News18 Odia Digital
Naba Das shot: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଝାରସୁଗୁଡା ଗାନ୍ଧି ଛକରେ ତାଙ୍କୁ ଗୁଳି ମାଡ ହୋଇଛି । ଏକ କାର୍ଯ୍ଯକ୍ରମରୋ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ହୋଇଥିବାର ସୂଚନା ମିିଳିଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚାଳନା ହୋଇଛି। ଗୁଳି ସିଧା ଯାଇ ତାଙ୍କ ଛାତିରେ ବାଜିଛି।ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
BJD LEADER NABA DAS SHOT: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼; ହସ୍ପିଟାଲରେ ଭର୍ତ୍ତିଗାଡିରୁ ଓହ୍ଲାଇବା ବେଳେ ଗୁଳିମାଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୋଲିସ ବେଶରେ ଜଣେ ଗୁଳିମାଡ କରାଯାଇଥିବାର ସୂଚନା ମିଳିଛି। ମନ୍ତ୍ରୀଙ୍କ ଗାଡି ନିକଟରୁ ଗୁଳିମାଡ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ବେଶଧାରୀ ଗୁଳି ମାଡ କରିଛି ।
ପୋଲିସ କର୍ମୀ ଗୋପାଳ ଦାସ ଗୁଳିମାଡ କରିଛନ୍ତି । ଗାନ୍ଧି ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳିମାଡ କରିଛନ୍ତି । ଗୋପାଳଙ୍କୁ କାବୁ କରି ପୋଲିସ ପଚରାଉଚରା କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।