ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାର ଅତିରିକ୍ତ ମ୍ୟାନେଜର
- News18 Odia
- Last Updated :
- Other, India
News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାର ଅତିରିକ୍ତ ମ୍ୟାନେଜର ସଞ୍ଜୟ ତ୍ରିପାଠୀଙ୍କ ବିରୋଧରେ ଯୌନ ଶୋଷଣ ସହ ଅସଦାଚରଣ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ନିଜ କାର୍ଯ୍ଯାଳୟ ଭିତରେ ମଦ୍ଯପାନ କରି ମହିଳା କର୍ମଚାରୀଙ୍କ ପ୍ରତି ଖରାପ ଆଚରଣ କରୁଥିବା ନେଇ ପ୍ରମାଣ ସ୍ବରୂପ ଅଭିଯୋଗ ଆଣିବା ପରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ସତ୍ୟତା ସନ୍ଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସଞ୍ଜୟ ବହୁ ଦିନ ଧରି ଏଭଳି କାର୍ଯ୍ୟ କରୁଥିବା ବେଳେ କର୍ମଚାରୀମାନେ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ ଜଣାଇଥିଲେ। ଆଜି ସିଡିଏମଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସଞ୍ଜୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତର୍ଜମା କରାଜିବା ସହ ଉଭୟ ପକ୍ଷର ଅଭିଯୋଗ ରେକର୍ଡ କରାଯାଇଛି।
ସେପଟେ କିନ୍ତୁ କାର୍ଯ୍ୟାଳୟର କର୍ମଚାରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆରବିଏସକେ ପ୍ରୋଜେକ୍ଟର ଅତିରିକ୍ତ ମ୍ୟାନେଜର ସଞ୍ଚୟ ତ୍ରିପାଠୀ। ତଦନ୍ତ ପରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଡିଏମଓ ଉମା ଶଙ୍କର ମିଶ୍ର।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।