ସୋମବାରଠାରୁ ପ୍ରବଳ ବର୍ଷା; ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୬ ତାରିଖରୁ ରାଜ୍ୟରେ ବର୍ଷାର ପ୍ରକୋପ ବଢିବ ।

ସୋମବାରଠାରୁ ପ୍ରବଳ ବର୍ଷା; ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସୋମବାରଠାରୁ ପ୍ରବଳ ବର୍ଷା; ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଭିଜିବ ଉପାନ୍ତରୁ ଉପକୂଳ । ସୋମବାର ଠାରୁ ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୬ ତାରିଖରୁ ରାଜ୍ୟରେ ବର୍ଷାର ପ୍ରକୋପ ବଢିବ । ଆସୁଛି ଦୁଇ ଦୁଇଟି ଲଘୁଚାପ । ଦିନକ ପରେ ପ୍ରବଳ ବର୍ଷିବ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ । ସାରା ହେବ ଲଗାଣ ବର୍ଷା, ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଭିଜିବ ଉପାନ୍ତରୁ ଉପକୂଳ, ସେଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ବର୍ଷା ହେବ ନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିଭଳି ୭ରୁ ୮ ତାରିଖ ଏବଂ ୮ରୁ ୯ ତାରିଖ ମଧ୍ୟରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଆଲର୍ଟ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  ୯ରୁ ୧୫ ତାରିଖ ମଧ୍ୟରେ ଆଊ ଏକ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଇଏମଡି । ସାମ୍ଭାବ୍ୟ ଦୁଇଟି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇ କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଛତିଶଗଡ଼ ମୁହାଁ ହେବ । ପ୍ରଭାବରେ ମହାନଦୀର ଉଭୟ ଉପର ଏବଂ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଗୁଳୁଗୁଳି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ସହରରେ ଦିନର ତାପମାତ୍ରା 36°C କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସୋନପୁର ଏବଂ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା 36.7°C ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ କଟକରେ 36.6°C, ମାଲକାନଗିରି 36.5°C ବାଲେଶ୍ୱରରେ 36.4°C, ବାରିପଦା, ନୟାଗଡ଼ ଏବଂ ବୌଦ୍ଧ ରେ 36°C ରେକର୍ଡ ହୋଇଛି ।
Published by:Soubhagya Mishra
First published: