ଖରାରେ ଜଳୁଛି ସାରା ଓଡିଶା; ପାଞ୍ଚଟି ଜିଲ୍ଲା ପାଇଁ ହିଟ୍‌ ୱେଭ୍ ଚେତାବନୀ ଜାରି ହେଲା

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରହିବ । ପ୍ରବଳ ଖରାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଖରାରେ ଜଳୁଛି ସାରା ଓଡିଶା; ପାଞ୍ଚଟି ଜିଲ୍ଲା ପାଇଁ ହିଟ୍‌ ୱେଭ୍ ଚେତାବନୀ ଜାରି ହେଲା
ଭୁବନେଶ୍ୱରର ଏକ ରାସ୍ତାରେ ପଇଡ଼ ପାଣି ପିଉଛନ୍ତି ଲୋକେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଖରାରେ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏପରି ସ୍ଥିତିକୁ ଦେଖି ଆଭ୍ୟନ୍ତରୀଣ ଓଡ଼ିଶାର ପାଞ୍ଚଟି ଜିଲାରେ ହିଟ ୱେଭ ବା ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଉପକୂଳରୁ ଦକ୍ଷିଣ ଓ ଉତ୍ତରରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି କଲବଳ କରୁଛି ଖରା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ସହ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ପାଞ୍ଚଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ହିଟ ୱେଭ ବା ଗ୍ରୀଷ୍ମପ୍ରବାହ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଯଦିଓ ସାଧାରଣ ଲୋକଙ୍କ ପକ୍ଷେ ଏହି ଖରା ଓ ଗରମ ସହିବା ସେତେଟା କଷ୍ଟକର ନ ହୋଇପାରେ, ବୃଦ୍ଧ, ବୃଦ୍ଧା, ଛୋଟ ପିଲା ଓ ରୋଗୀମାନେ ବାହାରକୁ ନ ବାହାରିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଅନ୍ୟମାନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ସମୟରେ ଛତା ଓ ପାଣି  ନେଇ ବାହାରିବା ଉଚିତ । ମୁଣ୍ଡରେ ଓଦା ଲୁଗା ଦେବା ସହ ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ତେବେ ବାତ୍ୟା ଅମ୍ଫନ ଯିବାର ଦୁଇ ଦିନ ପରେ ହିଁ ବୃଦ୍ଧିପାଇଛି ତାପମାତ୍ରା । ବାୟୁମଣ୍ଡଳର ତଳଭାଗରେ ଥିବା ଜଳୀୟ ବାଷ୍ପ ସୂର୍ଯ୍ୟ ରଶ୍ମିକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେଉଛି । ଏହି ଇନ୍ଫ୍ରା ରେଡ଼ ବଢ଼ିଲେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ବଢିଥାଏ । ତେବେ ଦିନ ଅପେକ୍ଷା ରାତିରେ ଗୁଳୁଗୁଳି ଏହି ସମୟରେ ଅଧିକ ଅନୁଭୂତ ହୁଏ । ଏମିତି ସ୍ଥିତି ଗତ ବର୍ଷ ଫନି ବାତ୍ୟା ପରେ ଅନୁଭୂତ ହୋଇଥିଲା । ବର୍ତ୍ତମାନ ଅମ୍ଫନ ପରେ ମଧ୍ୟ ସେହି ସ୍ଥିତି ଦେଖା ଦେଇଛି ।

‘‘ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ୨୯ ତାରିଖ ଠାରୁ ପୁଣି ପାଣିପାଗର ସ୍ଥିତି ବଦଳିବ । ତାପମାତ୍ରା କମିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଟିଟିଲାଗଡ଼ରେ ସର୍ବାଧିକ ୪୫.୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ଭବାନୀପାଟଣାରେ ୪୪.୫, ବଲାଙ୍ଗୀରରେ ୪୪, ତାଳଚେରରେ ୪୩.୧ ଓ ମାଲକାନଗିରି ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅହମଦାବାଦରେ ଲଜ୍ଜା: କରୋନା ମୃତକଙ୍କ ଦେହରୁ ଅଳଙ୍କାର ଚୋରି କରି ୨ ଜଣ ଗିରଫ ହେଲେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 11:00 PM IST
corona virus btn
corona virus btn
Loading