ଆଗମୀ ୫ ଦିନ ପ୍ରବଳ ବର୍ଷିବ; ରାଜଧାନୀରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା​

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନେକ ସମୟରେ ବର୍ଷା ଜାରି ରହିବ। ଆଜି ଓ ଆସନ୍ତା ୨୫ ତାରିଖରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତାକାଲି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ରାଜଧାନୀରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା​

ରାଜଧାନୀରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା​

  • Share this:
News18 Odia Digital

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ, ଗଞ୍ଜାମ ନୟାଗଡ଼, ଅନୁଗୁଳ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଯାଜପୁର।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନେକ ସମୟରେ ବର୍ଷା ଜାରି ରହିବ। ଆଜି ଓ ଆସନ୍ତା ୨୫ ତାରିଖରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତାକାଲି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ସେହିପରି ୨୬, ୨୭, ୨୮ ଓ ୨୯ ତାରିଖରେ ବି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ରାଜ୍ୟରେ ହୋଇଥିବା ବର୍ଷାର ପରିମାଣ ରେକର୍ଡ ହୋଇଛି।

ବାଲେଶ୍ବର ଜିଲ୍ଲା ଖଇରାରେ ସର୍ବାଧିକ ୧୧.୫ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ ରାଇରଙ୍ଗପୁରରେ ୪୮.୦ ମି.ମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ନୂଆପଡ଼ାରେ ୪୨.୨ ମି.ମି, ବରଗଡ ୪୧.୪ ମି.ମି, ଭଟଲି ୩୫ ମି.ମି, କେନ୍ଦୁଝର ଘଷିପୁରାରେ ୩୦.୧ ମି.ମି, ଆନନ୍ଦପୁରରେ୨୯.୪ ମି.ମି, ମୟୁରଭଞ୍ଜର ବାଙ୍ଗିରିପୋଷିରେ ୨୮.୬ ମି.ମି, ଠାକୁରମୁଣ୍ଡାରେ ୨୭.୮ ମି.ମି, ବରଗଡ଼ରେ ୨୬.୪ ମି.ମି ବର୍ଷା ରେକର୍ଡ ହୋଇଛି।
Published by:Lipina Das
First published: