ନୟାଗଡ଼ରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା; ବସରେ ଥିବା ୩୫ ଜଣ ଯାତ୍ରୀ ଆହତ; ୬ ଗୁରୁତର

ଭୁବନେଶ୍ବରରୁ ବାଲୁଗାଁ ଯାଉଥିବା ଯାତ୍ରୀବାହୀ ବସଟିର ଏକ ଟ୍ରକ୍ ସହ ମୁଁହାମୁହିଁ ଧକ୍କା ହୋଇଥିଲା । ଆହତ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚ଼ିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।

ମୁହାଁମୁହିଁ ଧକ୍କା ପରେ ବସ୍‌ଟିର ସାମନା ପଟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି ।

ମୁହାଁମୁହିଁ ଧକ୍କା ପରେ ବସ୍‌ଟିର ସାମନା ପଟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି ।

  • Share this:
News18 Odia Digital

ନୟାଗଡ଼: ଭୁବନେଶ୍ବରରୁ ବାହାରି ବାଲୁଗାଁ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଚାନ୍ଦପୁର ଥାନା ବେଣ୍ଟ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ଯାତ୍ରା କରୁଥିବା ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡ଼ିଛି ।

ଯାତ୍ରୀବାହୀ ବସଟିର ଏକ ଟ୍ରକ୍ ସହ ମୁଁହାମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡ଼ିର ସାମନା ପଟ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା । ଧକ୍କା ସମୟରେ ଖୁବ୍‌ ଜୋର୍‌ ଶବ୍ଦ ହୋଇଥିବାରୁ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଆହତ ଯାତ୍ରୀମାନଙ୍କୁ ପ୍ରଥମେ ପ୍ରାଥମିକ ଚ଼ିକିତ୍ସା ପାଇଁ ଚ଼ାନ୍ଦପୁରର ବସନ୍ତ ମଞ୍ଚରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଥି ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚ଼ିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।

ଗୁରୁତର ଅବସ୍ଥାର ଜଣେ ଯାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଉଛି ।


ଅପରାହ୍ଣରେ ଘଟିଥିବା ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଚ଼ାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଚ଼ାନ୍ଦପୁର ପୋଲିସ ଜବତ କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।

ଦୁର୍ଘଟଣା ପରେ ଟ୍ରକ୍‌ଟିର ଅବସ୍ଥା


ରାଜ୍ୟରେ ସଡ଼କ ଦୁର୍ଘଟଣାର ସଂଖ୍ୟା କମେଇବା ଉପରେ ପରିବହନ ବିଭାଗର ଏଇ ସପ୍ତାହରେ ହୋଇଥିବା ଏକ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗତ ଚ଼ାରି ମାସରେ ପ୍ରାୟ ୧୧,୦୦୦ ମଦୁଆ ଡ଼୍ରାଇଭର ଧରାପଡ଼ିଥିବା ବେଳେ ପୋଲିସ ହାତରେ ୧୦,୦୦୦ ଓ ଆରଟିଓ ହାତରେ ୧,୦୦୦ ମଦୁଆ ଡ଼୍ରାଇଭର ଧରାପଡ଼ିଛନ୍ତି । ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କ୍ରମଶଃ ହ୍ରାସ ପାଇଥିବା ବୈଠକରେ କୁହାଯାଇଥିଲା ।
Published by:Anand Shankar Thankur Das
First published: