ରଖିପାରିବେନି ଏକାଧିକ ପ୍ଲଟ; ନିଜ ନାମରେ ରହିବ କେବଳ ଗୋଟିଏ ପ୍ଲଟ

ହାଇକୋର୍ଟର ବଡ଼ ନିଷ୍ପତ୍ତି । ଏକାଧିକ ଜମି ନିଜ ନାମରେ କରିବା ଉପରେ ଲାଗିଲା ରୋକ ।

ନିଜ ନାମରେ କରିପାରିବେ ଗୋଟିଏ ପ୍ଲଟ

ନିଜ ନାମରେ କରିପାରିବେ ଗୋଟିଏ ପ୍ଲଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ପୂର୍ବରୁ ଜଣେ ବ୍ୟକ୍ତି ଚାହିଁଲେ ନିଜ ନାମରେ ଅନେକ ଜମି କିଣିପାରୁଥିଲା । ଜମି ନାମରେ ଅମାପ ସମ୍ପତ୍ତିର ମାଲିକ ମଧ୍ଯ ହୋଇପାରୁଥିଲା । କିନ୍ତୁ ବର୍ତ୍ତମାନ ଏକାଧିକ ଜମି କିଣିବା ଉପରେ ଲାଗିଲା ରୋକ । ଏନେଇ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ଜମି ନେବା ଆବେଦନ ଉପରେ ଏଭଳି ଶୁଣାଣି କରିଛନ୍ତି ହାଇକୋର୍ଟ ।

ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ। ଗୃହ ଓ ନଗର ଉନ୍ନୟନ ବିଭାଗ ନିୟମ କଡ଼ାକଡ଼ି ହେବା ଆବଶ୍ଯକ। ଏହି ନିୟମକୁ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ଯକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରନ୍ତୁନି ଏହି କାମ; ୪ ରାଶିଙ୍କର ଅବସ୍ଥା ହୋଇପାରେ ଶୋଚନୀୟ!

ହାଇକୋର୍ଟରେ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକ କମର୍ସିଆଲ ପ୍ଲଟ ଥାଇ ଅନ୍ଯ ଏକ ଆବାସିକ ପ୍ଲଟ ନେବାକୁ ଆବେଦନ କରିଥିଲେ ଆବେଦନକାରୀ। ଏ ନେଇ ହାଇକୋର୍ଟରେ ରିଟ ପିଟିସନ ଆବେଦନ କରିଥିଲେ। ପିଟିସନକୁ ଅଗ୍ରାହ୍ଯ କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତ ହିତାଧିକାରୀ ସାଧାରଣ ଲୋକ ପ୍ଲଟ କିମ୍ବା ଘରଟିଏ କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ପାଇବାରେ ବଞ୍ଚିତ ହେଉଛନ୍ତି । କୋର୍ଟ ଏହାକୁ ଗ୍ରହଣ କରି ଆବେଦନକାରୀଙ୍କ ଆବେଦନ ଖାରଜ କରିବା ସହିତ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
Published by:Soumya Das
First published: