Hathras Case: ପୀଡ଼ିତା ପରିବାରକୁ ଅଦ୍ଭୁତପୂର୍ବକ ସୁରକ୍ଷା; ଶୌଚାଳୟକୁ ମଧ୍ୟ ସାଥିରେ ଯାଉଛି ପୋଲିସ୍

ୟୁପିର ହାଥରସ୍ ମାମଲାରେ (Hathras Case) କଥିତ ରୂପେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଝିଅର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ୟୁପି ସରକାର ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେଇଛନ୍ତି ଯାହା ପରିବାର ପାଇଁ ଏବେ ଜଞ୍ଜାଳ ପାଲଟିଛି । ଏଥିରୁ ମୁକ୍ତି ପାଇବା ପାଇଁ ପରିବାର ଲୋକ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ।

Hathras Case: ପୀଡ଼ିତା ପରିବାରକୁ ଅଦ୍ଭୁତପୂର୍ବକ ସୁରକ୍ଷା; ଶୌଚାଳୟକୁ ମଧ୍ୟ ସାଥିରେ ଯାଉଛି ପୋଲିସ୍
ଫାଇଲ୍ ଫଟୋ- CNN NEWS18
  • News18 Odia
  • Last Updated: October 8, 2020, 4:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହାଥରସ୍: ଉତ୍ତର ପ୍ରଦେଶର ହାଥରସ୍ ମାମଲାରେ (Hathras Case) କଥିତ ରୂପେ ଗଣଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ଗ୍ରାମ ଓ ଘର ସମ୍ପୂର୍ଣ୍ଣ ପୋଲିସ ଛାଉଣୀରେ ପରିଣତ ହୋଇଛି । ପୀଡିତାଙ୍କ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ସରକାରଙ୍କ ତରଫରୁ ସୁରକ୍ଷା ମିଳିଛି । ଏଥି ସହିତ ଘର ଭିତରକୁ ଯିବା ପୂର୍ବରୁ ଜଣଙ୍କୁ ମେଟାଲ ଡିଟେକ୍ଟର ଦେଇ ଯିବାକୁ ପଡିବ । କେବଳ ଏତିକି ନୁହେଁ ପୀଡିତାଙ୍କ ଘର ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ଗାଁ ଓ ପୀଡିତାଙ୍କ ପରିବାର କୌଣସି ଷଡଯନ୍ତ୍ରର ଶିକାର ନହେବାକୁ ନିଶ୍ଚିତ କରିବା ପାଇଁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଦୁଇଜଣ ଲେଖାଏଁ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ପରିବାରର ମହିଳା ସଦସ୍ୟଙ୍କ ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ପୋଲିସ୍ ମଧ୍ୟ ପରିବାର ସଦସ୍ୟଙ୍କ ସହ ଶୌଚାଳୟକୁ ଯାଉଛନ୍ତି । ଏପରି ସୁରକ୍ଷା ପୀଡ଼ିତାଙ୍କ ପରିବାର ପାଇଁ ଜୀବନର ଦ୍ୱନ୍ଦ୍ୱରେ ପରିଣତ ହୋଇଛି ।ଏଥିରୁ ମୁକ୍ତି ପାଇବା ପାଇଁ ପୀଡିତାଙ୍କ ପରିବାର ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ।

ସାମାଜିକ କର୍ମୀ ସୁରେନ୍ଦ୍ର କୁମାର ପୀଡିତାଙ୍କ ପରିବାର ପକ୍ଷରୁ ଏକ ଆବେଦନ କରିଛନ୍ତି । ଆବେଦନପତ୍ରରେ କୁହାଯାଇଛି ଯେ ପୋଲିସ-ପ୍ରଶାସନର ପ୍ରତିବନ୍ଧକ ଯୋଗୁଁ ପୀଡ଼ିତାଙ୍କ ପରିବାର ଘରେ ବନ୍ଦୀ ହୋଇ ରହିଛନ୍ତି । ଲୋକଙ୍କୁ ଭେଟିବା ଓ ସେମାନଙ୍କ କଥାବାର୍ତ୍ତା ଖୋଲା ରଖିବା ପାଇଁ ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ଦାବି କରିଛନ୍ତି ।

ବାହାର ଲୋକ ଗାଁକୁ ଆସିବା ପୂର୍ବରୁ ପ୍ରଥମେ ହେଉଛି ଯାଞ୍ଚ
ରିପୋର୍ଟ ଅନୁଯାୟୀ ଯଦି କେହି ବାହାର ଗାଁକୁ ଆସନ୍ତି ତେବେ ତାଙ୍କୁ ଦୁଇ ଚକିଆ ଓ ଚାରି ଚକିଆ ଯାନ ନେବାକୁ ଅନୁମତି ନାହିଁ । ଏହା ସହିତ ପାଞ୍ଚରୁ ଅଧିକ ଲୋକଙ୍କ ଗାଁକୁ ଯିବାକୁ କୌଣସି ଅନୁମତି ନାହିଁ ।

ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି ଯେ ପୀଡିତାଙ୍କ ଘର ବାହାରେ ମେଟାଲ ଡିଟେକ୍ଟର ଲଗାଯାଇଛି ଓ ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ କରୁଥିବା ଦୁଇଜଣ ମହିଳା କନଷ୍ଟେବଳ ନିୟୋଜିତ ହୋଇଛନ୍ତି । ଯେଉଁମାନେ ସେଠାରେ ପହଞ୍ଚୁଥିଲେ ସମସ୍ତଙ୍କୁ ସେମାନଙ୍କର ନାମ, ଠିକଣା, ଫୋନ୍ ନମ୍ବର ଓ ଅନୁଷ୍ଠାନର ନାମ ଏକ ରେଜିଷ୍ଟରରେ ଲେଖିବାକୁ ପଡିଥାଏ । ୟୁନିଫର୍ମରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନେକ ପୋଲିସ କର୍ମଚାରୀ ମଧ୍ୟ ସାଧା ପୋଷାକରେ ନିୟୋଜିତ ହୋଇଛନ୍ତି । ଗାଁରେ ଜଣେ ସିଓ, ତିନି ଇନ୍ସପେକ୍ଟର, ଦୁଇ ମହିଳା ଇନ୍ସପେକ୍ଟର ଓ ୨୧ କନଷ୍ଟେବଳ ନିୟୋଜିତ ହୋଇଛନ୍ତି ।

କ’ଣ ଏହି ସମଗ୍ର ବିଷୟ ?
ଉଲ୍ଲେଖନୀୟ କଥା ହେଉଛି ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଦଲିତ ଝିଅକୁ ହାଥରସ୍ ଜିଲ୍ଲାର ଏକ ଗାଁରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ଆହତ ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଉକ୍ତ ଝିଅର ମୃତ୍ୟୁ ହୋଇ ଯାଇଥିଲା । ଏହା ପରେ ରାତାରାତି ତାଙ୍କ ଶବକୁ ଦାହ କରି ଦିଆଯାଇଥିଲା । ପରିବାର ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କ ବିନା ଅନୁମତିରେ ବିଳମ୍ବିତ ରାତିରେ ପୀଡିତାଙ୍କ ମୃତଦେହକୁ ଦାହ କରି ଦେଇଥିଲା । ତେବେ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି ।
Published by: Jagdish Barik
First published: October 8, 2020, 4:13 PM IST
corona virus btn
corona virus btn
Loading