ରାଜ୍ୟରେ ମୋୖସୁମୀ ସକ୍ରିୟ ; ବାହୁଡ଼ା ଯାଏ ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇସାରିଛି । ବାହୁଡ଼ା ଯାଏ ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବାହୁଡ଼ା ପର୍ଯ୍ୟନ୍ତ ଲାଗି ରହିବ ମୌସୁମୀ ଜନିତ ବର୍ଷା

ବାହୁଡ଼ା ପର୍ଯ୍ୟନ୍ତ ଲାଗି ରହିବ ମୌସୁମୀ ଜନିତ ବର୍ଷା

  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ୧୦ ତାରିଖ ଅର୍ଥାତ୍‌ ବାହୁଡ଼ା ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୋମବାର ସୃଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିଛି । ଏବେ ମୌସୁମୀ ଟ୍ରଫ୍-ଲାଇନ୍‌ କୋଟା, ଗୁନା, ସିଧି, ଅମ୍ବିକାପୁର, ଝାରସୁଗୁଡ଼ା ହୋଇ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ ବଳୟ ଦେଇ ଗତି କରୁଛି । ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି ।

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇସାରିଛି । ଆଜି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିଭଳି ୬ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର ଏବଂ ୭ ତାରିଖ ଦିନ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ ତାରିଖ ଆଡ଼କୁ ଧୀରେଧୀରେ ବର୍ଷାର ପରିମାଣ ବଢ଼ିବ । ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ରାଜ୍ୟକୁ ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ୪୦% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇର ପ୍ରଥମ ୪ଦିନରେ ଏହି ନିଅଣ୍ଟିଆ ବର୍ଷାର ୧୧% ଭରଣା ହୋଇଛି । ଜୁଲାଇ ପ୍ରଥମରୁ ଆଜି ସୁଦ୍ଧା ରାଜ୍ୟରେ ୧୮୧.୪ ମିମି ବର୍ଷା ରେକର୍ଡ ହୋଇଛି । ତେବେ ଏହା ସ୍ବାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯% କମ୍‌ । ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଥିଲେ ମଧ୍ୟ ଜୁଲାଇ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହେବ ଓ ଏହି ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ବୋଲି ଆଶା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
Published by:Soubhagya Mishra
First published: