News18 Odia Digital
ଓଡ଼ିଶା : ରାଜ୍ୟରେ ଅଗ୍ନିବର୍ଷା ଜାରି । ସକାଳ ହେଉ ହେଉ ମାଡ଼ି ଆସୁଛି ଖରା। ଆକାଶରୁ ନିଆଁ ବର୍ଷୁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୭ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ୩୯.୨ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ା ପଛକୁ ରହିଛି ବାଲେଶ୍ବର । ଏଠାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଚାନ୍ଦବାଲିରେ ୩୯ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଓ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗକୁ ଆହୁରି ବଢ଼ିବ ପାରଦ। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଖରା ନେଇ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।
ଲଗାତର ତିନି ଦିନ ହେଲାଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୪୦ ଡିଗ୍ରୀ ଉପରେ ରହୁଛି ଅଧିକାଂଶ ସହରର ତାପମାତ୍ରା । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ୯ଟାରୁ ଦିନ ୩ଟା ଯାଏଁ ବହୁଛି ଗ୍ରୀଷ୍ମ ଲହରୀ । ପାଣିପାଗ ବିଭାଗ କହିଛି, ଆଗାମୀ ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ଘଟିପାରେ । ସେହିପରି ଆଜି ୮ ଜିଲ୍ଲା ଓ ୧୫ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ୧୬ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ସଂଜୀବ ଦ୍ବିବେଦୀ ।
ଗ୍ରୀଷ୍ମ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କରିଛନ୍ତି ପ୍ରସ୍ତୁତି । ସବୁ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମୀଳା ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ କରିପାରିବେ ନାହିଁ । ଏହି ନିୟମ ସଠିକ୍ ଭାବେ ଲାଗୁ କରାଯାଉଛି କି ନାହିଁ, ତାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ବସ୍ରେ ଓଭରଲୋଡିଂ ହେବନାହିଁ । ଯାତ୍ରୀବାହୀ ବସ୍ରେ ଆବଶ୍ୟକ ପାଣି, ଓଆରଏସ୍ ଏବଂ ବରଫ ମହଜୁଦ ରଖାଯିବ । ବ୍ଲକ ଓ ସଦର ମହକୁମାରେ ଜଳଛତ୍ର ଖୋଲାଯିବ । ଗ୍ରୀଷ୍ମ ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।
ପଢନ୍ତୁ ଏହି ଖବର :
ଆୟେଜିତ ହେବ IPLଠାରୁ ବଡ଼ ଲିଗ୍ ମ୍ୟାଚ୍; ଏହି ଦେଶ ଆରମ୍ଭ କଲା ପ୍ରସ୍ତୁତି...ତା’ଛଡ଼ା ଗାଁଗଣ୍ଡାରେ ଅଚଳ ନଳକୂଅଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦେଶ ଦିଆଯାଇଛି । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଖରାକୁ ଦେଖି ୧୬ ତାରିଖ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।