ଫାଷ୍ଟାଗ୍‌ ଲଗାଇବା ହେଲା ବାଧ୍ୟତାମୂଳକ; ନ ଲଗାଇଲେ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା; ଜାଣନ୍ତୁ କେଉଁଠୁ କିଣିବେ

୧୫ ଜାନୁଆରୀଠାରୁ ଯଦି ଚାରିଚକିଆାରୁ ଊର୍ଦ୍ଧ୍ବ ଗାଡ଼ିରେ ଫାଷ୍ଟାଗ ଲଗାଇ ନାହାନ୍ତି ତାହାଲେ ଜାତୀୟ ରାଜପଥରେ ଗେଲେ ଦୁଇ ଗୁଣା ଜରିମାନା ଦେବାକୁ ପଡ଼ିବ ।

ଫାଷ୍ଟାଗ୍‌ ଲଗାଇବା ହେଲା ବାଧ୍ୟତାମୂଳକ; ନ ଲଗାଇଲେ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା; ଜାଣନ୍ତୁ କେଉଁଠୁ କିଣିବେ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 16, 2020, 2:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜାତୀୟ ରାଜପଥରେ ଯାଉଥିବା ସମସ୍ତ ଚାରିଚକିଆରୁ ଊର୍ଦ୍ଧ୍ବ ଗାଡ଼ି ଲାଗି ଫାଷ୍ଟାଗ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ଗାଡ଼ିରେ ଫଷ୍ଟାଗ ନଥାଏ ତାହାଲେ ତାଙ୍କୁ ଦୁଇଗୁଣା ଜରିମାନ ଦେବାକୁ ପଡ଼ିବ । ଫାଷ୍ଟାଗ ଏକ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ଟେକନିକ ଯାହା ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଉପଲବ୍ଧ ହୋଇଥାଏ ।

ଜାତୀୟ ରାଜପଥରେ ଥିବା ଟୋଲ ଗେଟ ଗୁଡ଼ିକରେ ୧୫ ଜାନୁଆରୀରୁ ୩ଟି ଲାଇନ ଅନିର୍ବାର୍ଯ୍ୟ କରାଯାଇଛି । ଏହି ଟେକନିକ୍ ରେଡିଓ ଫ୍ରିକ୍ବେନ୍ସି ଆଇଡେଣ୍ଟିଫିକେସନ୍ ଉପରେ ଆଧାରିତ ହୋଇ କାର୍ଯ୍ୟ କରିଥାଏ । ଏହି ଟ୍ୟାଗ ବାହନର ଓ୍ବିଣ୍ଡୋ ସ୍କ୍ରିନ୍ ଉପରେ ଲଗାଯାଇଥାଏ ଫଳରେ ଟୋଲ ପ୍ଲାଜାରେ ଥିବା ସେନସର ଏହାକୁ ସ୍କାନ କରିଥାଏ । ଗାଡ଼ି ଗୁଡ଼ିକ ଟୋଲ ପ୍ଲାଜା ଦେଇ ଗଲାବେଳେ ଫାଷ୍ଟାଗରେ ସ୍ବୟଂଚାଳିତ ଭାବେ ଟୋଲ ଚାର୍ଜ କଟିଯାଇଥାଏ । ଏଥିପାଇଁ ଆଉ ଅଧିକ ସମୟ ଟୋଲ ଗେଟରେ ଛିଡ଼ା ହେବାକୁ ପଡିନଥାଏ । ଥରେ ଫାଷ୍ଟାଗ ଲଗାଇଲେ ଏହା ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ।

କେଉଁଠୁ ମିଳିବ ଫାଷ୍ଟାଗ

ନିଜର ଗାଡ଼ିରେ ଫାଷ୍ଟାଗ ଲଗାଇବା ପାଇଁ ଗାଡ଼ି କିଣିବା ସମୟରେ ଡିଲର ପାଖରୁ ଏହାକୁ ପ୍ରାପ୍ତ କରନ୍ତୁ ସେହିପରି ପୁରୁଣା ବାହନ ପାଇଁ ଜାତୀୟ ରାଜପଥର ପଏଣ୍ଟ ଅଫ ସେଲରୁ ଏହାକୁ  କିଣାଯାଇ ପାରିବ । ଏହା ଛଡ଼ା ଫାଷ୍ଟାଗକୁ ଘରୋଇ ବ୍ୟାଙ୍କରୁ ମଧ୍ୟ କିଣିପାରିବେ । ଘରୋଇ ବ୍ୟାଙ୍କ ଯେଭଳି ଏକ୍ସିସ, ଆଡିଏଫସି୍, ଏଚଡିଏଫସି୍, ଆଇସିଆଇସିଆଇ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ମଧ୍ୟ ଏହା ମିଳିପାରିବ । ପେଟିଏମ୍ ରୁ ମଧ୍ୟ ଫାଷ୍ଟାଗ କିଣାଯାଇପାରିବ ।

ଯଦି କୌଣସି ପିଓଏସ୍(ପଏଣ୍ଟ ଅଫ୍ ସେଲ୍)ରୁ ଏହାକୁ କିଣୁଛନ୍ତି ତାହାଲେ କେତେକ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ଏହି ଡକ୍ୟୁମେଣ୍ଟ ଗୁଡ଼ିକର ଅରିଜିନାଲ କପି ମଧ୍ୟ ସାଙ୍ଗରେ ନେବାକୁ ପଡ଼ିଥାଏ ଫଳରେ ଯାଞ୍ଚ ବେଳେ  ସୁବିଧା ହୋଇଥାଏ । କାଗଜ ମଧ୍ୟରେ ଗାଡ଼ି ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି), ଗାଡ଼ି ମାଲିକଙ୍କ ପାସପୋର୍ଟ ସାଇଜ ଫଟୋ ଏବଂ କେଓ୍ବାଇସି ଡକ୍ୟୁମେଣ୍ଟ ରଖିବା ଜରୁରୀ । ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ଼, ପାସପୋର୍ଟ, ଭୋଟର ଆଇଡି କାର୍ଡ଼ ଏବଂ ଆଧାର କାର୍ଡ଼ ମଧ୍ୟ ସାମିଲ ଅଛି । ଡକ୍ୟୁମେଣ୍ଟର ଆବଶ୍ୟକତା ଏଥିପାଇଁ ମଧ୍ୟ ଜରୁରୀ ହୋଇଥାଏ କି ଗାଡ଼ି ଘରୋଇ ନା କମର୍ସିଆଲ ।
First published: January 16, 2020, 2:12 AM IST