ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Happy Promise Day 2021: ଜାଣନ୍ତୁ କ'ଣ ପାଇଁ ପାଳନ କରାଯାଏ ପ୍ରମିଜ୍ ଡେ; ପ୍ରେମ ପକ୍ଷୀଙ୍କ ପାଇଁ କାହିଁକି ଏହା ସ୍ୱତନ୍ତ୍ର

Happy Promise Day 2021: ଜାଣନ୍ତୁ କ'ଣ ପାଇଁ ପାଳନ କରାଯାଏ ପ୍ରମିଜ୍ ଡେ; ପ୍ରେମ ପକ୍ଷୀଙ୍କ ପାଇଁ କାହିଁକି ଏହା ସ୍ୱତନ୍ତ୍ର

Happy Promise Day 2021: ପ୍ରେମ ପକ୍ଷୀଙ୍କ (Love Birds) ପାଇଁ ପ୍ରମିଜ୍ ଡେ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ କରାଯାଉଥିବା କିଛି ପ୍ରତିଜ୍ଞା ସମ୍ପର୍କର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହ ଏକ ଦୃଢ଼ ସମ୍ପର୍କ ପାଇଁ ମୂଳଦୁଆ ପକାଇଥାଏ ।

Happy Promise Day 2021: ଜାଣନ୍ତୁ କ'ଣ ପାଇଁ ପାଳନ କରାଯାଏ ପ୍ରମିଜ୍ ଡେ; ପ୍ରେମ ପକ୍ଷୀଙ୍କ ପାଇଁ କାହିଁକି ଏହା ସ୍ୱତନ୍ତ୍ର
ପ୍ରେମ ପକ୍ଷୀଙ୍କ ପାଇଁ ପ୍ରମିଜ୍ ଡେ ଅତ୍ୟନ୍ତ ସ୍ୱତନ୍ତ୍ର
  • News18 Odia
  • Last Updated: February 11, 2021, 9:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Happy Promise Day 2021: ଆଜି ଭାଲେଣ୍ଟାଇନ୍ ସପ୍ତାହର (Valentine Week) ପଞ୍ଚମ ଦିନ । ଆଜି କପଲ୍ସ (Couples) ମାନେ ପ୍ରମିଜ୍ ଡେ ପାଳନ କରନ୍ତି । ଏହା ପ୍ରତିବର୍ଷ ୧୧ ଫେବୃଆରୀରେ ପାଳନ କରାଯାଏ । ଏହି ଦିନର ବିଶେଷତ୍ୱ ​​ହେଉଛି ଏହି ଦିନକୁ ପ୍ରେମ କରୁଥିବା ଜଣେ-ଅନ୍ୟଜଣ ସହ ବହୁତ ଖୁସିରେ ପାଳନ କରନ୍ତି । ସେମାନେ ପରସ୍ପର ସହ ଅନେକ ପ୍ରତିଜ୍ଞା କରନ୍ତି ଓ ସର୍ବଦା ଏକାଠି ରହିବାକୁ ଶପଥ ମଧ୍ୟ ନେଇଥାନ୍ତି । ମୋଟ ଉପରେ କହିବାକୁ ଗଲେ ପ୍ରମିଜ୍ ଡେ କୌଣସି ବ୍ୟକ୍ତିଙ୍କ ପାଇଁ ବିଶେଷ ହୋଇଥାଏ । ଏହା ମାଧ୍ୟମରେ ସୁନ୍ଦର ସମ୍ପର୍କର ମୂଳଦୁଆ ଦୃଢ଼ ହୁଏ । ଯେତେବେଳେ ଭାଲେଣ୍ଟାଇନ୍ସ ଡେ ର ପୂରା ସପ୍ତାହ ପ୍ରେମ ପକ୍ଷୀ ମାନେ ପାଇଁ ଫୁଲ, ଚକୋଲେଟ୍ ଓ ଟେଡି ସହିତ ପାଳନ କରୁଥାନ୍ତି । ସେତବେଳେ ପ୍ରମିଜ ଡେ ଏଥିପାଇଁ ବିଶେଷ ହୋଇଯାଏ କାରଣ ଏହି ଦିନ କରାଯାଇଥିବା କିଛି ପ୍ରମିଜ ସମ୍ପର୍କର ଗଣ୍ଠିକୁ ମଜବୁତ କରିଥାଏ ।

ଏଥିପାଇଁ ପ୍ରତିଜ୍ଞା ଗୁରୁତ୍ୱପୂର୍ଣ୍ଣ
ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରତ୍ୟେକ ଦିନର ଭିନ୍ନ ଗୁରୁତ୍ୱ ରହିଛି ଓ ଲଭ ବାର୍ଡ଼ସ୍ ଏହି ଦିନକୁ ଅତି ସୁନ୍ଦର ଭାବରେ ପାଳନ କରନ୍ତି । ସେହିଭଳି ଆଜି ପ୍ରମିଜ୍ ଡେ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନଟି ପ୍ରତିଜ୍ଞା କରିବା ବିଷୟରେ ହୋଇଥାଏ । ଅର୍ଥାତ ଆପଣ ଆପଣଙ୍କ ସାଥୀଙ୍କ ସହ ଏହା ପ୍ରତିଜ୍ଞା କର ଯେ ଆପଣ ଆପଣଙ୍କ ସମ୍ପର୍କକୁ ଭଲ ଭାବେ ନିଭାଇବେ । ଜୀବନରେ ଅନେକ ଉତ୍ଥାନ-ପତନ ଆସିଥାଏ । ଏପରି ପରିସ୍ଥିତିରେ ପ୍ରେମରେ ନିଆଯାଇଥିବା ଏହି ପ୍ରତିଜ୍ଞା କେବଳ ସମ୍ପର୍କକୁ ପୁନର୍ବାର ଉନ୍ନତି କରେନାହିଁ ବରଂ ଏହା ପ୍ରେମରେ ଭଲରେ ରହିବାକୁ ପ୍ରେରିତ କରିଥାଏ । ପ୍ରମିଜ୍ ଡେ ଦିଆଯାଇଥିବା ଏହି ପ୍ରତିଜ୍ଞାଗୁଡ଼ିକ ବିଶ୍ୱାସକୁ ମଜବୁତ କରେ ଓ ସମ୍ପର୍କର ବନ୍ଧନକୁ ଦୃଢ଼ କରେ । ତେଣୁ ଆପଣ ମଧ୍ୟ ଏପରି କିଛି ପ୍ରତିଜ୍ଞା କରନ୍ତୁ ଯାହା ଆପଣଙ୍କ ସମ୍ପର୍କକୁ ବହୁତ ମଜବୁତ କରିବ ଓ ତୁମେ ଦୁହିଁଙ୍କୁ ପ୍ରେମର ଡୋରିରେ ବାନ୍ଧି ରଖିବ ।

ପ୍ରତିଜ୍ଞା ଦାୟିତ୍ୱ ଗୁଡିକୁ ହୃଦୟଙ୍ଗମ କରାଏ
ପ୍ରମିଜ୍ ଡେ ଦିଆଯାଇଥିବା ପ୍ରତିଜ୍ଞା ଭବିଷ୍ୟତରେ ଆପଣଙ୍କ ସମ୍ପର୍କ ପାଇଁ ଭଲ ବୋଲି ପ୍ରମାଣିତ କରେ । ଏହି ପ୍ରତିଜ୍ଞା କରି ଆପଣ ଆପଣଙ୍କ ସମ୍ପର୍କ ଓ ଆପଣଙ୍କ ସାଥୀ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ କରନ୍ତୁ ଓ ଆପଣ ଜୀବନସାରା ତାଙ୍କୁ ସମର୍ଥନ କରିବେ । ଅବଶ୍ୟ ଦୁନିଆର ସମସ୍ତ ସମ୍ପର୍କ ଅତ୍ୟନ୍ତ ସୁନ୍ଦର ଓ ଆମ ଜୀବନରେ ପ୍ରେମର ମଧୁରତା ଆଣିଥାଏ । ଏହା ମଧ୍ୟ ଆମକୁ କହିଥାଏ ଯେ ପ୍ରେମରେ ଥିବା ଦାୟିତ୍ୱ ଗୁଡିକ ବୁଝିବା, ସେଗୁଡିକ ପୂରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ଆପଣ ନିଜ ସାଥୀଙ୍କ ଠାରୁ ଅନେକ ପ୍ରତିଜ୍ଞା ନେଇପାରିବେ ଓ ନିଜେ ଅନେକ ପ୍ରତିଜ୍ଞା କରି ଆପଣ ନିଜ ସମ୍ପର୍କର ସୌନ୍ଦର୍ଯ୍ୟ ବଢ଼ାଇ ପାରିବେ । ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ପ୍ରତିଜ୍ଞା ଆପଣଙ୍କ ସମ୍ପର୍କର ମୂଳଦୁଆକୁ ଦୃଢ଼ କରିବା ପାଇଁ କାର୍ଯ୍ୟ କରିବ । ତେଣୁ ଏଥର ଆପଣ ଅନେକ ସୁନ୍ଦର ପ୍ରତିଜ୍ଞା ମଧ୍ୟ କରନ୍ତୁ ଓ ଆପଣଙ୍କ ସମ୍ପର୍କକୁ ବହୁତ ସୁନ୍ଦର କରନ୍ତୁ ।
Published by: Jagdish Barik
First published: February 11, 2021, 9:48 AM IST