ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ; କଡା ସୁରକ୍ଷାରେ ନିଆଗଲା ହସ୍ପିଟାଲ

ଗୁଳିମାଡ କରିଥିବା ପୋଲିସ ଏଏସଆଇ ପୂର୍ବରୁ ଥିଲେ ମନ୍ତ୍ରୀଙ୍କର ପିଓସଓ । ହୁଏ ତ ସେହି ସମୟରେ କୌଣସି ବ୍ୟକ୍ତିଗତ ରାଗ ଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା ପ୍ରଶ୍ନ ମଧ୍ୟ ଉଠୁଛି ।

ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ; କଡା ସୁରକ୍ଷାରେ ନିଆଗଲା ହସ୍ପିଟାଲ

ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ; କଡା ସୁରକ୍ଷାରେ ନିଆଗଲା ହସ୍ପିଟାଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଚାରି ଜଣିଆ ଡାକ୍ତରୀ ଟିମଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଆମ୍ୱୁଲାନ୍ସରେ ପ୍ରାଥମିକ ଚିକିତ୍ସା ପରେ ଗ୍ରୀନ କରିଡ଼ର ମଧ୍ୟରେ ଏୟାରପୋର୍ଟରୁ ଏଜି ଛକ - ରବୀନ୍ଦ୍ର ମଣ୍ଡପ - ଆଚାର୍ଯ୍ୟ ବିହାର - ଦେଇ ଆପୋଲୋ ହସ୍ପିଟାଲକୁ ନିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବାରୁ ଗୁରୁତର ଅଛନ୍ତି ମନ୍ତ୍ରୀ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ. ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ବିଜେଡି ନେତା ବିମାନବନ୍ଦରରେ ପହଞ୍ଚିଥିଲେ । କଡା ସୁରକ୍ଷାବଳୟ ମଧ୍ୟରେ ଚୋପରରୁ ଆମ୍ୱୁଲାନ୍ସକୁ ସ୍ଥାନାନ୍ତର କରାଯାଇ ଘରୋଇ ହସ୍ପିଟାଲକୁ ନିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ନେତା କିମ୍ୱା କର୍ମୀ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇନଥିବା ବେଳେ ଚୁପ ରହିଥିବା ଦେଖିବାକୁ ମିଳିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ସମର୍ଥକମାନେ ମଧ୍ୟ ବିମାନବନ୍ଦରରେ ପହଞ୍ଚି ନବ ଦାସ ଜିନ୍ଦାବାଦ କହୁଥିବା ଦେଖିବାକୁ ମିଳିଛି ।

ତେବେ ଜଣେ ଏଏସଆଇ କାହିଁକି ଓ କେଉଁ ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ କଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଚକ୍ରାନ୍ତ ନା ଅନ୍ୟ କିଛି ସେନେଇ କାହା ପାଖରେ ଉତ୍ତର ନାହିଁ । ରକ୍ଷକ କିପରି ଭକ୍ଷକ ସାଜିବ ବା ସୁରକ୍ଷା ଯୋଗାଉଥିବା କର୍ମଚାରୀ ଯଦି ଗୁଳିମାଡ କରିବେ ତେବେ ସୁରକ୍ଷା ଉପରେ ଆଉ କାହାର ବିଶ୍ୱାସ ରହିବ ଏନେଇ ସଭିଙ୍କ ମନରେ ସନ୍ଦେହ ଜାତ ହେଲାଣି । ତେବେ ଘଟଣାର ତଦନ୍ତ ତଥା ଖୋଳତାଡ ହେଲେ ହିଁ  ତଥ୍ୟ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି । ମନ୍ତ୍ରୀଙ୍କ ଅନ୍ୟ ସ୍ଥାନକୁ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥାଏ । ତେବେ ଏଠାରେ ଯଦି ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା ଦିଆଯାଇଥିଲା ତେବେ ଏପରି ଘଟଣା କାହିଁକି ଘଟିଲା । ମନ୍ତ୍ରୀଙ୍କ ପିଏସଓ ସେହି ସମୟରେ କଣ କରୁଥିଲେ । ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁଳିମାଡ କରିଥିବା ପୋଲିସ ଏଏସଆଇ ପୂର୍ବରୁ ଥିଲେ ମନ୍ତ୍ରୀଙ୍କର ପିଓସଓ । ହୁଏ ତ ସେହି ସମୟରେ କୌଣସି ବ୍ୟକ୍ତିଗତ ରାଗ ଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା ପ୍ରଶ୍ନ ମଧ୍ୟ ଉଠୁଛି । ପୂର୍ବରୁ ନବ ଦାସଙ୍କ ପିଏସଓ ଥିବା ଗୋପାଳ ଦାସ । ୧୮ ବର୍ଷ ହେବ ଝାରସୁଗୁଡା ଜିଲ୍ଲାରେ ଅଛନ୍ତି । ଦୀର୍ଘ ବର୍ଷ ହେବ ଗୋଟିଏ ଜିଲ୍ଲାରୁ ଅନ୍ୟତ୍ର ବଦଳି ହୋଇନାହିଁ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ଏୟାରପୋର୍ଟରୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବା ସମୟରେ ନିଜେ ଡିସିପି ପ୍ରତୀକ ସିଂ ନିଜେ ସୁରକ୍ଷାର ତଦାରଖ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆପୋଲୋ ହସ୍ପିଟାଲ ଯିବା ନେଇ ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅଧିକ ପଢ଼ନ୍ତୁ - http://Naba Das shot: କଡା ସୁରକ୍ଷା ଭିତରେ କିପରି ହେଲା ଗୁଳିମାଡ଼? ତଦନ୍ତ କରିବ କ୍ରାଇମବ୍ରାଞ୍ଚ
Published by:Soubhagya Mishra
First published: