ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ; ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସମ୍ଭାବ୍ୟ ଲଘୁଚାପ କାରଣରୁ ମୌସୁମୀ ଅଧିକ ସକ୍ରିୟ ହୋଇପାରେ । ପ୍ରଭାବରେ ୭ ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼, ବର୍ଷା ସାଙ୍ଗକୁ ୪୫ରୁ ୫୫ କିମି ଘଣ୍ଟାପ୍ରତି ପବନ ବହିବାର ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ; ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ; ଆଞ୍ଚଳିକ ପାଣିପାଗ କେନ୍ଦ୍ର

  • Share this:
News 18 Odia Digital

ଭୁବନେଶ୍ୱର; ଆଜି ସକାଳୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ଝିପଝିପ ବର୍ଷା ହୋଇଥିବାରୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଫଳରେ ୬ ତାରିଖରୁ ୧୦ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପ ରେଖା କାରଣରୁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ସମ୍ଭାବ୍ୟ ଲଘୁଚାପ କାରଣରୁ ମୌସୁମୀ ଅଧିକ ସକ୍ରିୟ ହୋଇପାରେ । ପ୍ରଭାବରେ ୭ ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼, ବର୍ଷା ସାଙ୍ଗକୁ ୪୫ରୁ ୫୫ କିମି ଘଣ୍ଟାପ୍ରତି ପବନ ବହିବାର ସମ୍ଭାବନା ରହିଛି । ତେଣୁ ୭ ତାରିଖରୁ ଗଭୀର ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ପ୍ରବଳ ବର୍ଷା ପୁଣିଥରେ ମାଲକାନାଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ୭ ତାରିଖ ପରେ ୧୩ ତାରିଖରେ ମଧ୍ୟ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ବାବନା ରହିଛି ।
Published by:Soubhagya Mishra
First published: