Weather Update: ଆଜିଠୁ ରାଜ୍ୟରେ ବଢ଼ିବ ଆହୁରି ତାତି; ୪୫ ଡିଗ୍ରୀ ଟପିବ ତାପମାତ୍ରା

Weather Update: ଆଜି ଠାରୁ ଅଧିକ ତାତିର ପ୍ରଭାବ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଆହୁରି ବଢ଼ିବ ତାତି

ଓଡ଼ିଶାରେ ଆହୁରି ବଢ଼ିବ ତାତି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Weather Update: ବାତ୍ୟା ବାଂଲାଦେଶକୁ ମୁହାଁଇବା ପରେ ଓଡ଼ିଶାରେ (Odisha) ବଢ଼ିଛି ତାତି। ଆଜିଠୁ ରାଜ୍ୟରେ ତାପମାତ୍ରା (Heat Wave) ଆହୁରି ବୃଦ୍ଧି ପାଇବ। ରାଜ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ତାପମାତ୍ରା (Temperature) ବୃଦ୍ଧି କରିବାରେ ସହାୟକ ହେବ।

ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କାଲି ପାଇଁ ୮ ଜିଲ୍ଲା ଓ ୧୭ରେ ୫ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି ହୋଇଛି। ଆଗାମୀ ଦୁଇ ଦିନରେ ସାରା ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜି ଠାରୁ ଅଧିକ ତାତିର ପ୍ରଭାବ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଅତ୍ୟଧିକ ଗରମ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ୧୬ ତାରିଖରେ ଅଭ୍ୟନ୍ତରୀଣ ୧୬ ଜିଲ୍ଲା ପାଇଁ ହିଟ୍ ୱେଭ ଆଲର୍ଟ ଜାରି ହୋଇଛି । ୧୭ ତାରିଖରେ ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗ‌ରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରି ପ୍ରବାହିତ ହେବ।

୧୬ ଓ ୧୭ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ‌ହେବ। ୧୬ ତାରିଖଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଏବଂ ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ପଢ଼ନ୍ତୁ ଏହି ଖବର:  ଅନୁଭବ ବଖାଣିଲେ ଅନୁଭବ; କହୁ କହୁ କହିଦେଲେ ଅକୁହା କଥା

ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିପାରେ। କାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ମଧ୍ୟରେ ରହିବ।
Published by:Lipina Das
First published: