ଲଘୁଚାପ ବର୍ଷାରେ ଜଳମୟ ରାୟଗଡ଼ା; ଭରା ନଈ ସ୍ରୋତରେ ଭାସିଲେ ହାତୀ ଛୁଆ

ନଦୀର ପ୍ରଖର ସ୍ରୋତରେ ଭାସିଯାଉଛି ଛୁଆ ହାତୀ

ନଦୀର ପ୍ରଖର ସ୍ରୋତରେ ଭାସିଯାଉଛି ଛୁଆ ହାତୀ

  • Share this:
News 18 Odia Digital


ରାୟଗଡ଼ା; ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଜିଲ୍ଲାର ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଏହା ଭିତରେ ଏକ ଅଘଟଣ ସ୍ଥାନିୟ ଅଞ୍ଚଳରେ ଦେଖିବାକୁ ମିଳିଛି । ପାହାଡ଼ରୁ ଖସୁଥିବା ପାଣିର ସ୍ରୋତରେ ଭାସିଯାଇଛି  ହାତୀ ଛୁଆ । ବର୍ଷା ସମୟରେ ଖଇରା ନିକଟସ୍ଥ ସାନ ନଦୀରେ ଫସିଯାଇଥିଲେ ଛଅ ଟିକିଆ ହାତୀ ପଲ । ନଦୀର ପ୍ରଖର ସ୍ରୋତରେ ଏକ ଛୁଆ ହାତୀ ଭାସିଯାଉଥିବାର ଦୃଶ୍ୟ ସ୍ଥାନିୟ ବାସୀଙ୍କ ନଜରରେ ପଡ଼ିଥିଲା । ଏହି ଦୃଶ୍ୟଟିକୁ ମୋବାଇଲ୍ କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରାଯାଇଛି ।



ନିଜ ଗତୀପଥରେ ଏକ ଦନ୍ତାପଲ ଜଙ୍ଗଲ ରାସ୍ତା ଅତିକ୍ରମ କରୁଥିଲେ । ପ୍ରବଳ ବର୍ଷା ଯୋଗୁଁ ଛୁଆ ହାତୀ ପାଇଁ ପାଣିର ସ୍ରୋତ ସମସ୍ୟା ସୃଷ୍ଟି କରିଥିଲା । ଫଳରେ ଭାରସ୍ୟାମ ହରାଇ ହାତୀ ଛୁଆଟି ସ୍ରୋତ ମଧ୍ୟକୁ ଠେଲି ହୋଇଯାଇଥିବା କୁହାଯାଉଛି । ଏବଂ ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ଦଳରୁ ବାହାରି ଅଲଗା ହୋଇଯାଇଛି । ବନ ବିଭାଗ ଉକ୍ତ ହାତୀର ଗତିପଥ ଉପରେ ନଜର ରଖିଛି ବୋଲି ସୂଚନା ଦେଇଛି ।

ଲଘୁଚାପ ବର୍ଷାରେ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବିଶେଷ କରି ଗୁଣୁପୁର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ବର୍ଷା ପାଣିରେ ନଦୀ ନାଳର ଅବସ୍ଥା ସଂଗିନ ଥିବାବେଳେ ଅନେକ ସ୍ଥାନରେ ଯାତାୟତ ମଧ୍ୟ ଠପ୍ ହୋଇଥିବା ନଜରକୁ ଆସିଛି । କିଛି ସ୍ଥାନରେ ସରିସୃପମାନେ ଜନବସତି ଓ ବିଦ୍ୟାଳୟରେ ପସିଯାଇଥିବାର ଖବର ମିଳିଛି । ଚାଷ କାର୍ଯ୍ୟରେ ବାଧା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି ।​
Published by:Soubhagya Mishra
First published: