OPSCକୁ ପୁଣି ଅଦାଲତି ଝଟକା; ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ HC

ପୂର୍ବରୁ ଏଏସଓ ପରୀକ୍ଷା ଫଳକୁ ନେଇ ବିବାଦକୁ ଆସିଥିବା ଓଡ଼ିଶା ଲୋକ ସେବା ଆୟୋଗ ବା OPSCକୁ ଏବେ ପୁଣି ଥରେ ଅଦାଲତି ଝଟକା ଲାଗିଛି । ପୋଲିସ ଡିଏସପି ପଦୋନ୍ନତି ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

OPSCକୁ ପୁଣି ଅଦାଲତି ଝଟକା; ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ HC

OPSCକୁ ପୁଣି ଅଦାଲତି ଝଟକା; ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ HC

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ପୂର୍ବରୁ ଏଏସଓ ପରୀକ୍ଷା ଫଳକୁ ନେଇ ବିବାଦକୁ ଆସିଥିବା ଓଡ଼ିଶା ଲୋକ ସେବା ଆୟୋଗ ବା OPSCକୁ ଏବେ ପୁଣି ଥରେ ଅଦାଲତି ଝଟକା ଲାଗିଛି । ପୋଲିସ ଡିଏସପି ପଦୋନ୍ନତି ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏହା ସହ ଓଡ଼ିଶା ଲୋକ ସେବା ଆୟୋଗ ହାଇକୋର୍ଟରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଡିଏସପି ପଦୋନ୍ନତି ନେଇ କୌଣସି ପ୍ରକାର ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଡିଏସପି ପଦୋନ୍ନତିରେ ଅନିୟମିତତା ଦର୍ଶାଇ ଜଣେ ଆବେଦନାକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଆବେଦନକାରୀ ଗୁଣନିଧି ମଲ୍ଲିକ ଓଡ଼ିଶା ଲୋକ ସେବା ଆୟୋଗ ବା OPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୨୦୧୬ ମସିହାରେ ସିଧାସଳଖ ଡ଼ିଏସପି ଭାବେ ନିଯୁକ୍ତି ପାଇଥିଲେ । ୫ ବର୍ଷ ଧରି ସେ ଡିଏସପି (ଜୁନିଅର ବ୍ରାଞ୍ଚ)ରେ କାର୍ଯ୍ୟ କରିଥିଲେ । ଏବଂ ୨୦୨୧ ଜାନୁଆରୀ ୧ ତାରିଖରେ ସେ ଏହାର ଅବଧି ଶେଷ କରିଥିଲେ । ଫଳରେ ୨୦୨୧ ଜାନୁଆରୀ ୧ ରୁ ୨୦୨୩ ଜାନୁଆରୀ ୧ ପର୍ଯ୍ୟନ୍ତ ସେ ଡ଼ିଏସପି (ସିନିଅର ବ୍ରାଞ୍ଚ) ଭାବରେ କାର୍ଯ୍ୟ କରିବା ପରେ ତାଙ୍କୁ ଅତିରିକ୍ତ ଏସ୍ପି ଭାବରେ ପଦନ୍ନତି ମିଳିବା କଥା ।

ପରବର୍ତ୍ତୀ ସମୟରେ ଓପିଏସସି ଏନେଇ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ବିଜ୍ଞପ୍ତିରେ ୩ ବର୍ଷର ଅବଧିକୁ ମାତ୍ର ୬ ମାସକୁ ପରବର୍ତ୍ତିତ କରି ଦିଆଯାଇଥିଲା । ଅର୍ଥାତ ସିନିଅର ବ୍ରାଞ୍ଚରେ ଯେଉଁ ଅଧିକାରୀ ୬ ମାସ କାର୍ଯ୍ୟ କରିଥିବେ, ସେମାନଙ୍କୁ ଅତିରିକ୍ତ ଏସପି ଭାବରେ ନିଯୁକ୍ତି ଦିଆଯିବ । ଏହି ବିଜ୍ଞପ୍ତି ଅନୁଯାୟୀ ଆବେଦନକାରୀ ଗୁଣନିଧିଙ୍କୁ ତଳ ଗ୍ରେଡରେ ରଖାଯାଇଥିଲା । ଏହାକୁ ଗୁଣନିଧି ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ତେବେ କୋର୍ଟ ମାମଲାକୁ ବିଚାରକରି OPSCର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଅର୍ଥାତ ମାମଲାର ଶୁଣାଣି ପର୍ଯ୍ୟନ୍ତ OPSCର ବିଜ୍ଞପ୍ତି ଉପରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଡ଼ିଏସପି ପଦନ୍ନତି ଉପରେ ଏବେ କୌଣସି ପ୍ରକାର କାର୍ଯ୍ୟ କରାଯାଇପାରିବ ନାହିଁ ।

"୩ ବର୍ଷର ଅବଧିକୁ ମାତ୍ର ୬ ମାସକୁ ପରବର୍ତ୍ତିତ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗ ଉପରେ ଚାପ ପକାଯାଇଥିଲା । ସରକାରୀ ସ୍ତରରେ ବିଭିନ୍ନ ସମୟରେ ଓଡ଼ିଶା ଲୋକସେବା ଆୟୋଗକୁ ଚିଠି କରାଯାଇ ଏହି ଚାପକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ହାଇକୋର୍ଟ ତା ଉପରେ ରହିତାଦେଶ ଜାରି କରିଛନ୍ତି । ତେଣୁ କୋର୍ଟଙ୍କ ଏହି ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ସିଧାସଳଖ ଡିଏସପି ଭାବେ କାର୍ଯ୍ୟରତ ଥିବା ଅଧିକାରୀମାନଙ୍କ ସହ ଅତିରିକ୍ତ ଏସପି ହେବା ପାଇଁ ବାଟ ଫିଟିଲା । ଖାଲି ସେତିକି ନୁହେଁ ଯେଉଁ ଅତିରିକ୍ତ ଏସପିମାନେ ଓଡ଼ିଶା ଲୋକ ସେବା ଆୟୋଗର ପୂର୍ବ ବିଜ୍ଞପ୍ତି ବଳରେ ପଦୋନ୍ନତି ପାଇଥିଲେ, ସେମାନେ ଆଉ ଯୋଗ୍ୟ ହେବେ" ନାହିଁ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ।
Published by:Soubhagya Mishra
First published: