ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଆମ ଭିତରୁ ଅଧିକାଂଶ ପ୍ରେମ ଓ ସମ୍ପର୍କ ବିଷୟରେ ବହିରୁ, ଫିଲ୍ମରୁ ଓ ଟିଭି ସୋ’ରୁ ଜାଣିବାକୁ ପାଇଥାଉ । ବହୁତ ଥର ସେଥିରେ ଥିବା ଚ଼ିତ୍ରଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଥାଏ । ଆପଣ ଜାଣିବାକୁ ଚ଼ାହାଁନ୍ତି ଗୋଟେ ଉତ୍ତମ ପ୍ରେମ ସମ୍ପର୍କ କେମିତି ହୋଇଥାଏ? ପଢ଼ନ୍ତୁ ଓ ଟିପ୍ସ୍ ପାଆନ୍ତୁ ।

ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
ଏହି ଦୁଃଖଦ ଘଟଣା ଘଟିଛି ଗାଜିଆବାଦର ଗୋବିନ୍ଦପୁରମରେ । ସେଠାକାର ଆର.କେ. ପୁରମରେ ରହୁଥିବା ବିଶାଳ ପ୍ରଜାପତି ଓ ତାଙ୍କ ପତ୍ନୀ ନିଶା ସନ୍ଦେହଜନକ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି। ବିଶାଳ ଗୋବିନ୍ଦପୁରମରେ ଏକ କୋଚିଂ ସେଣ୍ଟର ଚଳାଉଥିଲେ । ନିଶା ନୋଏଡାରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଏକ ଉଚ୍ଚ ପଦବୀରେ ଅବସ୍ଥାପିତ ଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
ରେଡ଼ୱମ୍ବ୍‌ | News18 Odia Digital

ତରବରରେ ବିବାହ ନ କରି ଏବେ ଅନେକ ଲୋକ ନିଜ ଜୀବନରେ ଏମିତି ବଡ଼ ନିର୍ଣ୍ଣୟ ନେବା ପୂର୍ବରୁ କିଛି ଦିନ ଏକ ପ୍ରେମ ସମ୍ପର୍କରେ ରହିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ସେ ସମ୍ପର୍କ ବିଷୟରେ ଖୋଲାଖୋଲିଭାବେ କଥା ହେବାକୁ ଅନେକ ଲୋକଙ୍କୁ କଷ୍ଟ ଲାଗୁଛି । ଆମ ଭିତରୁ ଅଧିକାଂଶ ପ୍ରେମ ଓ ସମ୍ପର୍କ ବିଷୟରେ ବହିରୁ, ଫିଲ୍ମରୁ ଓ ଟିଭି ସୋ’ରୁ ଜାଣିବାକୁ ପାଇଥାଉ । ବହୁତ ଥର ସେଥିରେ ଥିବା ଚ଼ିତ୍ରଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଥାଏ । ତେବେ କ’ଣ ଆପଣ ଜାଣିବାକୁ ଚ଼ାହାଁନ୍ତି ଗୋଟେ ଉତ୍ତମ ପ୍ରେମ ସମ୍ପର୍କ କିଭଳି ହୋଇଥାଏ ସେ ବିଷୟରେ?

ମନସ୍ତତ୍ବବିଦ୍‌ ଓ ପରାମର୍ଶଦାତାମାନଙ୍କ ସହ କଥାବାର୍ତ୍ତା ହେବା ପରେ ଏକ ଉତ୍ତମ ପ୍ରେମ ସମ୍ପର୍କ କିଭଳି ହେବା ଦରକାର ସେ ବିଷୟରେ ଏଠି କିଛି ଟିପ୍ସ ଦିଆଯାଇଛି:

. କଥାବାର୍ତ୍ତା, ଆଳାପ-ଆଲୋଚ଼ନା:

ନିଜ ସାଥୀ ସହ ଆପଣଙ୍କ ମନରେ କ’ଣ ଅଛି ସେ ବିଷୟରେ କଥା ହେବା ପାଇଁ ଆପଣ ସକ୍ଷମ ହେବା ଭାରି ଗୁରୁତ୍ବପୂର୍ଣ୍ଣ, କଥାବାର୍ତ୍ତାର ଅର୍ଥ ଏହା ଠାରୁ ଆହୁରି ଅଧିକ । କଥାବାର୍ତ୍ତାର ଏକ ମୁଖ୍ୟ ଅଂଶ ହେଉଛି ଆପଣ ନିଜ ସାଥୀଙ୍କ ସହ କେମିତି କଥା ହେଉଛନ୍ତି । ଉଦାହରଣ ସ୍ବରୁପ ଯଦି ଆପଣଙ୍କ ସାଥୀ ଆପଣଙ୍କ ସହିତ ମିଶି କରିଥିବା କୌଣସି ପ୍ଲାନ କ୍ୟାନସଲ୍‌ କରିଦେଇଛନ୍ତି ଓ ସେଥି ପାଇଁ ଆପଣଙ୍କ ମନ କଷ୍ଟ ହେଉଛି, ତେବେ ନିଜ ସାଥୀଙ୍କୁ ସେ କଥା ନ ଜଣେଇବା ବାର୍ତ୍ତାଳାପର ଅଭାବ ବୋଲି ବୁଝିବାକୁ ହେବ । ଆଉ ଯଦି ନିଜ ସାଥୀଙ୍କୁ ଆପଣ ଦୋଷ ଦେବା ପରି ବା ଆକ୍ରାମକ ଢଙ୍ଗରେ ସେ କଥା କହୁଛନ୍ତି, ଯଥା ’’ତୁମେ ସବୁବେଳେ ପ୍ଲାନ୍‌ କ୍ୟାନସଲ୍‌ କର!’’ ବା ‘‘ମୁଁ ବିଶ୍ୱାସ କରିପାରୁନି ତୁମେ ଆଉ ଥରେ ପ୍ଲାନ୍‌ କ୍ୟାନସଲ୍‌ କରିଦେଲ!’’ ତାହେଲେ ସେଇଟା ଅସ୍ୱାସ୍ଥ୍ୟକର ବାର୍ତ୍ତାଳାପ ହେବ ।

ନିଜ ସାଥୀଙ୍କ ସହ ବାର୍ତ୍ତାଳାପର ସବୁ ଠାରୁ ଉତ୍ତମ ଉପାୟ ହେଉଛି ତାଙ୍କ ବ୍ୟବହାର ଉପରେ ଧ୍ୟାନ ଦେବା, ଅର୍ଥାତ ସେ କିଏ ତା’ ଉପରେ ବକ୍ତବ୍ୟ ନ ଦେଇ ସେ କ’ଣ କରୁଛନ୍ତି ତାହା ଦେଖିବା । ଦ୍ବିତୀୟରେ, ତାଙ୍କ ବ୍ୟବହାର ଉପରେ ଆକ୍ରମଣ ନ କରି ତାଙ୍କର ସେ ବ୍ୟବହାର ଆପଣଙ୍କୁ କେମିତି ଭାବ ଆଣିଦେଲା ସେ ବିଷୟରେ କଥା ହୁ୍ଅନ୍ତୁ ।

ତାଙ୍କର ଚ଼ରିତ୍ର ନିର୍ଣ୍ଣୟ କରିବା ପରି ମନ୍ତବ୍ୟ, ଯଥା ‘‘ତମେ କେତେ ଖରାପ ପାର୍ଟନର! ତମେ କେମିତି ଏମିତି କରି ପାରିଲ?’’ ଆଦି ନ ଦେଇ ଆପଣଙ୍କ ନିଜ ମନ ଭିତରେ କ’ଣ ଅନୁଭବ ହେଉଚି ତାହା କୁହନ୍ତୁ । ଏମିତି କୁହନ୍ତୁ: ‘‘ମତେ ଖରାପ ଲାଗୁଛି ଯେ ଆଜି ରାତିରେ ତୁମ ସହ ଦେଖା ହୋଇପାରିଲା ନାହିଁ । ମୁଁ ଜାଣିଛି ତମେ ବହୁତ ବ୍ୟସ୍ତ ରହୁଛ, କିନ୍ତୁ ମତେ ତୁମ ସହ ସମୟ ବିତେଇବାକୁ ପସନ୍ଦ କରିଥାନ୍ତି।’’

ଯେତେବେଳେ ବାର୍ତ୍ତାଳାପ ମଜବୁତ୍ ହୁଏ, ସେତେବେଳେ ଆପେ ଆପେ ବିଶ୍ବାସ ବି ମଜବୁତ୍ ହୁଏ ।


ବାର୍ତ୍ତାଳାପ କେବଳ ନକରାତ୍ମକ ଭାବନାର ପ୍ରକାଶ ପାଇଁ ଉଦ୍ଦିଷ୍ଟ ନୁହେଁ ! ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣ ନିଜ ସାଥୀଙ୍କୁ ତାଙ୍କର କେଉଁ କଥା ଆପଣଙ୍କୁ ଭଲ ଲାଗେ ଓ ତାହା କହୁଛନ୍ତି । ପ୍ରେମ ସମ୍ପର୍କମାନଙ୍କରେ ସବୁ ଠାରୁ ସାଧାରଣ ଅଭିଯୋଗ ହେଉଛି ଏହା ଯେ ଲୋକେ ନିଜକୁ ଉପେକ୍ଷିତ ମନେକରନ୍ତି, ନିଜ ଗୁଣ ବା ପ୍ରୟାସର ଯଥେଷ୍ଟ ପ୍ରଶଂସା ହେଉଥିବା ପରି ତାଙ୍କୁ ଲାଗେନି ।

ପରସ୍ପରକୁ ଛୋଟ ଛୋଟ କଥାରେ ପ୍ରଶଂସା କରନ୍ତୁ ଓ ନିଜ ସାଥୀଙ୍କୁ ତାଙ୍କ ରୁଚ଼ି, ଗୁଣ ଓ ପ୍ରତିଭା ବିଷୟରେ ଭଲ ଅନୁଭବ କରାଇବା ପାଇଁ ଚେଷ୍ଟା କରନ୍ତୁ । ଛୋଟ ଛୋଟ ବାର୍ତ୍ତାଳାପରୁ ବହୁତ ଲାଭ ହୁଏ!

. ବିଶ୍ବାସ:

ଆପଣ ନିଜ ସାଥୀଙ୍କୁ ଲଗାତାର ମିଛ କହୁଛନ୍ତି କି? ବା ଆପଣ ସବୁବେଳେ ଏହା ଭାବି ଚିନ୍ତିତ ରହୁଛନ୍ତି କି ଯେ ଆପଣଙ୍କ ସାଥୀ ଆପଣଙ୍କୁ ମିଛ କହୁଛନ୍ତି? ଆପଣଙ୍କୁ ପରସ୍ପରର ମୋବାଇଲ୍‌ ଫୋନ୍‌ ଓ ସୋସିଆଲ ମିଡ଼ିଆ ଚ଼େକ୍‌ କରିବାର ଆବଶ୍ୟକତା ପଡ଼ୁଛି କି? ଆଉ ଆପଣଙ୍କ ପାର୍ଟନର୍‌ ତାଙ୍କ ବନ୍ଧୁ ବା ପରିବାର ସହିତ ସମୟ ବିତାଉଥିବା ଦେଖି ଆପଣ ଈର୍ଷ୍ୟାନ୍ୱିତ ଅନୁଭବ କରୁଛନ୍ତି କି? ଏ ସବୁ ସାଧାରଣତଃ ଏକ ଅସ୍ବାସ୍ଥ୍ୟକର ସମ୍ପର୍କର ସୂଚ଼କ । ଯେତେବେଳେ ବାର୍ତ୍ତାଳାପ (ଆମର  ପଏଣ୍ଟ୍‌ ନମ୍ବର୍‌ ୧) ମଜବୁତ୍ ହୁଏ, ସେତେବେଳେ ଆପେ ଆପେ ବିଶ୍ବାସ ବି ମଜବୁତ୍ ହୁଏ ।

ପ୍ରେମ ସମ୍ପର୍କରେ ସର୍ବଦା ସତ୍ୟବାଦୀ ହୋଇ ରହିବା ଆବଶ୍ୟକ ଯଦିଓ ସତ୍ୟ କେବେ କେବେ କଠିନ ହୋଇଥାଏ ।


ଯଦି ଆପଣ ବାସ୍ତବରେ ପରସ୍ପର ଉପରେ ଭରସା କରୁଛନ୍ତି, ତାହେଲେ ଆପଣଙ୍କ ସାଥୀ କାହାକୁ ମେସେଜ୍‌ ପଠାଉଛନ୍ତି ବା କାହାକୁ ଦେଖା କରିବାକୁ ଯାଉଛନ୍ତି ସେ ବିଷୟରେ ଆପଣଙ୍କର ଚିନ୍ତା ରହିବ ନାହିଁ ।

ବିଶ୍ବାସ ବଢ଼ାଇବାର ପ୍ରଥମ ପାହାଚ଼ ହେଉଛି ଆପଣ ଏହା ବୁଝିଯିବା ଯେ ନା ଆପଣ ନା ଆପଣଙ୍କ ସାଥୀ କେହି ପରିପୂର୍ଣ୍ଣ (perfect) ନୁହନ୍ତି । ନିଜର ଡ଼ର ଓ ଅସୁରକ୍ଷା ଭାବ ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ ଓ ତାକୁ ଦୂର କରିବାର ଉପାୟ ବାହାର କରନ୍ତୁ । ଅଧିକାଂଶ ସମୟରେ ଆମେ ମିଛ କହିଥାଉ କାରଣ ଆମେ ଆମ ପାର୍ଟନର ଆମ ଭୁଲ ନ ଜାଣୁ ଓ ଆମକୁ ଭୁଲ ନ ଭାବୁ ବୋଲି ଚ଼ାହୁଁ । ଯଦି ଆପଣ ପରସ୍ପରକୁ ଜଟିଳ ଓ ଭୁଲ୍‌ ଭଟକା ଥିବା ସାଧାରଣ ମଣିଷ ରୂପେ ଗ୍ରହଣ କରିଛନ୍ତି, ତେବେ ପରସ୍ପର ସହ ବିଶ୍ବାସୀ ଭାବ ରଖିବା ସହଜ ହୁଏ ।

ପ୍ରେମ ସମ୍ପର୍କରେ ସର୍ବଦା ସତ୍ୟବାଦୀ ହୋଇ ରହିବା ଆବଶ୍ୟକ ଯଦିଓ ସତ୍ୟ କେବେ କେବେ କଠିନ ହୋଇଥାଏ । ଏକ ଉତ୍ତମ ପ୍ରେମ ସମ୍ପର୍କରେ ପରସ୍ପରର ଫୋନକୁ ଚ଼େକ୍‌ କରିବାର ଆବଶ୍ୟକତା ନ ଥାଏ, ବା ନିଜ ପାର୍ଟନରଙ୍କୁ ଆଉ କାହା ସହ ମିଶିବାରୁ ରୋକିବାର ଆବଶ୍ୟକତା ନ ଥାଏ । ଏଭଳି ବ୍ୟବହାର ବହୁତ ବିଷାକ୍ତ ଓ ନକରାତ୍ମକ ହୋଇଥାଏ । ଏକ ମଜବୁତ ପ୍ରେମ ସମ୍ପର୍କ ପାଇଁ ସଚ୍ଚୋଟ ହେବା ବହୁତ ଜରୁରୀ ।

. ସ୍ଥାନ ସୀମା:

ଏହା ନିଶ୍ଚିତ ଯେ ଆପଣ ଆପଣଙ୍କ ପାର୍ଟନରଙ୍କୁ ଭଲପାଉଛନ୍ତି, କିନ୍ତୁ ତା’ ଅର୍ଥ ନୁହେଁ ଯେ ଆପଣ ନିଜ ସବୁତକ ସମୟ ପରସ୍ପର ସହ ବିତାଇବା ଜରୁରୀ! ଯଦି ଆପଣ ନିଜ ସାଥୀ ବ୍ୟତୀତ କୌଣସି କାର୍ଯ୍ୟ କରି ପାରୁନାହାଁନ୍ତି ବା ଆପଣଙ୍କୁ ନିଜ ସାଥୀ ସହିତ ୨୪/୭ ସମୟର ଆବଶ୍ୟକତା ରହୁଛି, ତାହେଲେ ଏହା ଏକ ଅସ୍ବାସ୍ଥ୍ୟକର ପ୍ରେମ ସମ୍ପର୍କର ପରିଚ଼ାୟକ । ଆିଣ ନିଜେ ଜଣେ ଅନନ୍ୟ ବ୍ୟକ୍ତି । ଆପଣ ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ଏତେ ନିର୍ଭରଶୀଳ ହେବା ଉଚିତ ନୁହେଁ ଯେ ଆପଣ ଭୁଲିଯିବେ ଆପଣ ନିଜେ କିଏ।

ଏମିତି ସ୍ଥିତିରୁ ରକ୍ଷା ପାଇବାର ପ୍ରଥମ ପାହାଚ ଏହା ଯେ ଆପଣ ସୁନିଶ୍ଚିତ କରନ୍ତୁ ଆପଣଙ୍କ ପାଖରେ ନିଜ ପାଇଁ କିଛି ସମୟ ଅଛି, ବିଶେଷ ଭାବେ ଆପଣ ଯଦି ନିଜ ପାର୍ଟନରଙ୍କ ସହ ରହୁଛନ୍ତି । ଦିନର କିଛି ନିର୍ଦ୍ଦିଷ୍ଟ ସମୟ କେବଳ ନିଜ ସହ ବିତାଇବା ପାଇଁ ଅଲଗା ରଖନ୍ତୁ । ଏହି ସମୟ ପଢ଼ିବା, ଜଗିଂ କରିବା ବା ଗୀତ ଶୁଣିବା ପାଇଁ ହୋଇପାରେ । ଏହି ସମୟଟି ଆପଣଙ୍କ ନିଜ ପାଇଁ, ନିଜ ରୁଚିକୁ ଆଗକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ।

ଦ୍ବିତୀୟତଃ, ପ୍ରେମ ସମ୍ପର୍କରେ ପ୍ରବେଶ କରିବା ପରେ ନିଜ ବନ୍ଧୁମାନଙ୍କୁ ପଛରେ ଛାଡ଼ିଦିଅନ୍ତୁ ନାହିଁ । କେତେକାଂଶରେ ଦେଖାଯାଏ ଯେ କିଛି ବ୍ୟକ୍ତି ପ୍ରେମ ସମ୍ପର୍କରେ ଆସିବା ପରେ ନିଜ ବନ୍ଧୁମାନଙ୍କଠାରୁ ଅଲଗା ହୋଇଯାଆନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିକୁ ଏକରୁ ଅଧିକ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାର ଆବଶ୍ୟକତା ରହିଥାଏ । ଯଦିଓ ଆପଣଙ୍କ ପ୍ରେମିକ ବା ପ୍ରେମିକା ଆପଣଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ହୋଇଥାନ୍ତି, ତାଙ୍କୁ ଆପଣଙ୍କ ନିଜ ସମ୍ପୂର୍ଣ୍ଣ ଜୀବନ ବୋଲି ଭାବିନେବା ଉଚ଼ିତ ନୁହେଁ । ଆପଣଙ୍କୁ ଏବେବି ନିଜର ଅନ୍ୟ ବନ୍ଧୁ, ପରିବାର ଓ ପ୍ରେମ ବାହାରର ଜୀବନର ଆବଶ୍ୟକତା ରହିଛି ।



ତେଣୁ ନିଜ ପାଇଁ କିଛି ସମୟ ବାହାର କରିବାର ସିଡ୍ୟୁଲ କରନ୍ତୁ । ତା’ ସହିତ କିଛି କାର୍ଯ୍ୟ ବି ବାଛି ରଖନ୍ତୁ ଯାହା ଆପଣ ନିଜ ପାର୍ଟନରଙ୍କ ସହ କରିପାରିବେ – ଏମିତି କିଛି କାମ ଯାହା ଆପଣ ଓ ଆପଣଙ୍କ ପାର୍ଟନର ମିଶି ଦୈନିକ ବା ସାପ୍ତାହରେ ଥରେ ଦି’ଥର କରିପାରିବେ । କେତେକ ଯୋଡ଼ି ମିଳି ମିଶି ଖାଦ୍ୟ ପ୍ରସ୍ତୁତ କରିବା ପସନ୍ଦ କରନ୍ତି, ଆଉ କେତେକ ସାଙ୍ଗରେ ଚ଼ାଲିବା ବା ନିଜ ପସନ୍ଦର ଟିଭି ସୋ’ ସାଙ୍ଗରେ ଦେଖିବା ପସନ୍ଦ କରନ୍ତି ।

ଶେଷରେ, ଧ୍ୟାନ ରଖନ୍ତୁ ଯେ ଏସବୁ ହେଉଛି କେବଳ କେତେକ ମୁଖ୍ୟ କଥା । ସବୁ କଥାକୁ ମିଶାଇ ଦେଖିଲେ ଏକ ଉତ୍ତମ ପ୍ରେମ ସମ୍ପର୍କ ହେଉଛି ତାହା ଯେଉଁଥିରେ ଆପଣଙ୍କୁ ଖୁସି ମିଳେ । ମନେରଖନ୍ତୁ ଯେ ଯେଉଁ ସମ୍ପର୍କରେ ଆପଣଙ୍କୁ ଖୁସି ଅନୁଭବ ହେଉ ନାହିଁ, ସେ ସମ୍ପର୍କରେ ରହିବା ଉଚ଼ିତ ନୁହେଁ! ଆପଣ ନିଜେ ନିଜ ଭାବନାକୁ ସବୁ ଠୁ ଭଲ ଜାଣନ୍ତି । ତେଣୁ ନିଜ ଭାବନାକୁ ଭଲ କରି ବୁଝନ୍ତୁ ଓ ଜାଣନ୍ତୁ ଯେ ଆପଣଙ୍କୁ ଏକ ଉତ୍ତମ ପ୍ରେମ ସମ୍ପର୍କ ପାଇଁ ହକଦାର ।

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଏହା ବି ପଢ଼ନ୍ତୁ: ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କରୋନା ପଜିଟିଭ୍ ହେଲେ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ

(ରେଡ଼ୱମ୍ବ୍‌ ଆନନ୍ଦଦାୟକ ଅନୁଭବ ବିଷୟରେ ଶିକ୍ଷା ଦେବା ଓ ଲୋକଙ୍କୁ ଯୌନ ଆନନ୍ଦ ବିଷୟରେ ଜଣେଇବା ପାଇଁ ଉଦ୍ଦିଷ୍ଟ ଏକ ଅନଲାଇନ ଲଜ୍ଜ୍ୟା-ମୁକ୍ତ ମଞ୍ଚ ।)
Published by: Anand Shankar Thankur Das
First published: July 12, 2020, 2:32 PM IST
corona virus btn
corona virus btn
Loading