୨୪ ଘଣ୍ଟାରେ ପ୍ରବଳ ବର୍ଷା; ଆଲର୍ଟ ଜାରି କଲା ପାଣିପାଗ ବିଭାଗ

୨୪ ଘଣ୍ଟାରେ ପ୍ରବଳ ବର୍ଷା; ଆଲର୍ଟ ଜାରି କଲା ପାଣିପାଗ ବିଭାଗ

୨୪ ଘଣ୍ଟାରେ ପ୍ରବଳ ବର୍ଷା; ଆଲର୍ଟ ଜାରି କଲା ପାଣିପାଗ ବିଭାଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର : ଜାରି ରହିଛି ପଶ୍ଚିମାଝଡ଼ ପ୍ରଭାବ। ଆଜିବି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ କୋହଲା ପାଗ ସାଂଗକୁ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ, ଦେଓଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଜପତି, ଗଞ୍ଜାମ, କନ୍ଧମାଳରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ।

ଆସନ୍ତାକାଲିଠାରୁ କମିବ ପଶ୍ଚିମାଝଡ଼ର ପ୍ରଭାବ। ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ରେ ହାଲୁକା ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାପରେ କ୍ରମଶଃ ପାଣିପାଗରେ ପରିବର୍ତ୍ତନ ଆସିବ। ଦିନର ତାପମାତ୍ରା ବୃଦ୍ଧି ପାଇବ। ପୁଣି ତାପମାତ୍ରା ସାଙ୍ଗକୁ ଖରା ବଢିବ। ଗତକାଲି ସାରା ରାଜ୍ୟ ବର୍ଷାରେ ଭିଯିଥିବାବେଲେ କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆ ପଥର ବର୍ଷା ହୋଇଛି।

ରାଜ୍ୟର ୩ ସହରରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୮ ସହରରେ ହୋଇଛି ପ୍ରବଳ ବର୍ଷା। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟରେ ରହିବ । ଆସନ୍ତା ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇବ ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ପଢନ୍ତୁ ଏହି ଖବର : http://ନିଜ ବିବାହରେ ମଦ୍ୟପାନ କରି ଶିଶୁପାଳ ହେଲା ବର

ସେପଟେ ରାଜ୍ୟର ୩ ସହରରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୮ ସହରରେ ହୋଇଛି ପ୍ରବଳ ବର୍ଷା। କୋରାପୁଟ ଜୟପୁର ସହରରେ ସର୍ବାଧିକ ୧୪୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମାଲକାନଗିରିର ମାଥିଲିରେ ୧୨୯, ଭଦ୍ରକ ତିହିଡ଼ିରେ ୧୧୨, ବାସୁଦେବପୁରରେ ୯୦ ଏବଂ ବାଲେଶ୍ବରରେ ୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
Published by:Sujit Swain
First published: