ଏଥର ଭିଜିବ ପାର୍ବଣ: ଫିକା ପଡ଼ିବ ଦଶହରା; ଆସନ୍ତା ୧ ତାରିଖରୁ ବର୍ଷା ହେବା ନେଇ ଆକଳନ

ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ପଶ୍ଚିମ ଓ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ଲାଗି ରହିଥିବାବେଳେ ଉପକୂଳରେ ଘଡ଼ଘଡ଼ି ବର୍ଷା ହେଉଛି।

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଭିଜିବ ପାର୍ବଣ, ଏଥର ଦଶହରାରେ ହେବ ବର୍ଷା। ଆସିପାରେ ଲଘୁଚାପ। ଫଳରେ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ଉପକୂଳ ଓଡ଼ିଶା ହେବ ଅଧିକ ପ୍ରଭାବିତ।

ଅନ୍ୟପଟେ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ପଶ୍ଚିମ ଓ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ଲାଗି ରହିଥିବାବେଳେ ଉପକୂଳରେ ଘଡଘଡି ବର୍ଷା ହେଉଛି।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ନୋରୁ ଟାଇଫୁନ ୨୯ ତାରିଖରେ ଭିଏତନାମ ଠାରେ ସ୍ଥଳଭାଗ ଛୁଇଁବା ପରେ ଏହାର କିଛି ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସିବ। ଯାହା ଅକ୍ଟୋବର ୧ ରାତି କିମ୍ବା ୨ ତାରିଖ ସକାଳୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। ଯାହାର ପ୍ରଭାବରେ ୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨ ରୁ ୪ ମଧ୍ୟରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ। ୩ ତାରିଖ ସକାଳୁ ଏହା ଉତ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଦୀଘା ଦେଇ ଉପକୂଳ ଅତିକ୍ରମ କରିବ। ପ୍ରଭାବରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ। ଏହାସହ ପଶ୍ଚିମ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ, ଅନୁଗୁଳରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୮ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ କରିଛି ପାଣିପାଗ ବିଭାଗ।

ଅକ୍ଟୋବର ମାସରେ ବଙ୍ଗୋପସାଗରରେ କିଛି ସିଷ୍ଟମ ସକ୍ରିୟ ରହିବ। ଯାହାର ପ୍ରଭାବରେ ଅକ୍ଟୋବର ମାସରେ ମଧ୍ୟ ଭଲ ବର୍ଷା ହେବ ବୋଲି ଆକଳନ କରାଯାଇଛି।
Published by:Lipina Das
First published: