ମକର ସଂକ୍ରାନ୍ତିର ଅଭିନନ୍ଦନ: ନିଜ ପ୍ରିୟଜନଙ୍କୁ କେମିତି ଓ କି ଶୁଭକାମନା ସନ୍ଦେଶ ପଠେଇବେ? ଜାଣନ୍ତୁ

ମକର ସଂକ୍ରାନ୍ତି ଅବସରରେ ସାରା ଦେଶରେ ଖୁସିର ଲହରି ଥିବାବେଳେ ନିଜର ପ୍ରିୟଜନଙ୍କୁ ଗ୍ରୀଟିଂସ ଏବଂ ହ୍ବାଟସ୍ଆପ ମେସେଜ ପଠାନ୍ତୁ ।

ମକର ସଂକ୍ରାନ୍ତିର ଅଭିନନ୍ଦନ: ନିଜ ପ୍ରିୟଜନଙ୍କୁ କେମିତି ଓ କି ଶୁଭକାମନା ସନ୍ଦେଶ ପଠେଇବେ? ଜାଣନ୍ତୁ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 15, 2020, 12:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଜିର ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରୁଥିବାରୁ ଏହିଦିନଟିକୁ ସାରା ଦେଶରେ ଧୁମ ଧାମରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଅଧିକାଂଶ ବର୍ଷ ଏହା ୧୪ ଜାନୁଆରୀରେ ପଡ଼ୁଥିବାବେଳେ ଚଳିତ ବର୍ଷ ରାତି ୨ଟା ୨୩ ମିନିଟରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରୁଥିବାରୁ ୧୫ ଜାନୁଆରୀରେ ପଡ଼ିଛି । ତେଣୁ ସାରା ଦେଶରେ ଏହାକୁ ନେଇ ଆନନ୍ଦ ଉଲ୍ଲାସାର ମାହୋଲ ଦେଖାଦେଇଛି । ଖରମାସ ମଧ୍ୟ ଏହି ଦିନ ଶେଷ ହେଉଥିବାବେଳେ ଲୋକମାନେ ଖେଚୁଡ଼ି ଏବଂ ତିଳରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଦାନକୁ ଶୁଭ ବୋଲି ଭାବିଥାନ୍ତି । ଏହା ସହ ଲୋକମାନେ ଏହି ଦିନ ନିଜର ପ୍ରିୟଜନଙ୍କୁ ଶୁଭେଚ୍ଛା ଏବଂ ହ୍ବାଟସ୍ଆପ ମେସେଜ ପଠାଇଥାନ୍ତି ।

ମକର ସଂକ୍ରାନ୍ତି ଅବସରରେ କେତେକ ଶୁଭକାମନା ମେସେଜ

୧. ଆଶା କରୁଛି ଏହି ମକର ସଂକ୍ରାନ୍ତି ଆପଣଙ୍କୁ ଅନେକ ଆନନ୍ଦ ପ୍ରଦାନ କରୁ । ଆପଣ ଏହି ଶୁଭ ଅବସରରେ ଗୁଡ଼ି ଭଳି ଆହୁରି ଉପରକୁ ଉଠନ୍ତୁ ଓ ଉତ୍ସବକୁ ଧୁମଧାମରେ ପାଳନ କରନ୍ତୁ । ମକର ସଂକ୍ରାନ୍ତିର ଶୁଭକାମନା ।

୨. ଏହି ଉତ୍ତରାୟଣ ଆପଣଙ୍କୁ ଉତ୍ସାହିତ କରୁ ଏବଂ ଇଶ୍ବର ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖନ୍ତୁ ତଥା ଦୁନିଆର ସମସ୍ତ ଖୁସି ଦିଅନ୍ତୁ । ହେପି ମକର ସଂକ୍ରାନ୍ତି ୨୦୨୦ ।

୩. ଯେମିତି ସୂର୍ଯ୍ୟ ନିଜର ଉତ୍ତର ଯାତ୍ରା ପ୍ରାରମ୍ଭ କରିଛନ୍ତି ସେହିଭଳି ଆପଣ ମଧ୍ୟ ବର୍ଷର ଆରମ୍ଭ ଖୁସିର ସହ କରନ୍ତୁ । ଆପଣ ତଥା ଆପଣଙ୍କ ପରିବାରକୁ ମକରସଂକ୍ରାନ୍ତିର ଅଭିନନ୍ଦନ ।

୪. ମକର ସଂକ୍ରାନ୍ତିର ଅଗ୍ନି ଆପଣଙ୍କୁ ଖୁସି ଏବଂ ଶୁଖି କରୁ ଏବଂ ଦୁଃଖର ସମସ୍ତ କ୍ଷଣକୁ ଜାଳିଦେଉ । ଶୁଭ ମକର ସଂକ୍ରାନ୍ତି ୨୦୨୦ ।

୫. ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ଆପଣଙ୍କ ଉପରେ ବରଷୁଥାଉ ଏବଂ ମକରସଂକ୍ରାନ୍ତିକୁ ମିଠା ଏବଂ ଉପହାର ସହ ପାଳନ କରନ୍ତୁ । ମକରର ଅଭିନନ୍ଦନ ।

୬. ସୂର୍ଯ୍ୟ ଜୀବନ ଲାଗି ସବୁଠୁ ମହତ୍ବପୂର୍ଣ୍ଣ ଅଟନ୍ତି ତେଣୁ ଉତ୍ତରାୟଣର ପର୍ବ ସୂର୍ଯ୍ୟଦେବତାଙ୍କ ସମ୍ମାନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ଗୁଡ଼ି ଉଡ଼ାଇ ମକରର ଶୁଭକାମନା ନିଜ ଜୀବନରେ ଭରନ୍ତୁ ।

୭.ଗୁଡ ଏବଂ ତିଳ ଭଳି ମିଠା ଓ ଆକାଶରେ ଳହରାଉଥିବା ଗୁଡ଼ି ଭଳି ଆପଣଙ୍କ ଜୀବନରେ ମିଠା ଏବଂ ଉଚ୍ଚତା ଆସୁ । ମକରର ହାର୍ଦ୍ଦିକ ଅଭିନନ୍ଦନ ।

୮. ଆଶା କରୁଛି ମକର ସଂକ୍ରାନ୍ତି ଆପଣଙ୍କ ଜୀବନକୁ ଅଧିକ ରଙ୍ଗୀନ କରୁ ଏବଂ ଆପଣଙ୍କୁ ସମସ୍ତ ସୁଖ ସମୃଦ୍ଧି ପ୍ରଦାନକରୁ । ମକର ସଂକ୍ରାନ୍ତିର ଅଭିନନ୍ଦନ ।

୯. ଏକ ନୂଆ ଆରମ୍ଭ ଜୀବନର ଅନନ୍ତ ରହସ୍ୟ ମଧ୍ୟରୁ ଅନ୍ୟତମ ଆପଣଙ୍କୁ ମକର ସଂକ୍ରାନ୍ତିର ଅନେକ ଅନେକ ଅଭିନନ୍ଦନ ।

 
First published: January 15, 2020, 12:46 PM IST