ନବରଙ୍ଗପୁର ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ

ଘରେ ତ୍ରିରଙ୍ଗା ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟର ସ୍ୱପ୍ନ ଥିବାବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।

ନବରଙ୍ଗପୁର ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ

ନବରଙ୍ଗପୁର ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

ନବରଙ୍ଗପୁର; ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି । ଘରେ ତ୍ରିରଙ୍ଗା ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟର ସ୍ୱପ୍ନ ଥିବାବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।

ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଥମ ପଦକ୍ଷେପ ସ୍ୱରୂପ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ ଆଜି ଠାରୁ କରାଯାଇଛି । ଏହି କ୍ରମରେ ଜିଲ୍ଲାର ଉମରକୋଟ ଓ ନବରଙ୍ଗପୁର ଠାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଛି । ଡାକ ବିଭାଗ କର୍ମଚାରୀଙ୍କ ସହ ବୁଦ୍ଧିଜୀବୀ, ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହି ପ୍ରଭାତ ଫେରିରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାର ଜୟ ଧୁନ ସହ ନଗର ପରିକ୍ରମା କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ସମସ୍ତେ ଉତ୍ସୁକ ଓ ଗର୍ବିତ । ତ୍ରିରଙ୍ଗା କ୍ରୟ କରି ଜାତୀୟ ପତାକାର ସମ୍ମାନ ଓ ଜାତୀୟ ଏକତାକୁ ରକ୍ଷା କରିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହେବା ପାଇଁ ଡାକ ବିଭାଗ ପକ୍ଷରୁ ହର ତ୍ରିରଙ୍ଗା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ଜାତୀୟ ପତାକା ତ୍ରିରଙ୍ଗା ପ୍ରତ୍ୟେକ ପୋଷ୍ଟ ଅଫିସରେ ବିକ୍ରି କରାଯାଉଛି । ନବରଙ୍ଗପୁର ଜିଲ୍ଲା ସମସ୍ତ ଶାଖା ପୋଷ୍ଟ ଅଫିସ ଗୁଡିକରେ ଜାତୀୟ ପତାକା ବିକ୍ରି ଆରମ୍ଭ ହୋଇଛି । ଜିଲ୍ଲାର ସବୁ ବର୍ଗର ବ୍ୟକ୍ତି ପୋଷ୍ଟ ଅଫିସକୁ ଆସି ଜାତୀୟ ପତାକା କ୍ରୟ କରୁଛନ୍ତି । ପ୍ରତ୍ୟେକ ତ୍ରିରଙ୍ଗାର ଦର ୨୫ ଟଙ୍କା ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୭୦୦ ଟି ପତାକା ପ୍ରଦାନ କରାଯାଇଥିବା ବେଳେ ଲୋକଙ୍କ ବରାଦ ମୁତାବକ ଆଗାମୀ ଦିନରେ ଅଧିକ ପତାକା ଆସିବ ବୋଲି ପ୍ରକାଶ କରିଛନ୍ତି ଡାକଘର ନିରୀକ୍ଷକ ଅନିଲ କୁମାର ସାହୁ ।
Published by:Soubhagya Mishra
First published: