News 18 Odia Digital
ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଦିନ ୨ଟାରୁ ପ୍ରାୟ ୩ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ (bhubaneswar) ପ୍ରାୟ ଘଣ୍ଟାଏ ପାଖାପାଖି ପ୍ରବଳ ବର୍ଷା ହୋଇଛି । ବର୍ଷା ସହ କିଛି ସମୟ ପାଇଁ ପବନ ବି ବହିଥିଲା । ତେବେ ପ୍ରବଳ ବର୍ଷା (rain) ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ଲୋକେ । ଟ୍ରାଫିକ୍ (traffic) ଜାମ୍ ସମସ୍ୟା ବି ଉପୁଜିଥିଲା । ବର୍ଷା ଛାଡ଼ିବା ପରେ ସ୍ଥିତି ସ୍ଥିତି ଧିରେ ଧିରେ ସ୍ବାଭାବିକ ହୋଇଛି ।
କଟକରେ ଦେଖିବାକୁ ମିଳିଛି ପଶ୍ଚିମାଝଡ଼ର ପ୍ରଭାବ । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି । ବର୍ଷା ଯୋଗୁଁ କିଛି ସମୟ ଗମନା ଗମନ ଠପ୍ ହୋଇ ଯାଇଥିବା ଖବର ମିଳିଛି । କଟକ ସହରରେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ପ୍ରବଳ ବର୍ଷା ନେଇ କେତେକ ଜିଲ୍ଲାକୁ ସତର୍କତା (alert) ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ତେବେ ଆଜିଠୁ ପଶ୍ଚିମାଝଡ଼ ପ୍ରଭାବ କମିବାକୁ ଥିବାବେଳେ ଟ୍ରପଲାଇନ୍ ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତାକାଲିଠୁ ଧିରେଧିରେ ତାପମାତ୍ରା (temperature) ବୃଦ୍ଧି ପାଇବ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ପଶ୍ଚିମ ଝଡର ପ୍ରଭାବ ଢେଙ୍କାନାଳରେ ମଧ୍ୟ ଅନୁଭୁତ ହୋଇଛି । ଏହାର ପ୍ରଭାବରେ ଢେଙ୍କାନାଳରେ ଆରମ୍ଭ ହୋଇଛି ପବନ ସାଙ୍ଗକୁ ବର୍ଷା । ଏନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୁଚନା ମଧ୍ୟ ଜାରି କରା ଯାଇଥିଲା । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ପବନ ସହ କୁଆ ପଥର ବର୍ଷା ନେଇ ଅରେଞ୍ଜ ୱ।ର୍ଣି ଜାରି ହୋଇଥିଲା। ଏହି ବର୍ଷା ଦ୍ୱାରା ତାତିରୁ ମଧ୍ୟ ସାମାନ୍ୟ ଆସ୍ୱସ୍ଥି ମିଳିଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି।
ଏହି ଖବର ପଢ଼ନ୍ତୁ -
କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ ଦୀକ୍ଷିତ ! ବିବାହ କରିବାକୁ ବି ଚାହୁଁଥିଲେ, କିନ୍ତୁ...ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ଝଡ଼ ତୋଫାନ ସାଙ୍ଗକୁ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଛି । ସକାଳୁ ସକାଳୁ ଆକାଶରେ କଳା ବାଦଲ ଢାଙ୍କି ରହିଥିଲା । ସକାଳ ୮ଟାରୁ ବର୍ଷା ହୋଇଥିଲା । ରାସ୍ତାଘାଟ ଶୂନଶାନ ରହିବା ସହିତ ଲୋକେ ଘରୁ ବାହାରକୁ ବାହାରି ପାରି ନଥିଲେ । ବିଶେଷକରି ସ୍କୁଲ୍ ସ୍କୁଲକୁ ଯାଇ ନ ପାରିଥିଲେ । ସେହିପରି ଉଲୁଣ୍ଡା ବ୍ଲକରେ ମଧ୍ୟ ବର୍ଷା ସାଙ୍ଗକୁ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।