News18 Odia Digital
Naba Das Death Case: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଝାରସୁଗୁଡା ଏସପିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓ ସସପେଣ୍ଡ କରାଯାଇଛି। ଗତକାଲି ମିତ୍ରଭାନୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଏଡିଜି ୨ଘଣ୍ଟା ଧରି ଜେରା କରିଥିଲେ ।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ (Former Health minister naba das) ହତ୍ୟା ମାମଲାର ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ (Crime branch) । ଏଏସଆଇ ଗୋପାଳ ଦାସ ହିଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ ମଧ୍ୟ ଗୋପାଳ ଏପରି କାହିଁକି କଲା ? ଗୋପାଳର ଏହି କାଣ୍ଡ ପଛର କାରଣ କଣ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
ତେବେ ପାରମ୍ପରିକ ଢଙ୍ଗ ବଦଳରେ ଏହି ହତ୍ୟାକାଣ୍ଡ ତଦନ୍ତକୁ ଅଧିକ ବିଜ୍ଞାନ ସମ୍ମତ ଢଙ୍ଗରେ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ତଦନ୍ତ ସମୟରେ ଏମିତି ଅନେକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି ଯାହାକି ଓଡ଼ିଶାରେ ପୂର୍ବରୁ ହୋଇନଥିଲା। କିନ୍ତୁ ସେହି ସବୁ ଉପାୟ ବା ପଦ୍ଧତି କଣ ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବର୍ତ୍ତମାନ କିଛି ସ୍ପଷ୍ଟ କରାଯାଇ ନାହିଁ । ଏପରିକି ଗୋପାଳକୁ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଅଧିକ ବ୍ୟାପକ କରାଯିବ ବୋଲି ଜଣା ପଡିଛି । ଏହି ସମୟରେ ଗୋପାଳର ବ୍ରେନ ମ୍ୟାପିଂ କିମ୍ବା ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ମଧ୍ୟ କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣା ପଡିଛି । ଏପରିକି ଗୋପାଳର ମାନସିକ ସ୍ଥିତିର ଯାଞ୍ଚ ପାଇଁ ରାଜ୍ୟ ବାହାରର ଜଣେ ବିଶିଷ୍ଟ ମନୋବିଜ୍ଞାନୀଙ୍କୁ କଟକ ମୁଖ୍ୟାଳୟକୁ ଡକାଯିବା ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ବିଚାର କରୁଥିବା ଜଣାପଡିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।