ଲଗାଣ ବର୍ଷାରେ ବେହାଲ୍ ହେଲା ବ୍ରହ୍ମପୁରର ସହରତଳି ଅଞ୍ଚଳ; ଭୁଶୁଡ଼ି଼ଲା ତେଲୁଗୁ ସମାଜମର କୋଠା

ଏହି କୋଠାରେ କିଛି ଦିନ ହେଲା କୋଲିକତାରୁ ଆସିଥିବା ମୂର୍ତ୍ତି କାରିଗରମାନେ ରହି ମୂର୍ତ୍ତି ଗଢ଼ୁଥିଲେ । ରାତିରେ ବର୍ଷାର ମାତ୍ରା ବଢ଼ିବା ପରେ ଛାତରୁ ପାଣି ଗଳିବାରୁ ତିନି ଜଣ କାରିଗର କୋଠାରୁ ବାହାରି ଅନ୍ୟ ଏକ କୋଠାକୁ ଯାଇଥିଲେ ।

ବ୍ରହ୍ମପୁରରେ ଅନେକ ତଳିଆ ଅଞ୍ଚଳରେ ନର୍ଦ୍ଦମା ପାଣି ଜମିଛି ।

ବ୍ରହ୍ମପୁରରେ ଅନେକ ତଳିଆ ଅଞ୍ଚଳରେ ନର୍ଦ୍ଦମା ପାଣି ଜମିଛି ।

  • News18 Odia
  • Last Updated :
  • Share this:
News18 Odia Digital

ବ୍ରହ୍ମପୁର: ଦୁଇ ଦିନ ହେଲା ବ୍ରହ୍ମପୁରରେ ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ସହରରେ ବର୍ଷାର ମାତ୍ରା କମ୍‌ ଥିଲେ ସୁଦ୍ଧା କିଛି ତଳିଆ ଅଞ୍ଚଳରେ ନର୍ଦ୍ଦମା ପାଣି ଜମିବା ସହିତ ରାସ୍ତା ଉପରେ ପାଣି ଢ଼େଉ ମାରୁଛି। ସହରର କାମ୍ପ ସାହି ସ୍ଥିତ ଆନ୍ଧ୍ର ମହିଳା ତେଲୁଗୁ ସମାଜମର କୋଠା ଭୁଶୁଡ଼ିପଡ଼ିଛି ଓ ସମାଜମର ପାଠାଗାରରେ ରହିଥିବା ବହି ସମେତ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଛି ।

ବିଶେଷ କରି ସହରତଳି ଅଞ୍ଚଳ କୁହାଯାଉଥିବା ପ୍ରାୟ ୧୦ରୁ ଅଧିକ ଅଞ୍ଚଳବାସୀ ଦୁଇ ଦିନର ବର୍ଷାରେ ପ୍ରଭାବିତ ହୋଇଛନ୍ତି । ନର୍ଦ୍ଧମା ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବା ଯୋଗୁଁ ସହରତଳି ଅଞ୍ଚଳବାସୀଙ୍କୁ ଦୁଇ ଦିନ ହେଲା ପାଣି ଘେରରେ ରହିବାକୁ ପଡ଼ୁଛି । ରାସ୍ତାରେ ନର୍ଦ୍ଧମା ପାଣି ଜମିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ଡ଼େଙ୍ଗୁର ଭୟ ସୃଷ୍ଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ ସେବନ କରୁଥିଲେ କନ୍ନଡ଼ ଅଭିନେତ୍ରୀ ଅନୁଶ୍ରୀ? ତାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ସହରର କାମ୍ପ ସାହିରେ ଥିବା ଆନ୍ଧ୍ର ମହିଳା ସମାଜମ୍ମର ପୁରାତନ କୋଠାଟି ଭୁଶୁଡ଼ି ପଡ଼ିଛି । ପୁରାତନ କୋଠାର କାନ୍ଥ ଓ ଛାତ ଭାଙ୍ଗି ପଡ଼ିଥିଲା । ଏହି କୋଠାରେ କିଛି ଦିନ ହେଲା କୋଲିକତାରୁ ଆସିଥିବା ମୂର୍ତ୍ତି କାରିଗରମାନେ ରହି ମୂର୍ତ୍ତି ଗଢ଼ୁଥିଲେ । ରାତିରେ ବର୍ଷାର ମାତ୍ରା ବଢ଼ିବା ପରେ ଛାତରୁ ପାଣି ଗଳିଥିଲା । ଏହା ଫଳରେ ତିନି ଜଣ ମୂର୍ତ୍ତି କାରିଗର କୋଠାରୁ ବାହାରି ଅନ୍ୟ ଏକ କୋଠାକୁ ଯାଇ ଶୋଇଥିଲେ ।

କାମ୍ପ ସାହିରେ ଥିବା ଆନ୍ଧ୍ର ମହିଳା ସମାଜମ୍ମର ପୁରାତନ କୋଠା


‘‘ଗତ କାଲି ରାତି ପ୍ରାୟ ୧:୩୦ ମିନିଟ୍‌ ସମୟରେ ହଠାତ୍ ପୁରାତନ କୋଠାର ଛାତଟି ଭୁଶୁଡ଼ି ପଡ଼ିବା ପରେ କାନ୍ଥଟି ମଧ୍ୟ ଭାଙ୍ଗି ଯାଇଥିଲା । ପାଠାଗାରର ବହୁ ପୁରାତନ ବହି ସହିତ କିଛି ସାମଗ୍ରୀ ମଧ୍ୟ କାନ୍ଥ ତଳେ ଚାପି ହୋଇ ରହିଛି । କିନ୍ତୁ ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି,’’ କହିଛନ୍ତି ସେହି କୋଠାରେ ରହୁଥିବା ମୂର୍ତ୍ତି କାରଗିର କୃଷ୍ଣ ପାଲ୍‌ ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ବ୍ରହ୍ମପୁର ସହରରେ ସେତେଟା ଦେଖିବାକୁ ମିଳି ନ ଥିବା ବେଳେ ସହରତଳି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସହରତଳୀ ଅଞ୍ଚଳ କୁହାଯାଉଥିବା ଲୁଚାପଡ଼ା, ବ୍ରଜ ନଗର, ଶକ୍ତି ନଗର, ଅଳକାପୁରୀ, କାଳୁଆ ନଗର, ଗୋବିନ୍ଦ ବିହାର ଓ ଶାସ୍ତ୍ରୀ ନଗର ଭଳି ୧୦ରୁ ଅଧିକ ଅଞ୍ଚଳରେ ଲୋକେ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହୋଇଛନ୍ତି । ଏହି ଅଞ୍ଚଳ ଗୁଡ଼ିକରେ ଡ଼୍ରେନେଜ୍‌ ବ୍ୟବସ୍ଥା ସଠିକ୍‌ ଭାବେ ନଥିବା ଯୋଗୁଁ ନର୍ଦ୍ଧମା ପାଣି ରାସ୍ତାରେ ଢ଼େଉ ମାରିଥିଲା ।

ଏହା ବି ପଢ଼ନ୍ତୁ | ଅଭିନେତା ରଜତ ବେଦୀଙ୍କ କାର୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ପୋଲିସ FIR ରୁଜୁ କଲା

‘‘ଗତ କାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ବିଭିନ୍ନ ନର୍ଦ୍ଧମା ପାଣି ଏହି ତଳିଆ ଅଞ୍ଚଳରେ ପ୍ରବେଶ କରିଥିଲା । ଏହି ଅଞ୍ଚଳ ଗୁଡ଼ିକରେ ନର୍ଦ୍ଧମା ପାଣି ନିଷ୍କାସନ ନିମନ୍ତେ କୌଣସି ପ୍ରକାରର ବ୍ୟବସ୍ଥା ନ ଥିବା ଯୋଗୁଁ ନର୍ଦ୍ଧମା ପାଣି ରାସ୍ତାରେ ଢ଼େଉ ମାରିଥିଲା । କେବଳ ଆଜି ନୁହେଁ ବରଂ ଦୀର୍ଘ ବର୍ଷ ହେଲା ଏଭଳି ସାଧାରଣ ବର୍ଷା ହେଲେ ସହରତଳୀ ଅଞ୍ଚଳ ଗୁଡ଼ିକରେ ଏଭଳି ସ୍ଥିତି ଉପୁଜୁଛି,’’ କହିଛନ୍ତି ଗୋବିନ୍ଦ ବିହାର ବାସିନ୍ଦା ଶାନ୍ତିଲତା ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୁବରାଜ ସିଂଙ୍କ Ex-ଗର୍ଲଫ୍ରେଣ୍ଡ୍କିମ୍ଶର୍ମାଙ୍କ ସହ ଏବେ ଟେନିସ୍ଖେଳାଳି ଲିଆଣ୍ଡର୍ ପେସଙ୍କ ପ୍ରେମ ଚାଲିଛି

ସହରତଳି ଅଞ୍ଚଳଗୁଡ଼ିକରେ ନର୍ଦ୍ଦମା ପାଣି ଜମି ହୋଇ ରହିଥିବା ଯୋଗୁଁ ଯାତାୟତରେ ମଧ୍ୟ ଅସୁବିଧା ହେଉଛି । ବର୍ତ୍ତମାନ ଡ଼େଙ୍ଗୁ ରୋଗ ବ୍ୟାପି ଚାଲିଥିବା ବେଳେ ଏହି ଅଞ୍ଚଳର ପରିବେଶ ଦେଖିଲେ ଡ଼େଙ୍ଗୁକୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି । ଏହା ଛଡ଼ା ନର୍ଦ୍ଧମା ଜଳ ନିଷ୍କାସନ ନିମନ୍ତେ ପ୍ରଶାସନକୁ ବାରମ୍ବାର କଲଭର୍ଟ ନିର୍ମାଣ ପାଇଁ ଦାବି କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନି ବୋଲି କହିଛନ୍ତି ବ୍ରଜନଗର ବାସିନ୍ଦା ସଞ୍ଜିବ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାପଟପ୍ ପାଖରେ AK-47: ଜଣେ ଆତଙ୍କବାଦୀ ତାଲିବାନ ସରକାରରେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ହେଲେ

‘‘ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ସଜାଗ ରହିଛି ବି.ଏମ.ସି. । ବି.ଏମ.ସି. ପକ୍ଷରୁ ସହରରେ କୌଣସି ସ୍ଥାନରେ ଯେମିତି ନର୍ଦ୍ଧମା ପାଣି ଜମିବ ନାହିଁ ସେ ନେଇ ଦୃଷ୍ଟି ଦିଆଯାଇଛି । ପ୍ରତିଟି ୱାର୍ଡ଼ରେ ବର୍ଷା ଯୋଗୁଁ କୌଣସି ଅସୁବିଧା ନ ହୁଏ ସେଥି ପାଇଁ ୱାର୍ଡ଼ କମିଟି ଗଠନ କରାଯାଇଛି । କମିଟିର ସଦସ୍ୟମାନେ ବର୍ଷା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ସହିତ ଯଦି କେଉଁଠି ବର୍ଷା ଜଳ ଅଥବା ନର୍ଦ୍ଧମା ଜଳ ଜମିଥିବା ନେଇ ଅଭିଯୋଗ ଆସେ ତାକୁ ନିଷ୍କାସନ କରିବାକୁ ପଦକ୍ଷେପ ନିଆଯିବ, କହିଛନ୍ତି ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।



ବି.ଏମ.ସି. ଅଞ୍ଚଳରେ ଦୁଇ ଦିନିଆ ବର୍ଷାର ପ୍ରଭାବ ନ ଥିବା ବେଳେ ସହରତଳି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିବା ସହ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇଥିଲେ । ନର୍ଦ୍ଦମା ସମସ୍ୟାର ସମାଧାନ ନେଇ ପ୍ରଶାସନ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି ।
Published by:Anand S.T. Das
First published: