ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇ କୋର୍ଟ

ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇ କୋର୍ଟ

ତଳ କୋର୍ଟଗୁଡ଼ିକରେ ବଳାତ୍କାର ସଂକ୍ରାନ୍ତୀୟ ମାମଲାର ପରିଚାଳନା ସମୟରେ ହାଇ କୋର୍ଟଙ୍କ ଏହି ରାୟର ପ୍ରଭାବ ପଡ଼ିପାରେ ବୋଲି କହିଛନ୍ତି ଆଇନଜୀବୀମାନେ ।

ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇ କୋର୍ଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଯଦି ଅଭିଯୋଗକାରିଣୀଙ୍କ କ୍ଷେତ୍ରରେ ଏପରି ଘଟିଥାଏ ତେବେ ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇ କୋର୍ଟ।

ସମ୍ପୃକ୍ତ ମାମଲାରେ ଆବେଦନକାରୀଙ୍କ ବୟସ ଓ ତାଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ ସମାପ୍ତ ହୋଇଥିବାରୁ ଏବଂ ଅଧିକାଂଶ ସାମଗ୍ରୀ ଓ ସାକ୍ଷୀ ଯାଞ୍ଚ ହୋଇ ସାରିଥିବାରୁ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇ କୋର୍ଟ।

‘‘୨୦୧୮ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ପରି ଏକ ମାମଲାର ଶୁଣାଣି କରି ଜଣେ ଶିକ୍ଷିତା ଯୁବତୀ ନିଜ ଇଚ୍ଛାରେ କାହା ସହିତ ଯୌନ ସମ୍ପର୍କ ସ୍ଥାପନ କଲେ ତାହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ନିଜ ରାୟରେ ସ୍ପଷ୍ଟ କରି ସାରିଛନ୍ତି । ତେବେ ଏହି ଭଳି ମିଥ୍ୟା ମକଦ୍ଦମା ରୁଜୁ ହେବା ଦ୍ୱାରା ଅନେକ ସମୟରେ ପ୍ରକୃତ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ମିଥ୍ୟା ମକଦ୍ଦମା ଦାୟର କରୁଥିବା ଯୁବତୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର,’’ କହିଛନ୍ତି ପୁରୁଷ କମିଶନର ଅଧକ୍ଷ ତଥା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ।

ଓଡ଼ିଶା ହାଇ କୋର୍ଟ


ହାଇ କୋର୍ଟଙ୍କ ଏହି ରାୟର ଦୂରଗାମୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ‘‘ବିଶେଷ କରି ତଳ କୋର୍ଟଗୁଡ଼ିକରେ ମାମଲାର ପରିଚାଳନା ସମୟରେ ହାଇ କୋର୍ଟଙ୍କ ଏହି ନିର୍ଦ୍ଦେଶର ପ୍ରଭାବ ପଡ଼ିପାରେ ବୋଲି ମୁଁ ଅନୁମାନ କରୁଛି । କିନ୍ତୁ ହାଇ କୋର୍ଟଙ୍କ ଏହି ନିର୍ଦ୍ଦେଶର ତର୍କକୁ ଦର୍ଶାଇ କେହି ଦୋଷୀ ଯେମିତି ଖସି ନ ଯାଉ ସେଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେବେ ଏହି ମାମଲାର ଶୁଣାଣି ସମୟରେ ବୋଧହୁଏ ତଳ କୋର୍ଟରେ ତଥ୍ୟ ଓ ପ୍ରମାଣଗୁଡିକୁ ସଠିକ ଭାବେ ଉପସ୍ଥାପିତ କରାଯାଇ ନ ଥିବ,’’ କହିଛନ୍ତି ହାଇ କୋର୍ଟର ଜଣେ ବିଶିଷ୍ଟ ଓକିଲ ସତ୍ୟବ୍ରତ ମହାନ୍ତି ।

ଏହି ମାମଲାରେ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ଗୋଟିଏ ଗାଁର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିବାହ ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବା ସହ ତାଙ୍କର ଦୁଇ ଦୁଇ ଥର ଗର୍ଭପାତ ମଧ୍ୟ କରାଇଥିବା ପୀଡ଼ିତା ପୋଲିସକୁ ତାଙ୍କ ବୟାନ ଦେଇଥିଲେ । ପୀଡ଼ିତାଙ୍କ ବୟାନକୁ ଆଧାର କରି କୋରାପୁଟ ପଟାଙ୍ଗୀ ଥାନା ପୋଲିସ ଗତ ନଭେମ୍ବର ୨୭ ତାରିଖରେ  IPCର ଧାରା ୪୯୩/୩୧୩/୩୭୬ଓ SC & ST (PoA)ର ଧାରା ୩(୨)(v) ଅଧିନିୟମ, ୨୦୧୫ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗତ ଡ଼ିସେମ୍ବର ୧୧ ତାରିଖ ଦିନ କୋରାପୁଟ-ଜୟପୁର ସ୍ପେଶାଲ ଜଜ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରିଥିଲେ । ସ୍ପେଶାଲ ଜଜଙ୍କ ସେହି ରାୟକୁ ଚାଲେଞ୍ଜ କରି ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ତେବେ ଏହି ମାମଲାର ଶୁଣାଣି କରି ହାଇ କୋର୍ଟ ତଳ କୋର୍ଟର ନିର୍ଦ୍ଦେଶକୁ ଖାରଜ କରିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 8:53 PM IST