ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା; ହତ୍ୟାକାଣ୍ଡ ଆକଷ୍ମିକ ନୁହେଁ ଯୋଜନା ବଦ୍ଧ !

ନବ ଦାସ ହତ୍ୟା ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କଥା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ନ୍ୟୁଜ 18 ଡିଜିଟାଲକୁ Exclusive ତଥ୍ୟ ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା; ହତ୍ୟାକାଣ୍ଡ ଆକଷ୍ମିକ ନୁହେଁ ଯୋଜନା ବଦ୍ଧ !

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା; ହତ୍ୟାକାଣ୍ଡ ଆକଷ୍ମିକ ନୁହେଁ ଯୋଜନା ବଦ୍ଧ !

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Naba das) ହତ୍ୟା ମାମଲା ତଦନ୍ତ ଜାରି ରହିଥିବା ବେଳେ ଏଏସଆଇ ଗୋପାଳ ଦାସ କାହିଁକି ଏହି କାଣ୍ଡ ଭିଆଇଲା ଏହି ପ୍ରସଙ୍ଗକୁ ନେଇ ଘଣ୍ଟା ଚକଟା କରୁଛି କ୍ରାଇମବ୍ରାଞ୍ଚ (Crime branch) । ଗିରଫ ହେବା ପରେ ଅଭିଯୁକ୍ତ ଗୋପାଳକୁ ଏନେଇ ପଚରାଉଚରା କରାଯାଇଥିବା ବେଳେ ଗୋପାଳ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ତାକୁ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ସଂସ୍ଥା ।

ଏହାରି ଭିତରେ ଏହି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କଥା ଜଣା ପଡ଼ିଛି । କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ନ୍ୟୁଜ 18 ଡିଜିଟାଲକୁ Exclusive ତଥ୍ୟ ପ୍ରଦାନ କରିଛନ୍ତି । "ତଦନ୍ତ ଏବେ ବି ଜାରି ରହିଛି । ଲୋକମାନଙ୍କୁ ପଚରାଉଚରା ବି ଚାଲିଛି । ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସରେ ଆମେ ପହଞ୍ଚି ପାରିନାହୁଁ । କିନ୍ତୁ ବେଶି ସମୟ ଲାଗିବ ନାହିଁ । ହୁଏତ ଆସନ୍ତାକାଲି ସଂନ୍ଧ୍ୟା ସୁଦ୍ଧା ଏଥିରେ କିଛିଟା ସ୍ପଷ୍ଟତା ଆସିବ ବୋଲି ଭାବୁଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୋପାଳ ଦାସ ହତ୍ୟା କରିବା ପଛରେ ଯେଉଁସବୁ ସାମ୍ଭାବ୍ୟ କାରଣ ବାବଦରେ ଗଣମାଧ୍ୟମରେ ଆଲୋଚନା ହେଉଛି, ସେଥିମଧ୍ୟରୁ କିଛି ଚର୍ଚ୍ଚା ସତ ବୋଲି ଗ୍ରହଣ କରାଯାଇପାରେ" ।

ନବ ଦାସଙ୍କ ହତ୍ୟାକାଣ୍ଡ ଯୋଜନା ବଦ୍ଧ ଏବଂ ଏଥିପାଇଁ ବହୁପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିବା ଏନେଇ ମଧ୍ୟ କ୍ରାଇମବ୍ରାଞ୍ଚ ସୁତ୍ରରୁ ଜଣା ପଡିଛି । ଘଟଣା ଘଟିବାର ଅନେକ ଦିନ ପୂର୍ବରୁ ଗୋପାଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିବ ବୋଲି ମନେ ମନେ ସ୍ଥିର କରିଥିଲା । ଏପରିକି ସେ କାଳେ ପୂର୍ବରୁ ଏକାଧିକ ଥର ଉଦ୍ୟମ ମଧ୍ୟ କରିଥିବା କଥା ମଧ୍ୟ ଜଣା ପଡ଼ିଛି । କିନ୍ତୁ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଅଧିକୃତ ଭାବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି ।

ସେପଟେ ଏହି ଯୋଜନା ବାବଦରେ ଏକାଧିକ ଲୋକଙ୍କ ପାଖରେ ଖବର ଥିବା କଥା ମଧ୍ୟ ଜଣା ପଡ଼ିଛି । ତେବେ ସେହି ଲୋକମାନେ କିଏ ? ଏବଂ ସେମାନଙ୍କ ପାଖରେ ଏହି ସୂଚନା କେବେ ପହଞ୍ଚିଲା? ସୂଚନା ପାଇବା ପରେ ସେମାନେ ଏନେଇ କାହାକୁ ଜଣାଇଥିଲେ ବା ନାହିଁ ? ତାର ମଧ୍ୟ ଅନୁସନ୍ଧାନ ମଧ୍ୟ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାଇ ସେହି ଭଳି କିଛି ଲୋକଙ୍କୁ ନିଜ କବଜାକୁ ନେଇ ଜେରା କରିବା ଆରମ୍ଭ କରିଛି । ଏବଂ ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହି ଘଟଣାରେ ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି ଦାସ । ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ ତଦାରଖ ପାଇଁ ଗତକାଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିବା ପରେ କୋର୍ଟ ଆଜି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି ଦାସଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ମେଗା ଧାରାବାହିକ 'ଝିଲି' ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ !
Published by:Soubhagya Mishra
First published: