ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ହତ୍ୟା: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ; HC କହିଛନ୍ତି ‘ବନ୍ଦ ନୁହେଁ, ହରତାଳ କର’

ମମିତା ହତ୍ୟା: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ; HC କହିଛନ୍ତି ‘ବନ୍ଦ ନୁହେଁ, ହରତାଳ କର’

Odisha High Court puts brakes on Congress bandh over Mamita Meher murder | ବିରୋଧୀ ଦଳ କଂଗ୍ରେସର ବନ୍ଦ ଡାକରା ପରେ ଶାସକ ଦଳ ବିଜେଡି ଅଭିଯୋଗ କରିଛି ଯେ ବିଜେପି ସହିତ ହାତ ମିଳାଇ କଂଗ୍ରେସ ଶସ୍ତା ରାଜନୀତି କରୁଛି । ରାଜ୍ୟ ବ୍ୟବସାୟୀ ମହାସଙ୍ଘ ବି ଏହି ବନ୍ଦକୁ ସମର୍ଥନ ଜଣାଇ ନାହିଁ ।

ମମିତା ହତ୍ୟା: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ; HC କହିଛନ୍ତି ‘ବନ୍ଦ ନୁହେଁ, ହରତାଳ କର’
ମମିତା ମେହେର; (ଡାହାଣ) ଓଡ଼ିଶା ହାଇ କୋର୍ଟ
  • News18 Odia
  • Last Updated: November 12, 2021, 12:33 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/କଟକ: ନିର୍ମମ ହତ୍ୟାର ଶିକାର ହୋଇଥିବା କଳାହାଣ୍ଡି ଜିଲ୍ଲାର ଯୁବ ଶିକ୍ଷୟତ୍ରୀ ମମିତା ମେହେରଙ୍କ ପରିବାରକୁ ‘‘ନ୍ୟାୟ ଦେବା ଉଦ୍ଦେଶ୍ୟରେ’’ ଆଜି (ନଭେମ୍ବର ୧୨, ଶୁକ୍ରବାର ଦିନ) ଛଅ-ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରିବ ଦଳ । ଏହି ବନ୍ଦକୁ ବିଜେପି ବି ନୈତିକ ସମର୍ଥନ ଜଣାଇଛି । ହେଲେ ଏହି ବନ୍ଦ ଡ଼ାକରା ଉପରେ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇ ହାଇ କୋର୍ଟ କହିଛନ୍ତି ଯେ ବନ୍ଦ ଡାକରା ଦେଇଥିବା ଦଳ “ବନ୍ଦ ନୁହେଁ, ବରଂ ହରତାଳ କରି ପାରିବେ” ।

କଂଗ୍ରେସର ବନ୍ଦ ଡ଼ାକରାକୁ ବିରୋଧ କରି କିଛି ଦିନ ତଳେ ନରେଶ ମିଶ୍ର ନାମକ ଜଣେ ବ୍ୟବସାୟୀ ହାଇ କୋର୍ଟରେ ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟର ନିର୍ଦ୍ଦେଶ ଅନୁସାରେ ବନ୍ଦ ସମୟରେ କାହାକୁ ଜୋର ଜବରଦସ୍ତ ବନ୍ଦରେ ସାମିଲ କରାଯାଇପାରିବ ନାହିଁ । ଧମକପୂର୍ଣ୍ଣ ଭାବରେ କୌଣସି ସ୍ଥାନରେ ଯାନବାହନ ଚଳାଚଳକୁ ରୋକାଯାଇ ପାରିବ ନାହିଁ ଓ ରେଳ ରୋକ୍‌ ଓ ରାସ୍ତା ରୋକ ଆଦି ମଧ୍ୟ କରିପାରିବେ ନାହିଁ ବୋଲି ହାଇ କୋର୍ଟ ନିଜ ରାୟରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | T20 World Cup: ଅମ୍ପାୟାରଙ୍କ ଭୁଲ୍ ପରେ ବି ଫାଇନାଲରେ ପହଞ୍ଚି ପାରିଲାନି ପାକିସ୍ତାନ! ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ ଫାଇନାଲରେ

‘‘ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆନ୍ଦୋଳନକାରୀମାନେ ବନ୍ଦ ସମୟରେ ଜୋର୍‌ ଜବରଦସ୍ତ ଦୋକାନ ବଜାର ଓ ଗାଡି଼ ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ସେମାନେ କେବଳ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିପାରିବେ ବୋଲି ରାୟ ଦେଇଛନ୍ତି ହାଇ କୋର୍ଟ,’’ କହିଛନ୍ତି ଆବେଦନକାରୀ ନରେଶ ମିଶ୍ରଙ୍କ ଓକିଲ ସୌମ୍ୟ ରଞ୍ଜନ ମହାନ୍ତି ।

ମମିତାଙ୍କୁ ତଣ୍ଟି ଚିପି ମାରିଥିବା ସ୍ଥାନ ପୋଲିସ ଅଧିକାରୀମାନଙ୍କୁ ଦେଖାଉଛି ମୁଖ୍ୟ ଅବିଯୁକ୍ତ ଗୋବିନ୍ଦ ସାହୁ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ମୃତ, ୧୦ ଆହତ

ମୋ’ଟ ଉପରେ ବନ୍ଦ ସମୟରେ ସାଧାରଣ ଜନଜୀବନକୁ ବ୍ୟାହତ ନ କରିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି କୋର୍ଟ । ହାଇ କୋର୍ଟଙ୍କ ଏହି ରାୟ ଆସିବା ପରେ କଂଗ୍ରେସ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି, ‘‘ଆମ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଛଅ-ଘଣ୍ଟିଆ ଧର୍ମଘଟ ଡ଼ାକରା ଦିଆଯାଇଛି । କାହାକୁ ବାଧ୍ୟ କରାଯିବ ନାହିଁ । ଆମେ କେବେ ଜୋର୍‌ ଜବରଦସ୍ତ ବନ୍ଦ ପାଳନ କରୁନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ KISS କଲେ

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଝିଅକୁ ରେପ୍ ଧମକ ଦେଇଥିବା ଯୁବକ ଗିରଫ ହେଲା; ସେ ଜଣେ IIT ପାସ୍ ଇଞ୍ଜିନିୟର୍

କଂଗ୍ରେସର ବନ୍ଦ ଡାକରା ପରେ ଶାସକ ଦଳ ବିଜେଡି ଅଭିଯୋଗ କରିଛି ଯେ ବିଜେପି ସହିତ ହାତ ମିଳାଇ କଂଗ୍ରେସ ଶସ୍ତା ରାଜନୀତି କରୁଛି । ରାଜ୍ୟ ବ୍ୟବସାୟୀ ମହାସଙ୍ଘ ବି ଏହି ବନ୍ଦକୁ ସମର୍ଥନ ଜଣାଇ ନାହିଁ । ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି଼ ଛଅ ଘଣ୍ଟା ପାଇଁ ରେଳ, ବସ୍‌, ଟ୍ରକ୍‌ ଚଳାଚଳ ସହିତ ଦୋକାନ ବଜାର ବନ୍ଦ ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | KBC ସେଟରେ ଅମିତାଭ ବଚ୍ଚନଙ୍କ ହାତରେ ଲଙ୍କା ଭଙ୍ଗାଇଲେ ପ୍ରତିଯୋଗୀ; VIDEO ଭାଇରାଲ୍ ହେଉଛି

‘‘ମମିତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଚାକିରି ଦେବା ପାଇଁ ଆମ ଦଳ ଦାବି କରିଥିଲେ ବି ସରକାର ସେଥି ପ୍ରତି କର୍ଣ୍ଣପାତ କରି ନାହିଁ । କେବଳ ମମିତା ଘଟଣା ନୁହେଁ, ମାହାଙ୍ଗା ଡବଲ୍‌ ମର୍ଡ଼ର ଓ ଏ.ସି.ଏଫ୍‌. ମୃତ୍ୟ ଘଟଣାରେ ବି ସରକାରଙ୍କ ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଏହି ବନ୍ଦରେ ରାଜ୍ୟବାସୀ ସ୍ୱତଃସ୍ଫୁର୍ତ୍ତ ଭାବେ ଯୋଗ ଦେବେ,’’ କହିଛନ୍ତି ନାୟକ ।

ମମିତା ମେହେର


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘‘ଅମାନବୀୟ ଆଭିମୁଖ୍ୟ’’କୁ ବିରୋଧ କରି ବିଜେପି ଗାଁଠୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠାଇବ । ‘‘ମହିଳାଙ୍କ ପ୍ରତି ଯେ ନବୀନ ସରକାରଙ୍କ ଦରଦ ନାହିଁ ତାହା ବାରମ୍ବାର ସ୍ପଷ୍ଟ ହେଉଛି । ଆମେ (ବିଜେପି) ଏହି ବନ୍ଦକୁ ନୈତିକ ସମର୍ଥନ ଜଣାଇଛୁ ।

ଏହା ବି ପଢ଼ନ୍ତୁ | ଚୀନ୍କୁ ମିଳିବ କଡ଼ା ଜବାବ: ଅରୁଣାଚଳ ପ୍ରଦେଶର ସୀମାରେ ଭାରତ ନିର୍ମାଣ କରୁଛି ୩ଟି ଆଦର୍ଶ ଗ୍ରାମ

କିନ୍ତୁ ଶାସକ ଦଳ ବିଜେଡି କହିଛି ଯେ କଂଗ୍ରେସର ବନ୍ଦ ଡାକରା ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ଉପରେ କୁଠାରଘାତ କରିବ । ‘‘ଏହା ଅତି ନିନ୍ଦନୀୟ । ମମିତା ମୃତ୍ୟୁ ଘଟଣାରେ ତାଙ୍କ ପରିବାର ସ୍ପଷ୍ଟ ଅନୁରୋଧ କରିଛନ୍ତି ଯେ ଏହି ଘଟଣାକୁ ରାଜନୀତିକରଣ କରା ନ ଯାଉ । ତଥାପି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ସହିତ ହାତ ମିଳାଇ ଶସ୍ତା ରାଜନୀତି କରୁଛି । ଦରଦାମ ବୃଦ୍ଧି ଓ ଚାଷୀଙ୍କ ସମସ୍ୟାକୁ ନେଇ ଏମାନେ କେହି ମୁହଁ ଖୋଲୁନାହାନ୍ତି। ବନ୍ଦ ବେଳେ ଜନତାଙ୍କ ଯେଉଁ କ୍ଷତି ହେବ ତାକୁ କିଏ ଭରଣା କରିବ?’’ ପ୍ରଶ୍ନ କରିଛି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

‘‘ଏହି ବନ୍ଦ ଯୋଗୁଁ ରାଜ୍ୟରେ ପ୍ରାୟ ୧,୦୦୦ କୋଟି ଟଙ୍କାର କ୍ଷତି ହେବ। ତେଣୁ ଆମେ ଏହି ବନ୍ଦକୁ ସମର୍ଥନ କରୁନାହୁଁ,’’ କହିଛନ୍ତି ଓଡ଼ିଶା ବ୍ୟବସାୟ ମହାସଙ୍ଘର ସଭାପତି ସୁଧାକର ପଣ୍ଡା ।
Published by: Anand S.T. Das
First published: November 11, 2021, 9:46 PM IST