କଲବଲ କଲାଣି ଖରା: ବଢୁଛି ତାତି; ଆଗକୁ ସ୍ଥିତି ହେବ ଆହୁରି ଅସମ୍ଭାଳ

Heatwave in Odisha: ରାଜ୍ୟରେ ଅସହ୍ୟ ହେଲାଣି ଖରା। ରାଜଧାନୀରେ ସକାଳ ୧୧ଟା ୩୦ ସୁଦ୍ଧା ୩୭.୨ ଡିଗ୍ରୀ ଛୁଇଁଲା ତାପମାତ୍ରା।

କଲବଲ କଲାଣି ଖରା

କଲବଲ କଲାଣି ଖରା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Heatwave in Odisha: ରାଜ୍ୟରେ ବଢ଼ୁଛି ତାତି। ରାଜଧାନୀ ଭୁବନେଶ୍ବରରେ (Bhubaneswar) ଅସହ୍ୟ ହେଲାଣି ଖରା (Heatwave)। ସକାଳ ୧୧ଟା ୩୦ ସୁଦ୍ଧା ୩୭.୨ ଡିଗ୍ରୀ ଛୁଇଁଲା ତାପମାତ୍ରା।

ସେହିପରି ଝାରସୁଗୁଡ଼ାରେ ମଧ୍ୟ ୩୭.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ବାଲେଶ୍ୱରରେ ୩୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬ ଡ଼ିଗ୍ରୀ, ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଗକୁ ସ୍ଥିତି ହୋଇପାରେ ଅସମ୍ଭାଳ। କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗକୁ ରାଜ୍ୟରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପ୍ରିଲ ମାସରେ ପ୍ରବଳ ଖରା ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବରୁ ଆକଳନ କରିଛି।

ପଢ଼ନ୍ତୁ ଏହି ଖବର:  ଶସ୍ତାରେ କିଣନ୍ତୁ 7GB RAM ଫୋନ୍; ଆଶ୍ଚର୍ଯ୍ୟଜନକ ଫିଚର୍ ସହ ହେଲା ଲଞ୍ଚ

ବର୍ତ୍ତମାନ ରାଜ୍ୟ ଉପରେ ପାଣିପାଗର କୌଣସି ନିର୍ଦ୍ଦିଷ୍ଟ ସିଷ୍ଟମ ନାହିଁ। ଫଳରେ ବର୍ଷା କମିଛି। ଆସନ୍ତାକାଲିଠାରୁ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ ପ୍ରବେଶ କରୁଛି। ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published: