ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଉପର ମୁଣ୍ଡାରେ ବର୍ଷା ଯୋଗୁଁ ମଧ୍ଯମ ଧରଣର ବନ୍ଯା ହୋଇପାରେ; ବିଷମ ସ୍ଥିତି ସୃଷ୍ଟି ହେବ ନାହିଁ: ଏସଆରସି

ଉପର ମୁଣ୍ଡାରେ ବର୍ଷା ଯୋଗୁଁ ମଧ୍ଯମ ଧରଣର ବନ୍ଯା ହୋଇପାରେ; ବିଷମ ସ୍ଥିତି ସୃଷ୍ଟି ହେବ ନାହିଁ: ଏସଆରସି

ଜଳକା ଓ ବୈତରଣୀର ଆଖୁଆପଦାକୁ ଛାଡ଼ିଦେଲେ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି।

ଉପର ମୁଣ୍ଡାରେ ବର୍ଷା ଯୋଗୁଁ ମଧ୍ଯମ ଧରଣର ବନ୍ଯା ହୋଇପାରେ; ବିଷମ ସ୍ଥିତି ସୃଷ୍ଟି ହେବ ନାହିଁ: ଏସଆରସି
ରାଜ୍ଯରେ ମଧ୍ଯମ ଧରଣର ବନ୍ଯା ହୋଇପାରେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 16, 2021, 7:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ଯରେ ଅଧିକାଂଶ ସ୍ଥାନ ଉବୁଟୁବୁ ହେଉଛି । କିଛି ନଦୀର ଜଳସ୍ଥର ସ୍ଥିର ଥିବା ବେଳେ କିଛି ନଦୀରେ ଜଳସ୍ତର ହ୍ରାସ ପାଉଛି। ଜଳକା ଓ ବୈତରଣୀର ଆଖୁଆପଦାକୁ ଛାଡ଼ିଦେଲେ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ବିଷମ ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଏସଆରସି।

୨ ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ଯର ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ସ୍ଥିତିର ସୁଧାର ଆସୁଥିଲେ ବି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଉପୁଜିଛି। ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିପାରେ ଆଶଙ୍କା କରାଯାଉଛି। ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟାୟ କ୍ରମେ ଗେଟ ଖୋଲାଯିବା ସହ ଛୋଟ ନଦୀର ପାଣି ମହାନଦୀରେ ପ୍ରବାହିତ ଯୋଗୁଁ ମଧ୍ୟମ ଧରଣର ବନ୍ୟା ଅତିକ୍ରମ କରିପାରେ। ତଳିଆ ଅଞ୍ଚଳରେ ବନ୍ୟା କୌଣସି ବିଷମ ସ୍ଥିତି ସୃଷ୍ଟି କରିବ ନାହିଁ । ହୀରାକୁଦର ୫-୭ଟି ଗେଟ ଖୋଲା ହେଲେ ମଧ୍ଯ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, "୨ ଦିନରେ ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨୧ ଜିଲ୍ଲାର ୧୨୬ ବ୍ଲକ ଓ ୪୧୩୪ଟି ଗାଁ ପ୍ରଭାବିତ ହୋଇଛି। ୨୯ଟି ପୌରାଞ୍ଚଳ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ୩୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧ ଲକ୍ଷ ୨୨ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ଦୁଇ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ୩ଟି ଘାଇ ହୋଇଛି। ୧୯୩ଟି ରାସ୍ତା ଜଳମଗ୍ନ ହୋଇଥିବା ବେଳେ କ୍ରମଶଃ ସ୍ଥିତିରେ ସୁଧାର ଆସୁଛି। ଭିତ୍ତିଭୂମି ମରାମତି, ପୁନରୁଦ୍ଧାର କ୍ଷୟକ୍ଷତି ପାଇଁ କୃଷକ ଓ ମୃତକଙ୍କ ପରିବାରକୁ ସହାୟତା ସହ ୭ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି, "ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇନଥିବାରୁ ନଦୀ ଗୁଡ଼ିକରେ ବିଶେଷ ବନ୍ୟା ହେବାର ଆଶଙ୍କା ନାହିଁ। କେବଳ ତଳିଆ ଅଞ୍ଚଳରେ ଜଳମଗ୍ନ ରହିଛି। ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଆସୁବିଧା ହେଉଛି। କୌଣସି ସ୍ଥାନରେ ବି ନଦୀ ଜଳବନ୍ଧ ଅତିକ୍ରମ କରିନି। ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରକୁଦରେ ୧୨ ଗେଟ ଖୋଲାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ଅଧିକ ଗେଟ ଖୋଲାଯିବ। ତେବେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଭିତରେ ଜଳ ପ୍ରବାହିତ ହେବ” ।
Published by: Soumya Das
First published: September 16, 2021, 7:20 PM IST