ବାଲେଶ୍ଵର ଓ ସାଗର ଦ୍ବୀପ ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ; ୪ ଜିଲ୍ଲାରେ ପ୍ରବଳ ବର୍ଷା

ସନ୍ଧ୍ୟାରେ ବାଲେଶ୍ବର ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ ପାଲଟିଥିବା ଲଘୁଚାପ । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

  • Share this:
News18 Odia Digital

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ସାଢେ ୧୧ଟାରେ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଏବେ ବାଲେଶ୍ୱରଠୁ ପ୍ରାୟ ୨୦୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଦୀଘା ପାଖରୁ ପ୍ରାୟ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।  ସ୍ଥଳଭାଗରେ ପ୍ରବେଶ କରିବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ଯାଇ କ୍ରମଶଃ ଦୁର୍ବଳ ହୋଇପଡ଼ିବ। ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ।

ସନ୍ଧ୍ୟା ସମୟ ବାଲେଶ୍ୱର ଓ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଆ ଓ ପଶ୍ଚିମବଙ୍ଗ ହୋଇ ଛତିଶଗଡ଼ ଆଡ଼କୁ ମୁହଁଇବ। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେଉଁଝରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଦେବଗଡ଼, କେଉଁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ସମ୍ବଲପୁର, ବୌଦ୍ଧର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା କାଲି ମଧ୍ୟ ବର୍ଷା ଜାରି ରହିବ। ସୁନ୍ଦରଗଡ଼, କେଉଁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାରେ ବର୍ଷା ଲାଗି ରହିବ। ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ଆକଳନ କରଯାଇଛି।
Published by:Soumya Das
First published: