୁଲି ପଲିଥିନ୍‌, କାଗଜ ଓ ଅଳିଆ ଆବର୍ଜନା ଖାଇ ବଞ୍ଚୁଥିଲା । ତା’ର ଏହି ଦୁଃଖଦ ଅବସ୍ଥା ଦେଖିବା ପରେ ଜଣେ ସ୍ଥାନୀୟ ମହିଳା ଏ ସମ୍ପର୍କରେ ପିପୁଲ ଫର ଆନିମାଲସ୍‌ ସଙ୍ଗଠନର ଅଧକ୍ଷା ମେନାକା ଗାନ୍ଧିଙ୍କୁ ଟ୍ୟାଗ୍‌ କରି ଏକ ଟ୍ୱିଟ୍‌ କରିଥିଲେ । ମହିଳା ଜଣକ ଓଡି଼ଶାରେ ଥିବା ପିପୁଲ ଫର ଆନିମଲସର କର୍ମକର୍ତ୍ତାଙ୍କୁ ବି ଟ୍ୱିଟରେ ଟ୍ୟାଗ୍‌ କରିଥିଲେ ।

ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ନିକଟରେ ଭୁବନେଶ୍ବରରୁ ଏହି ସଙ୍ଗଠନର ଏକ ଟିମ୍‌ ପାରାଦୀପରେ ପହଞ୍ଚି ଘୋଡ଼ାଟିକୁ ଉଦ୍ଧାର କରି ନେଇଥିଲେ । ଘୋଡାଟିର ସାସ୍ଥ୍ୟ ଅବସ୍ଥା ଭଲ ନ ଥିବା ଜଣା ପଡୁଥିଲା । ତାକୁ ଉଦ୍ଧାର କରାଯାଇଥିବାରୁ ସ୍ଥାନୀୟ ଲୋକେ ପିପୁଲ୍‌ ଫର୍‌ ଆନିମଲସ୍‌ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି ।

ଏହି ଗାଡ଼ିରେ ଘୋଡ଼ାକୁ ଭୁବନେଶ୍ୱର ନିଆଯାଇଥିଲା ।


‘‘ଏହି ଘୋଡ଼ାଟିକୁ ବୋଧ ହୁଏ ପାରାଦୀପରେ କୌଣସି ବ୍ୟକ୍ତି ରଖିଥିଲେ ଓ ସମୁଦ୍ର କୂଳରେ ଲୋକଙ୍କୁ ବସାଇ କିଛି ରୋଜଗାର କରୁଥିଲେ । ମାତ୍ର କରୋନା ସମୟରେ ଲକଡାଉନ କାରଣରୁ ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବାରୁ ବା କୌଣସି ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ଏହି ଘୋଡାକୁ ଛାଡି଼ଦେଇ ଚାଲିଯାଇଥିଲେ । ଫଳରେ ଘୋଡାଟି ମାସ ମାସ ଧରି ସହରରେ ବୁଲି ବଡ଼ କଷ୍ଟରେ ଖାଦ୍ୟ ଯୋଗାଡ଼ କରୁଥିଲା ବୋଲି ଆମେ ଜାଣିବାକୁ ପାଇଥିଲୁ,’’ ପିପୁଲ ଫର ଆନିମଲସ୍‌ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଜୀବନ ବଲ୍ଲଭ ଦାସ ।

ଏହା ବି ପଢ଼ନ୍ତୁ | ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ପୋଲିସ ଅଫିସର୍ ଲେଖିଲେ: ‘ଏହା ମୋ କର୍ମର ଫଳ

ଘୋଡ଼ାଟିକୁ ପିପୁଲ ଫର ଆନିମଲସ୍‌ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏକ ଗାଡ଼ି ସହ ଆସି ଭୁବନେଶ୍ୱର ନେଇଯାଇଛନ୍ତି । ପାରାଦୀପରେ ରାସ୍ତାରେ ପଡ଼ିଥିବା ପଲିଥିନ ଓ କାଗଜ ଭଳି ଅଳିଆ ଖାଉଥିବାରୁ ଘୋଡ଼ାର ସାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଥିଲା । ଭୁବନେଶ୍ୱରରେ ତା’ର ସାସ୍ଥ୍ୟ ପରୀକ୍ଷା କରାଯାଇ ତାକୁ ସେଲଟର୍‌ ହୋମରେ ରଖାଯିବ ବୋଲି କହିଛନ୍ତି ଦାସ ।

ରାସ୍ତା ଉପରୁ ଅନାବନା ଖାଇ ଘୋଡ଼ାର ସ୍ୱାସ୍ଥ୍ୟ ଖରାପ ହେଉଥିଲା ।


‘‘ସମାଜରେ ମଣିଷ ଯେମିତି ବଞ୍ଚୁଛି ସେମିତି ପଶୁପକ୍ଷୀଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି । ସେମାନଙ୍କୁ ଭଲପାଇବା ସହିତ ସେମାନଙ୍କର ସେବା ଯତ୍ନ ନେବାର ଆବଶ୍ୟକତା ରହିଛି । ସେମାନଙ୍କର ସେବା ପରୋକ୍ଷରେ ଭଗବାନଙ୍କର ସେବା ସହ ତୁଳନୀୟ,’’ କହିଛନ୍ତି ଜଗତସିଂହପୁର ଜିଲ୍ଲାର ସମାଜସେବୀ ତଥା ପିପୁଲ ଫର ଆନିମାଲସର କର୍ମକର୍ତ୍ତା ପ୍ରଦୀପ ମିତ୍ର ।

ଏହା ବି ପଢ଼ନ୍ତୁ | ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଘୋଡ଼ା ପରି ବଳିଷ୍ଠ ଓ ଉପଯୋଗୀ ପ୍ରାଣୀ ସହରରେ ଏଣେ ତେଣେ ବୁଲି ଅନାବନା ଖାଉଥିବା ଓ ତା’ ସ୍ୱାସ୍ଥ୍ୟ ଖରାପ ହେଉଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଥିଲା । ଦୀର୍ଘ ଦିନ ପରେ ଘୋଡ଼ାଟିକୁ ଉଦ୍ଧାର କରାଯାଇଥିବାରୁ ପିପଲ୍‌ ଫର୍‌ ଆନିମାଲସ୍‌ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି ପରିବେଶବିତ ଡଃ ଅୟସକାନ୍ତ ରାଏ ।



‘‘ଘୋଡ଼ା ହେଉ କି ଓଟ, ଏମିତି ଅନେକ ପଶୁଜନ୍ତୁ ଅଛନ୍ତି ଯେଁଉମାନଙ୍କର ସଠିକ ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଖାଦ୍ୟପେୟର ଆୟୋଜନ ହୋଇ ପାରୁ ନ ଥିବାରୁ ସେମାନଙ୍କ ବଂଶ ଲୋପ ପାଇବାକୁ ଯାଉଛି । ତେଣୁ ଏହି ଘୋଡାକୁ ଉଦ୍ଧାର କରି ତା’ ସେବା ଯତ୍ନ କରିବା ସୁନିଶ୍ଚିତ କରାଇଥିବାରୁ ପିପଲ୍‌ ଫର୍‌ ଆନିମାଲସ୍‌ ଅନୁଷ୍ଠାନକୁ ଶତ ଧନ୍ୟବାଦ,’’ କହିଛନ୍ତି ଡଃ ରାଏ ।
Published by:Anand ST Das
First published: