Heat Wave: ଆହୁରି ଜଳିବ ଓଡ଼ିଶା, ବଢ଼ିବ ତାତି; ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Heat Wave in Odisha: ବଢ଼ିଚାଲିଛି ଡ଼ହଡ଼ହ ତାତି। ଦୁଇ ଦିନ ସାରା ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ଓ ଗୁଳୁଗୁଳି। ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ୧୬ ଓ ୧୭ ଦୁଇ ଦିନ ଧରି ଜଳିବ ସାରା ରାଜ୍ୟ।

ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Heat Wave in Odisha: ଅସହ୍ୟ ଖରା, (Heat Wave) ତାତି କରୁଛି କଲବଲ। ଅନ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗ କହିଲା ଆହୁରି ୩ ଦିନ ଜାଳିବ ଖରା (Weather Update)। ଆଗାମୀ ତିନି ଦିନ ଓଡ଼ିଶା (Odisha) ସମେତ ବିଦର୍ଭ, ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଅଞ୍ଚଳରେ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା।

୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ ସ୍ଥିତି ଜାରି ରହିବ। ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଏବଂ ବଲାଙ୍ଗିରେ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୧୮ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ଜାରି ରହିବ ହିଟ୍ ୱେଭ୍‌।

୪୨ ଡିଗ୍ରୀ ଉପରେ ରାଜ୍ୟର ୧୫ଟି ସହରର ତାପମାତ୍ରା। ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର। ଟିଟିଲାଗଡ଼ ୪୪, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୩.୫, ବୌଦ୍ଧ ୪୨.୯, ଅନୁଗୁଳ ୪୨.୭, ସୁନ୍ଦରଗଡ଼ ୪୨.୪ ଡିଗ୍ରୀ ଥିବାବେଳେ ସମ୍ବଲପୁର, ମାଲକାନଗିରି ଓ ସୋନପୁରରେ ୪୨.୮ ଡିଗ୍ରୀ ରହିଛି। ରାଉରକେଲା ୪୨.୨, ବରଗଡ଼ରେ ତାତି ୪୨.୧ ଡିଗ୍ରୀ। ତାଳଚେର, ନୟାଗଡ଼ ଓ ନୂଆପଡ଼ାରେ ତାତି ୪୨ ଡିଗ୍ରୀ ରହିଛି। ହୀରାକୁଦ ୪୧.୯, ନବରଙ୍ଗପୁର ୪୦.୪, ଭଦ୍ରକ ୪୦ ଡିଗ୍ରୀ ଥିବାବେଳେ ଭୁବନେଶ୍ବର ୩୮.୪ ଓ କଟକରେ ତାତି ୩୭.୬ ଡିଗ୍ରୀ ରହିଛି।

ଏହିସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗିର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ରହିଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ନେଇ ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖା ଯାଇଛି । ପିଏଚ୍ସି ଓ ସିଏଚ୍ସି ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ପଢ଼ନ୍ତୁ ଏହି ଖବର:  ଅନୁଭବ ବଖାଣିଲେ ଅନୁଭବ; କହୁ କହୁ କହିଦେଲେ ଅକୁହା କଥା

ଏହିସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗିର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ରହିଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ନେଇ ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖା ଯାଇଛି । ପିଏଚ୍ସି ଓ ସିଏଚ୍ସି ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
Published by:Lipina Das
First published: