ଯଦି ଆପଣଙ୍କର ବୟସ ୩୦ ବର୍ଷରୁ ଅଧିକ ତେବେ ନିଶ୍ଚିତ କରନ୍ତୁ ଏହି ରୁଟିନ୍ ଚେକଅପ୍

ଡାକ୍ତରଙ୍କ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ବୟସ ୩୦ ବର୍ଷରୁ ଅଧିକ ହୋଇଥାଏ ତେବେ ସେ ପ୍ରତି ୬ ମାସରେ ଥରେ ରୁଟିନ୍ ଚେକଅପ୍ ନିଶ୍ଚିତ କରିବା ଉଚିତ୍ । ଏହାର ଲାଭ ଏହା ହେବ ଯେ ବ୍ୟକ୍ତି ଜଣକ ଦୀର୍ଘାୟୁ ହେବେ ।

ଯଦି ଆପଣଙ୍କର ବୟସ ୩୦ ବର୍ଷରୁ ଅଧିକ ତେବେ ନିଶ୍ଚିତ କରନ୍ତୁ ଏହି ରୁଟିନ୍ ଚେକଅପ୍
ଯଦି ଆପଣଙ୍କର ବୟସ ୩୦ ରୁ ଅଧିକ ତେବେ ନିଶ୍ଚିତ କରନ୍ତୁ ଏହି ରୁଟିନ୍ ଚେକଅପ୍
  • News18 Odia
  • Last Updated: December 20, 2020, 10:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଡାକ୍ତରଙ୍କ ଅନୁଯାୟୀ ଯଦି ଜଣେ ବ୍ୟକ୍ତିର ବୟସ ୩୦ ବର୍ଷରୁ ଅଧିକ ତେବେ ସେ ପ୍ରତି ୬ ମାସରେ ଥରେ ରୁଟିନ୍ ଚେକଅପ୍ କରିବା ଉଚିତ୍ । ଏହାର ଲାଭ ଏହା ହେବ ଯେ ବ୍ୟକ୍ତି ଜଣକ ଦୀର୍ଘାୟୁ ହେବ । ଠିକ୍ ସମୟରେ ଯାଞ୍ଚ ଯୋଗୁଁ ତାଙ୍କୁ କୌଣସି ପ୍ରକାରର ଗୁରୁତର ରୋଗର ସାମ୍ନା କରିବାକୁ ପଡିବ ନାହିଁ । ଯୁବକ ହେବା ପରେ ବହୁତ କମ୍ ଲୋକ ରୁଟିନ୍ ମେଡିକାଲ ଚେକଅପ୍ କରିଥାନ୍ତି । ଏହା ଏକ ବଡ କାରଣ ଯେ ଯୁବକମାନଙ୍କଠାରେ ସୁଗାର ଓ ରକ୍ତଚାପ ଭଳି ରୋଗ ୩୫ ବର୍ଷ ବୟସ ଭିତରେ ହୋଇଯାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡିବ ଯେ ବର୍ତ୍ତମାନ ଆମେ ପେଷ୍ଟାଇଟ୍ ସହିତ ମିଶ୍ରିତ ଖାଦ୍ୟ ଖାଉଛୁ । ଆମ ଭିତରକୁ ଯାଉଥିବା ଅମ୍ଳଜାନ ସମ୍ପୂର୍ଣ୍ଣ ଶୁଦ୍ଧ ନୁହେଁ । ସେଥିପାଇଁ ଯଦି ଆପଣ ମଧ୍ୟ ୩୦ ବର୍ଷ ଅତିକ୍ରମ କରିଛନ୍ତି ତେବେ ରୁଟିନ୍ ଚେକଅପ୍ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଳମ୍ବରେ ବିବାହ ଗର୍ଭାଶୟ ଉପରେ ପ୍ରଭାବ ପକାଇପାରେ
ଡାକ୍ତର ଓ ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ବୟସ ସୀମା ଅତିକ୍ରମ କରିବା ପରେ ଲୋକମାନେ ବିବାହ କରୁଛନ୍ତି । ପ୍ରତ୍ୟେକ ଯୁବକ ଦମ୍ପତି ୩୦ ରୁ ୩୫ ବର୍ଷ ମଧ୍ୟରେ ବିବାହ କରୁଛନ୍ତି । ଏହା ମହିଳାଙ୍କ ଗର୍ଭାଶୟ ସେତେ ଭଲ ନ ଥାଏ । ଗର୍ଭଧାରଣ ପରେ ଗର୍ଭସ୍ଥ ଶିଶୁର ଅଙ୍ଗଗୁଡ଼ିକ ବିକଶିତ ହୁଏ । କିନ୍ତୁ ଦୁର୍ବଳ ଆଭ୍ୟନ୍ତରୀଣ ଅଙ୍ଗ ଯୋଗୁଁ ପିଲାମାନଙ୍କଠାରେ କିଡନୀ ସମ୍ବନ୍ଧୀୟ ମାମଲା ମଧ୍ୟ ସାମ୍ନାକୁ ଆସେ । ନବଜାତ ଶିଶୁର ବିକାଶ ସେହିଭଳି ହେଉନାହିଁ ଯେପରି ଏକ ନିର୍ଦ୍ଦିଷ୍ଟ ବୟସରେ ଜନ୍ମ ହୋଇଥିବା ଶିଶୁ ବିକାଶ ହେବା ଉଚିତ୍ ।

୩୦ ବର୍ଷ ବୟସ ପରେ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ
MyUpchar ଅନୁଯାୟୀ ଆଜିକାଲି ଯୁବକମାନେ ବ୍ୟସ୍ତ ରୁଟିନ୍ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ ନୁହଁନ୍ତି । ଏହି ରୋଗ ଜାଣିବା ପରେ ମଧ୍ୟ ଅନେକ ଲୋକ ନିୟମିତ ଓ ଶୃଙ୍ଖଳିତ ଭାବରେ ଔଷଧ ସେବନ କରନ୍ତି ନାହିଁ । କିଡନୀ ପ୍ରତିରୋପଣରେ ୧୦୦ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଔଷଧ ସେବନ କରନ୍ତି । ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ପୁନର୍ବାର କିଡନୀରେ ସମସ୍ୟା ଆରମ୍ଭ ହୁଏ । ଏଥିରେ ସର୍ବାଧିକ ହାରାହାରି ଯୁବକ ଅଛନ୍ତି । କିଡନୀ ପ୍ରତିରୋପଣ କରୁଥିବା ବ୍ୟକ୍ତିଙ୍କ ପାଇଁ ନିୟମିତ ଔଷଧ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ଯୁବକମାନେ ଔଷଧ ଖାଇବାରେ ମଧ୍ୟ ଅବହେଳା ପ୍ରଦର୍ଶନ କରନ୍ତି ।

ଟ୍ରାନ୍ସପ୍ଲାଣ୍ଟ କରିଥିଲେ ସାବଧନତା ଅବଲମ୍ବନ କରନ୍ତୁ

MyUpchar ଅନୁଯାୟୀ ଟ୍ରାନ୍ସପ୍ଲାଣ୍ଟ କରିଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ପାଗ ପରିବର୍ତ୍ତନ ହେଲେ ସେମାନେ ବିଶେଷ ସତର୍କ ହେବା ଉଚିତ୍ । ଏହିପରି ରୋଗୀଙ୍କ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା, ଥଣ୍ଡା କାଶ ପରେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା, ରକ୍ତଚାପ ଓ ସୁଗାରକୁ ନିୟନ୍ତ୍ରଣରେ ରଖିବା ଉଚିତ ।ଏହି ବ୍ୟକ୍ତି ଅଧିକ ଲୁଣ ଖାଇବା ଓ ଭଜା ଖାଦ୍ୟଠାରୁ ଦୂରଇ ଉଚିତ । ଖାଇବା ସମୟରେ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଓ ପ୍ରୋଟିନ୍ ସାମିଲ କରିବା ଆବଶ୍ୟକ ।

କିଡନୀ ଦାତାଙ୍କୁ ଧ୍ୟାନରେ ରଖନ୍ତୁ

କଦାପି ଭାରି ଜିନିଷ ଉଠାନ୍ତୁ ନାହିଁ

ଠିକ୍ ସମୟରେ ଖାଆନ୍ତୁ

ପରିସ୍ରା ବନ୍ଦ କରନ୍ତୁ ନାହିଁ

ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନିଅନ୍ତୁ

ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଥିବା ସୂଚନା କେତେକ ସ୍ୱାସ୍ଥ୍ୟ ଅବସ୍ଥା ଓ ତା'ର ସମ୍ଭାବ୍ୟ ଚିକିତ୍ସା ସମ୍ବନ୍ଧରେ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଅଟେ । ଜଣେ ଯୋଗ୍ୟ ଓ ଲାଇସେନ୍ସପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ଏହା ସ୍ୱାସ୍ଥ୍ୟସେବା, ସ୍କ୍ରିନିଂ, ନିରାକରଣ ଓ ଚିକିତ୍ସା ବିକଳ୍ପ ନୁହେଁ । ଯଦି ଆପଣ ଆପଣଙ୍କ ପିଲା କିମ୍ବା ନିକଟବର୍ତ୍ତୀ ବ୍ୟକ୍ତି ଏପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହା ଏଠାରେ ଉଲ୍ଲେଖ କରାଯାଇଛି ଯଥାଶୀଘ୍ର ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ବିଶେଷଜ୍ଞଙ୍କ ପରାମର୍ଶ ବିନା କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କିମ୍ବା ରୋଗର ନିରାକରଣ କିମ୍ବା ଚିକିତ୍ସା ପାଇଁ ଏଠାରେ ଦିଆଯାଇଥିବା ସୂଚନାକୁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଏହା କରନ୍ତି ତେବେ ଏପରି ପରିସ୍ଥିତିରେ ଆପଣଙ୍କ ପାଇଁ କୌଣସି ସମ୍ଭାବ୍ୟ କ୍ଷତି ପାଇଁ myUpchar କିମ୍ବା News18 ଦାୟୀ ରହିବ ନାହିଁ ।
Published by: Jagdish Barik
First published: December 20, 2020, 10:14 AM IST