ଅଜବ ଗଜବ ଖବର: ଦୀର୍ଘ ୪୦ ବର୍ଷ ହେଲା ବାଲି ଖାଉଛନ୍ତି ହରିଲାଲ ସକ୍ସସେନା

ହରିଲାଲ ଏଭଳି ପ୍ରତିଦିନ କେଜି କେଜି ବାଲି ଖାଇବା ଏକ ସାଧାରଣ କଥା ନୁହେଁ। ଛୋଟ ପିଲା ଓ ଗର୍ଭବତୀ ସମୟରେ ମହିଳାମାନେ ମାଟି ଅଥବା ବାଲି ଖାଇଥାନ୍ତି। ହରିଲାଲଙ୍କ ଏଭଳି ଦୀର୍ଘ ୪୦ ବର୍ଷ ହେଲା ବାଲି ଖାଇବା ଏକ ବ୍ୟବହାରିକ ସମସ୍ୟା ହୋଇଥାଇପାରେ।

ଦୀର୍ଘ ୪୦ ବର୍ଷ ହେଲା ବାଲି ଖାଉଛନ୍ତି ହରିଲାଲ ସକ୍ସସେନା

ଦୀର୍ଘ ୪୦ ବର୍ଷ ହେଲା ବାଲି ଖାଉଛନ୍ତି ହରିଲାଲ ସକ୍ସସେନା

  • Share this:
News18 Odia Digital

ବ୍ରହ୍ମପୁର: ତାଙ୍କ ପାଇଁ ବାଲି ହିଁ ସବୁକିଛି। ବାଲି ନ ଖାଇଲେ ତାଙ୍କ ଶରୀର ଅସ୍ବାସ୍ଥ୍ୟକର ହୋଇପଡୁଛି। ତେଣୁ ପ୍ରତିଦିନ କେଜି କେଜି ବାଲି ଖାଇଥାନ୍ତି ସେ। ସେ ହେଉଛନ୍ତି ଉତ୍ତରପ୍ରଦେଶର ହରିଲାଲ ସକ୍ସସେନା। ହରିଲାଲ ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର କୀର୍ତ୍ତିପୁରର ଏକ କିଆଫୁଲ ଫେକ୍ଟ୍ରିରେ କାମ କରି ଆସୁଛନ୍ତି।

ତେବେ ସେ ସକାଳ ଖାଇବା ପରେ ଓ ରାତିରେ ଖାଇବା ପରେ ଦୁଇ ଓଳି ପ୍ରାୟ ୫୦୦ ଗ୍ରାମ ଲେଖାଏଁ ବାଲି ଖାଆନ୍ତି। ଦୀର୍ଘ ୪୦ ବର୍ଷ ହେଲା ହରିଲାଲ ବାଲି ଖାଇ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ଅସୁବିଧା ହୋଇପାରିନାହିଁ ବରଂ ବାଲି ନ ଖାଇଲେ ସେ ନିଜର ଶରୀର ରୋଗଣା ଲାଗିଥାଏ ବୋଲି ସେ କହିଛନ୍ତି।

ଭିନ୍ନ ଭିନ୍ନ ଲୋକଙ୍କ ରୁଚି ମଧ୍ୟ ଭିନ୍ନ ଭିନ୍ନ। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ରୁଚି ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର କନୌଜ ଅଞ୍ଚଳର ହରିଲାଲ ସକ୍ସସେନା। ହରିଲାଲ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକର କୀର୍ତ୍ତିପୁରରେ ରହି ଆସୁଛନ୍ତି। ତେବେ ଦୀର୍ଘ ବର୍ଷ ହେଲା ସେ କୀର୍ତ୍ତିପୁରରେ ରହୁଥିବା ବେଳେ ତାଙ୍କର ବାଲି ଖାଇବାର ରୁଚି ସମ୍ପର୍କରେ ଏବେ ଲୋକଲୋଚନକୁ ଆସିଛି। କାରଣ ପୂର୍ବରୁ ସେ ଘରେ ହିଁ ବାଲି ଖାଉଥିଲେ। କିନ୍ତୁ ବର୍ତ୍ତମାନ ବାହାରେ ଆସି ବାଲି ଖାଇବା ପରେ ଲୋକେ ତାଙ୍କୁ ଦେଖି ସମ୍ପୂର୍ଣ୍ଣ ରୂପେ ଆବାକ୍‌ ହୋଇଯାଇଛନ୍ତି।

ହରିଲାଲଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥଲା ସେତେବେଳେ ସେ କୌଣସି ଏକ ରୋଗରେ ପଡ଼ିଯାଇଥିଲେ। ସେହି ସମୟରେ ସେ ଉତ୍ତରପ୍ରଦେଶରେ ରହୁଥିବା ବେଳେ ତାଙ୍କୁ ଜଣେ ସ୍ଥାନୀୟ ବାସିନ୍ଦା ବାଲି ସହ ଗଙ୍ଗା ଜଳ ପିଇବା ନିମନ୍ତେ ଉପଦେଶ ଦେଇଥିଲେ। ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି ହରିଲାଲ ବାଲି ଖାଇ ଆସୁଛନ୍ତି। ସକାଳ ଓ ରାତି ସମୟରେ ଦୁଇ ଓଳି ଭାତ ଖାଇବା ପରେ ଥାଳି ଥାଳି ବାଲି ଖାଇଥାନ୍ତି। ଆନୁମାନିକ ଭାବେ ପ୍ରତିଦିନ ସେ ପ୍ରାୟ ୧ କେଜିରୁ ଅଧିକ ବାଲି ଖାଇଥାନ୍ତି। ଭାତ ଖାଇଥିଲେ ସୁଦ୍ଧା ବାଲି ନ ଖାଇଲେ ତାଙ୍କ ଶରୀର ଅସ୍ବାସ୍ଥ୍ୟକର ଲାଗିଥାଏ। ତେଣୁ ସେ ସର୍ବଦା ବାଲି ଖାଇଥାନ୍ତି।

କୀର୍ତ୍ତିପୁର ନିକଟରେ ସମୁଦ୍ର ବେଳାଭୂମି ରହିଥିବା ବେଳେ ସେଠାରୁ ବାଲି ସଂଗ୍ରହ କରି ପ୍ରତିଦିନ ବାଲି ଖାଇଥାନ୍ତି ସେ। ବାଲି ଖାଇବା ଛାଡ଼ିବା ନେଇ ଡ଼ାକ୍ତର ପରାମର୍ଶ ଦେଇଥିବା ବେଳେ ଅଭ୍ୟାସ ହୋଇ ଯାଇଥିବା ଯୋଗୁଁ ଛାଡ଼ିପାରୁନଥିବା ବୋଲି କହିଛନ୍ତି ନିଜେ ହରିଲାଲ ସକସେନା।

ହରିଲାଲ ପ୍ରାୟ ୧୦ ରୁ ୧୨ ବର୍ଷ ହେଲାଣି କୀର୍ତ୍ତିପୁରର ଏକ କିଆଫୁଲ ଫେକ୍ଟ୍ରିରେ ରହି ଆସୁଛନ୍ତି। ସେହି ଫେକ୍ଟ୍ରିରେ କାମ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କୀର୍ତ୍ତିପୁରକୁ ପ୍ରତିବର୍ଷ ଏପ୍ରିଲ ଶେଷ ଆଡ଼କୁ ଆସି ଡ଼ିସେମ୍ବର ମାସରେ ନିଜ ଗାଁକୁ ଯାଇଥାନ୍ତି ହରିଲାଲ। କୀର୍ତ୍ତିପୁର ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବା ଯୋଗୁଁ ବିଭିନ୍ନ ସମୟରେ ହରିଲାଲ ବାଲି ସଂଗ୍ରହ କରିଥାଏ।

ବାଲିକୁ ସଂଗ୍ରହ କରିବା ପରେ ଖାଉଥିବା ସମୟରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଦେଖି ଚକିତ ହୋଇଯାଆନ୍ତି। ବାଲି ଖାଇବାକୁ ନେଇ ସ୍ଥାନୀୟ ବାସନ୍ଦା ତାଙ୍କୁ ଏନେଇ ପଚାରିବାରୁ ବାଲି ଖାଇବା ଦ୍ବାରା କିଛି ଅସୁବିଧା ହେଉନାହିଁ ବରଂ ସ୍ବାସ୍ଥ୍ୟ ଭଲ ରହୁଛି ବୋଲି ମଧ୍ୟ କହିଥାଏ ହରିଲାଲ। ହରିଲାଲର ଏଭଳି କଥାକୁ ଶଣି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି ସ୍ଥାନୀୟ ବାସିନ୍ଦା। ସାଧାରଣ ଲୋକେ ଭାତ ଖାଇବା ବେଳେ ଗୋଟିଏ ଛୋଟ ଗୁଡ଼ି କିମ୍ବା ବାଲି ଲାଗିଲେ ତାହା ଖାଇବାକୁ ଭଲ ଲାଗିନଥାଏ। ଏଭଳି ପରିସ୍ଥିତିରେ ହରିଲାଲ ପ୍ରତିଦିନ ଥାଳିଏ ଲେଖାଏଁ ବାଲି ଖାଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟକର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁରେଶ ନାୟକ।

‘‘ହରିଲାଲ ଏଭଳି ପ୍ରତିଦିନ କେଜି କେଜି ବାଲି ଖାଇବା ଏକ ସାଧାରଣ କଥା ନୁହେଁ। ଛୋଟ ପିଲା ଓ ଗର୍ଭବତୀ ସମୟରେ ମହିଳାମାନେ ମାଟି ଅଥବା ବାଲି ଖାଇଥାନ୍ତି। ହରିଲାଲଙ୍କ ଏଭଳି ଦୀର୍ଘ ୪୦ ବର୍ଷ ହେଲା ବାଲି ଖାଇବା ଏକ ବ୍ୟବହାରିକ ସମସ୍ୟା ହୋଇଥାଇପାରେ। ଏଭଳି ବାଲି ଖାଇବା ଦ୍ବାରା ଶରୀରରେ ରକ୍ତ କମିବା, ଛାଡ଼ା ହେବା ସହିତ ଅନ୍ୟ ରୋଗର ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି। ଯଦିଓ ହରିଲାଲଙ୍କ ଶରୀରରେ ବର୍ତ୍ତମାନ ସୁଦ୍ଧା କୌଣସି ଲକ୍ଷଣ ଦେଖାଯାଇନାହିଁ। ତଥାପି ତାଙ୍କ ଶରୀରର ପରୀକ୍ଷା କରାଯାଏ ତେବେ ନିଶ୍ଚିତ ଭାବେ ହରିଲାଲଙ୍କ ସ୍ବାସ୍ଥ୍ୟରେ କିଛି ରୋଗ ନିହାତି ରହିଥିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲର ବରିଷ୍ଠ ଡ଼ାକ୍ତର ପି. ରବି କୁମାର।

ଦୀର୍ଘ ୪୦ ବର୍ଷ ହେଲା ହରିଲାଲ ଏଭଳି ବାଲି ଖାଉଥିବା ବେଳେ ବର୍ତ୍ତମାନ ତାହା ବାହାରକୁ ଆସିଛି। ସ୍ଥାନୀୟ ବାସିନ୍ଦା ହରିଲାଲଙ୍କ ଏଭଳି ବାଲି ଖାଇବାକୁ ଦେଖିବା ନିମନ୍ତେ ଭିଡ଼ ଜମାଉଥିବା ବେଳେ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
Published by:Lipina Das
First published: