ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲଗାଣ ବର୍ଷା: ଗଭୀର ଅବପାତ ଆହୁରି ୨୪ ଘଣ୍ଟା ରହିବ; ୧୨ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ୍‌ ଛୁଟି ଘୋଷିତ

ଲଗାଣ ବର୍ଷା: ଗଭୀର ଅବପାତ ଆହୁରି ୨୪ ଘଣ୍ଟା ରହିବ; ୧୨ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ୍‌ ଛୁଟି ଘୋଷିତ

Heavy rains across Odisha; schols to be closed for 2 days | ଆସନ୍ତା ୧୬ରୁ ୧୭ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ବର୍ଷା ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଲଗାଣ ବର୍ଷା: ଗଭୀର ଅବପାତ ଆହୁରି ୨୪ ଘଣ୍ଟା ରହିବ; ୧୨ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ୍‌ ଛୁଟି ଘୋଷିତ
ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ୍‌ ବନ୍ଦ ରଖିବା ବିଷୟରେ କହୁଛନ୍ତି ।
  • News18 Odia
  • Last Updated: September 13, 2021, 7:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଲଘୁଚାପର ବିପଦ ନ ଯାଉଣୁ ପୁଣି ଏକ ଲଘୁଚାପ ସମ୍ଭାବନା ମାଡ଼ି ବସିଛି ଓ ବନ୍ୟା ଆଶଙ୍କା ଆହୁରି ବଢ଼ିଛି । ଏବେ ଜାରି ଥିବା ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି କରାଯାଇଛି ।

ବର୍ଷା ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ୧୨ଟି ଜିଲ୍ଲା ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ଓ ମୃତ୍ୟୁ ହେଲା; VIDEO ଭାଇରାଲ୍

ଏବେ ଦେଖାଦେଇଥିବା ଗଭୀର ଅବପାତ ଆହୁରି ୨୪ ଘଣ୍ଟା ବଳବତ୍ତର ରହିବା ପରେ ପଶ୍ଚିମ ମୁହାଁ ହୋଇ ଛତିଶଗଡ଼ ଆଡ଼େ ମୁହାଁଇବ । ତେଣୁ ଆଗାମୀ ୨୪ ଘଣ୍ଟା ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ହେଲେ ଏତିକିରେ ବର୍ଷା ବିପଦ ଟଳିନି । ଆଗାମୀ ୧୭ ତାରିଖରେ ଆଉ ଏକ ଲଘୁଚାପ ଆସିପାରେ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ହେଉଛି ।


ସୋମବାର ଦିନ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । କଟକରୁ କେନ୍ଦ୍ରାପଡ଼ା, ବ୍ରହ୍ମପୁରରୁ ବାଲେଶ୍ବର, କନ୍ଧମାଳରୁ କେନ୍ଦୁଝର ସବୁଠି ଦେଖିବାକୁ ମିଳିଛି ବର୍ଷାର ବିଭୀଷିକା । ଆହୁରି ୨୪ ଘଣ୍ଟା ରହିବ ଲଘୁଚାପର ପ୍ରଭାବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

‘‘ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ଦେଇ ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବର୍ଷା ଜାରି ରହିବ । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଜାରି କରାଯାଇଛି ରେଡ୍‌ ଆଲର୍ଟ,’’ କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍‌. ବିଶ୍ବାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ ସେବନ କରୁଥିଲେ କନ୍ନଡ଼ ଅଭିନେତ୍ରୀ ଅନୁଶ୍ରୀ? ତାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ବଲାଙ୍ଗିର, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କଟକରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଏହି ଜିଲ୍ଲାଗୁଡ଼ିକ ପାଇଁ ଜାରି କରାଯାଇଛି ଅରେଞ୍ଜ୍‌ ଆଲର୍ଟ ।

ସୋମବାର ଦିନ କଟକ ଓ ଭୁବନେଶ୍ୱରରେ ଭୀଷଣ ବର୍ଷା ହୋଇଥିଲା ।


ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଏଥି ପାଇଁ ସବୁ ବନ୍ଦରରେ ଜାରି କରାଯାଇଛି ୩ ନମ୍ବର ବିପଦ ସଙ୍କେତ । ମତ୍ସ୍ୟଜୀବୀମାନଙ୍କୁ ଦୁଇ ଦିନ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

‘‘ମୌସୁମି ପ୍ରଭାବ ସରି ଆସିବା ବେଳକୁ ହୋଇଛି ପ୍ରବଳ ବର୍ଷା । ଏଇ ଲଘୁଚାପ ସିନା ଦୁର୍ବଳ ହୋଇଯିବ, ହେଲେ ଆଗକୁ ଆହୁରି ଏକ ଲଘୁଚାପ ଆସୁଛି । ଆସନ୍ତା ୧୬ରୁ ୧୭ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ । ସେହି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍‌.ଡି.) ମହାନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ।



କେବଳ ସେପ୍ଟେମ୍ବର ମାସରେ ସ୍ବାଭାବିକଠାରୁ ୪୮ ପ୍ରତିଶତ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୧୩ ଯାଏଁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୨୦୧୮ରେ ବୁର୍ଲାରେ ଗୋଟିଏ ଦିନରେ ୬୨୨ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୫୬୭ ମି.ମି ବର୍ଷା ହୋଇଥିଲା । ଏଥର ପୁରୀରେ ହୋଇଛି ସର୍ବାଧିକ ବର୍ଷା । ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଏବେ ବି ୧୫ଟି ଜିଲ୍ଲାରେ ରହିଛି ନିଅଣ୍ଟିଆ ବର୍ଷା ସ୍ଥିତି ।
Published by: Anand S.T. Das
First published: September 13, 2021, 7:54 PM IST