ଏଥର ଭିଜିବ ପାର୍ବଣ; ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ସମ୍ଭାବନା

ଏଥର ଭିଜିବ ଦଶହରା। ରାଜ୍ୟକୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭଲ ବର୍ଷା ମିଳିବ। ଏନେଇ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ।

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଗକୁ ପୁଣି ବର୍ଷା। ଏଥର ଭିଜିବ ଦଶହରା। ୨୭ରୁ ପୁଣି ବଢିବ ବର୍ଷା। ଏନେଇ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ। ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ।

୨୮ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପରେ ଅକ୍ଟୋବର ୩ ତାରିଖ ସୁଦ୍ଧା ହେବ ଲଘୁଚାପ। ଯାହାକୁ ନେଇ ଏଥର ଦଶହରା ରେ ଭଲ ବର୍ଷା ହେବାନେକ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ରାୟଗଡା, ଗଜପତି, ଗଂଜାମ, କେନ୍ଦୁଝର, ମୟୁରଭଞ୍ଜରେ ୨୭ ରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି।

ଏଥର ଭିଜିବ ପାର୍ବଣ ଋତୁ। ଦଶହରାରେ ପ୍ରବଳ ବର୍ଷା ସମ୍ଭାବନା। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ବେଶ କିଛି ଦିନର ଅନ୍ତରରେ ରାଜ୍ୟରେ ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢିବା ନେଇ ଆଗୁଆ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ୨୮ ତାରିଖ ବେଳକୁ ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗରକୁ ଏକ ଘୂର୍ଣ୍ଣିବଳୟ ଆସିବ। ଯାହା ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅବପାତରେ ମଧ୍ୟ ପରିଣତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟକୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭଲ ବର୍ଷା ମିଳିବ।

୧ ରୁ ୬ ତାରିଖ ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ଭଲ ବର୍ଷା ହେବ। ଏହା ପରେ ମଧ୍ୟ ପଛକୁ ପଛ ଆହୁରି ସିଷ୍ଟମ ଆସିବା। ଫଳରେ ଅକ୍ଟୋବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି।

ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହାସହ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆହୁରି ଦୁଇ ଦିନ ଲାଗି ରହିବ ଏଭଳି ଘଡଘଡି ବିଜୁଳି ବର୍ଷା। ଡପ୍ଲର ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି।
Published by:Soumya Das
First published: