ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ହତ୍ଯା ସମୟରେ ବେକରେ ବାଜିଥିଲା ଗୁଳି; ଭଲ ହୋଇ ଘରକୁ ଫେରିଲେ

ନବ ଦାସଙ୍କ ଗୋଡ଼ ଧରି ନମସ୍କାର ହେଲା ବେଳେ ଜୀବନଙ୍କ ବେକରେ ଗୁଳି ବାଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଗୁଳି।

ଦିବଂଗତ ନବଦାସ ଓ ଜୀବନ ନାୟକ (ପ୍ରତୀକାତ୍ମକ ଛବି)

ଦିବଂଗତ ନବଦାସ ଓ ଜୀବନ ନାୟକ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ଏକ କାର୍ଯ୍ଯକ୍ରମରେ ଯୋଗ  ଦେବାକୁ ଯିବା ବେଳେ ବ୍ରଜରାଜନଗରରେ ସ୍ୱାସ୍ଥ୍ଯମନ୍ତ୍ରୀ ନବଦାସ ଉପରକୁ ଗୁଳି ମାଡ ହୋଇଥିଲା। ଗାଡି଼ରୁ ତଳକୁ ଓହ୍ଲାଉଥିବା ବେଳେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଗୁଳିମାଡ଼ ସମୟରେ ଜୀବନ ନାୟକ ନାମକ ଜଣେ ବ୍ୟକ୍ତି ମଧ୍ଯ ଆହତ ହୋଇଥିଲେ । ଜୀବନ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

NABA DAS SHOT: ନବଦାସଙ୍କୁ ଗୁଳିମାଡ଼ ସମୟରେ ଏହି ବ୍ୟକ୍ତିଙ୍କ ବେକରେ ବାଜିଛି ଗୁଳି

ଗୁଳିମାଡ଼ରେ ଆହତ ହୋଇଥିବା ଜୀବନ ନାୟକଙ୍କ ସୂଚନାନୁସାରେ,ଘଟଣା ଦିନ ପ୍ରାୟ ୧୨.୧୫ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଭିଡ଼ ଜମିଥିଲା। ସେହି ସ୍ଥାନରେ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଉପସ୍ଥିତ ଥିଲେ। ଭିଡ଼ ନିୟନ୍ତ୍ରଣ କରିବାକୁ ଗାନ୍ଧି ଛକ ଟ୍ରାଫିକ ବାବଦରେ ମଧ୍ୟ ଏଏସଆଇ ଗୋପାଳଙ୍କ ସହ ମଧ୍ୟ କଥା ହୋଇଥିଲେ ନିଜେ ଜୀବନ। ଗାନ୍ଧି ଛକରେ ଷ୍ଟାଫ ଅଛନ୍ତି ବୋଲି ଗୋପାଳ ମଧ୍ୟ ଉତ୍ତର ଦେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଆସି ପହଞ୍ଚିବା ପରେ ସବୁ ଲୋକ ତାଙ୍କ ନିକଟକୁ ଯାଇଥିଲେ। ନବଦାସ ଗାଡ଼ିରୁ ପାଦ ଦେବା କ୍ଷଣି ଜୀବନ ତାଙ୍କ ଗୋଡ଼ ଧରି ନମସ୍କାର କରିବା ସମୟରେ ମୁଣ୍ଡ ଉପରେ ଏକ ଆବାଜ ହୋଇଥିଲା। ସେହି ନଇଁବା ଅବସ୍ଥାରେ ମୁଣ୍ଡକୁ ଧରି ଦୁଇ ପାଦ ପଛକୁ ଘୁଞ୍ଚି ଯାଇଥିଲେ ଜୀବନ। ଉଠିକି ଦେଖିବା ମାତ୍ରେ ନବଦାସ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲେ। ଜୀବନଙ୍କର ଦୁଇ ହାତରେ ମଧ୍ୟ ରକ୍ତ ଲାଗିଛି। ବେକ ପଛରେ ଖାଲ ଭଳି ଅନୁଭବ ହେବାରୁ ନିଜେ ରୁମାଲ କାଢ଼ି ବେକରେ ଚାପି ଧରିଥିଲେ ଜୀବନ। ସେତେବେଳେ ନବଦାସଙ୍କୁ ଗାଡ଼ିରେ ଲୋକମାନେ ବସାଇସାରିଥିଲେ। ମନ୍ତ୍ରୀଙ୍କୁ ହସ୍ପିଟାଲ ନେବା ପରେ ସ୍ଥାନୀୟ କାଉନସିଲର ଓ ଲୋକଙ୍କ ସାହାଯ୍ୟରେ ପୋଲିସ ଭ୍ୟାନରେ ଜୀବନଙ୍କୁ ବସାଇ ଝାରସୁଗୁଡ଼ା ବଡ଼ ହସ୍ପିଟାଲ ନିଆଯାଇଥିଲା।

ଜୀବନ Otରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ନବଦାସ ଥିଲେ। ସେହି ସମୟରେ ଡାକ୍ତର ଗୁଳି କେଉଁଠି ବାଜିଛି ତାହା ସ୍ପଷ୍ଟ କରିଥିଲେ। ସେତେବେଳେ ଗୁଳି କେଉଁଠି ବାଜିଛି, ସେ ବାବଦରେ ସ୍ପଷ୍ଟ ହୋଇଥିଲେ ଜୀବନ।ପରେ ଡାକ୍ତର ତାଙ୍କୁ ଏକ୍ସ ରେ କରିବାକୁ ପଠାଇଦେଇଥିଲେ। ତାଙ୍କୁ ଭୀମସାର ସ୍ଥାନାନ୍ତରିତ କରାଯାଇଥିଲା।


ପୁଣି ହାତରେ ବନ୍ଧୁକ ଧରିଲେ ଗୋପାଳ; କେମିତି ମନ୍ତ୍ରୀଙ୍କୁ ମାରିଥିଲେ ଦେଖାଇଲେ...


ଜୀବନଙ୍କ କହିବାନୁଯାୟୀ ଗୁଳି ତାଙ୍କ ବେକର ଗୋଟିଏ ପଟେ ବାଜି ଅନ୍ୟ ପଟେ ବାହାରିଯାଇଥିଲା। ଗୋପାଳ ଦାସ ସେଠାରେ ଡ୍ୟୁଟିରେ ଅଛନ୍ତି ବୋଲି ସମସ୍ତେ ଭାବିଥିଲା। ତେଣୁ କୌଣସି ଅଜବ ବ୍ୟବହାର ପରିଲକ୍ଷିତ ହୋଇନଥିଲା। ବଞ୍ଚିଥିବା ପର୍ଯ୍ୟନ୍ତ ଏହି କଳାଦିନ ମନେ ରହିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ଆମ ଅଞ୍ଚଳରେ ଆସି ପ୍ରାଣ ହରାଇଲେ ଭାବି ଦୁଃଖ ଲାଗୁଛି ବୋଲି କହିଛନ୍ତି ଜୀବନ।
Published by:Soumya Das
First published: