ବନ୍ୟା: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର। ବିଶେଷ କରି ବନ୍ୟା ପାଣି ଘେରାରେ ଥିବା ଗ୍ରାମବାସୀଙ୍କ ନିକଟରେ ପହଞ୍ଚୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

  • Share this:
News18 Odia Digital

ବୌଦ୍ଧ: ବନ୍ୟା ପ୍ରପୀଡ଼ିତଙ୍କ ନିକଟରେ ପହଞ୍ଚୁଛି ସ୍ୱାସ୍ଥ୍ୟ ସେବା। ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ସୁଦ୍ଧା ୧୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଏବେ ବି ଯୋଗାଯୋଗ ବିଛିନ୍ନ ରହିଛି। ଜଗନ୍ନାଥ ସଡ଼କର ତଳିଆ ଅଞ୍ଚଳ ଓ ପୋଲ ଗୁଡିକରେ ଚାଲିଛି ୨ରୁ ୩ ଫୁଟ ପାଣି। ଯାହାଫଳରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ।

ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର। ବିଶେଷ କରି ବନ୍ୟା ପାଣି ଘେରାରେ ଥିବା ଗ୍ରାମବାସୀଙ୍କ ନିକଟରେ ପହଞ୍ଚୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

ପ୍ରତିଦିନ ୭ ଜଣିଆ ଏକ ଡ଼ାକ୍ତରୀ ଦଳ ଓ ଗାଁର ଆଶା ଦିଦି ମିଶି ଅଗ୍ନିଶମ ବିଭାଗର ବୋଟ ସାହାଯ୍ୟରେ ବନ୍ୟା ପାଣି ଘେରରେ ଥିବା ଗାଁ ପହଞ୍ଚି ଯୋଗାଉଛନ୍ତି ସ୍ବାସ୍ଥ୍ୟ ସେବା। ବିଶେଷ କରି ଦୈନିକ ବ୍ୟବହାର ମେଡିସିନ ଯଥା ଡାଏବେଟିସ, ଲୋ ବିପି, ଆଦି ମେଡିସିନ ସମେତ ବନ୍ୟା ଅଞ୍ଚଳରେ ରହୁ ଥିବା ସମସ୍ତ ଯୁବତୀମାନଙ୍କୁ ସଚେତନ କରିବା ସହ ନାପକିନ ପ୍ୟାଡ ବିଭାଗ ପକ୍ଷରୁ ମାଗଣାରେ ବିତରଣ କରାଯାଉଛି ବୋଲି ଡାକ୍ତରୀଦଳର ମୁଖ୍ୟ ଡକ୍ଟର ଶ୍ରେବନ୍ତ ସ୍ୱାଇ କହିଛନ୍ତି।

ଅନ୍ୟପଟେ ବନ୍ୟା ପାଣି ପାଇଁ ଡାଇରିଆ, ହଇଜାର ଭୟ ରହିଥିବାରୁ ଲୋକଙ୍କୁ ମଧ୍ୟ ଦୂଷିତ ପାଣି ନ ପିଇବା ପାଇଁ ସଚେତନ କରାଯାଉଛି। ଅଞ୍ଚଳର ଆଶା ଦିଦିଙ୍କୁ ମଧ୍ୟ ଜଳ ବିଶୋଧନ ଔଷଧ ପ୍ରଦାନ କରାଯାଇଛି ବନ୍ୟା ପାଣି ଛାଡ଼ିଲେ ଜଳ ଉତ୍ସରେ ତୁରନ୍ତ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ବନ୍ୟାରେ ବିଷଧର ସାପର ଭୟ ରହିଥିବାରୁ ବ୍ଲକର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପଯ୍ୟାପ୍ତ ପରିମାଣର ଅଣ୍ଟିଭେନମ ଇଞ୍ଜେସନ (ଧଳପୁର ସ୍ବାସ୍ଥ୍ୟକେନ୍ଦ୍ରରେ ୪୦ଟି, ଚରିଛକରେ ୪୦ ଟି, ହରଭଙ୍ଗାରେ ୪୨ଟି ଓ ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୪୭ଟି) ମହଜୁଦ ରଖୁଛି।

ଅନ୍ୟପକ୍ଷରେ ଆଜି ହରଭଙ୍ଗା, ଭେଜିଗୁରା, ବୁଲୁରା, ପାଣିଘରା ଆଦି ବନ୍ୟା ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରାଯାଇ ଥିବାବେଳେ ମାରଡା, କୁମାରୀ, କୁସଙ୍ଗ, ହାରଭଙ୍ଗା ଆଦି ଗ୍ରାମରେ ପହଞ୍ଚିବ ଡାକ୍ତରୀଦଳ ବୋଲି ବିପିଏମ ଅରୁନ ପାଢ଼ୀ କହିଛନ୍ତି।
Published by:Lipina Das
First published: